ETV Bharat / city

ଏଣିକି ଆଉ ଦିଆଯିବନି 'ଗାର୍ଡ ଅଫ ଅନର' - ବ୍ରିଟିଶ ସରକାର

ବ୍ରିଟିଶ ସରକାରଙ୍କ ଅମଳରୁ ଚାଲି ଆସୁଥିବା 'ଗାର୍ଡ ଅଫ ଅନର' ଏବଂ 'ହାଉସ ଗାର୍ଡ' ପ୍ରଥାକୁ ଉଚ୍ଛେଦ କରିଛନ୍ତି ଓଡିଶା ସରକାର। ଏନେଇ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ପୂର୍ବଭଳି ଏହା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହେବ।

ଫଟୋ ସୌଜନ୍ୟ: ଟ୍ୱିଟର@cpbbsrctc
author img

By

Published : Aug 14, 2019, 2:31 PM IST

ଭୁବନେଶ୍ବର: ବ୍ରିଟିଶ ଅମଳରୁ ରାଜ୍ୟରେ ଚାଲି ଆସୁଥିବା 'ଗାର୍ଡ ଅଫ ଅନର' ପରମ୍ପରାକୁ ଉଚ୍ଛେଦ କରି ଦିଆଯାଇଛି। ଏ ବ୍ୟବସ୍ଥାର ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣିକି କେବଳ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଏବଂ ଉତ୍କଳ ଦିବସ ପାଳନ ଅବସରରେ ନିମନ୍ତ୍ରିତ ହୋଇ ଆସିଥିବା ଅତିଥିଙ୍କୁ ଏହା ପ୍ରଦାନ କରାଯିବ।

ତେବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ କ୍ଷେତ୍ରରେ ଏହା ପୂର୍ବଭଳି କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ସରକାରୀ ପଦାଧିକାରୀଙ୍କୁ ଆଗରୁ ଦିଆଯାଉଥିବା 'ଗାର୍ଡ ଅଫ ଅନର', 'ହାଉସ ଗାର୍ଡ' ବ୍ୟବସ୍ଥାକୁ ଏହି ନିର୍ଦେଶ ଦ୍ବାରା ଉଚ୍ଛେଦ କରାଗଲା। ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରୀ ଗାଡିରୁ ନାଲିବତୀ ପ୍ରଥମେ ହଟାଇ ଏ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିଲେ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.