ଭୁବନେଶ୍ବର: ମେ ମାସରେ ଓଡ଼ିଶାର GST ସଂଗ୍ରହ ସନ୍ତୋଷଜନକ ଅଛି । ଏନେଇ ମତ ରଖିଛନ୍ତି ଅର୍ଥନୀତି ସମୀକ୍ଷକ ରାଜୀବ ସାହୁ । ଚଳିତ ବର୍ଷ ରାଜ୍ୟରେ ଜିଏସଟି ସଂଗ୍ରହରେ 40 ପ୍ରତିଶତ ବୃଦ୍ଧି ପାଇଛି ।
ଚଳିତ ବର୍ଷ ରାଜ୍ୟରେ ଜିଏସଟି ବାବଦକୁ 827 କୋଟି ଟଙ୍କା ସଂଗ୍ରହ କରାଯାଇଛି । ଯାହା 2019 ମେ ମାସରେ 589 କୋଟି ଥିଲା । ଯାହା 40 ପ୍ରତିଶତ ବୃଦ୍ଧି ହୋଇଛି । ସେହପରି 2020 ମେ'ରେ 440 କୋଟି ଥିଲା । ଏହାକୁ 2021 ସହ ତୁଳନା କଲେ 90 ପ୍ରତିଶତ ଅଧିକ ରହିଛି । ଚଳିତବର୍ଷ ଆୟକର ଦାଖଲ ସମୟ ସୀମା ବୃଦ୍ଧି କରାଯାଇଛି । ତେଣୁ ଆହୁରି ଅର୍ଥ ସଂଗ୍ରହର ସୁଯୋଗ ରହିଛି । ପେଟ୍ରୋଲ VAT ଓ ଏକ୍ସାଇଜ ସଂଗ୍ରହ ବି ଭଲ ହୋଇଛି ।
ଏପ୍ରିଲ ମାସ GST ସଂଗ୍ରହ ସହ ତୁଳନା ଠିକ ନୁହେଁ । ଏପ୍ରିଲ ମାସରେ ପ୍ରତି ବର୍ଷ ଅଧିକ ଅର୍ଥ ସଂଗ୍ରହ ହୋଇଥାଏ । କାରଣ ଆର୍ଥିକବର୍ଷ ଶେଷ ଓ ନୂଆ ଆର୍ଥିକ ବର୍ଷର GST ସଂଗ୍ରହର ଏହା ମିଶ୍ରିତ ପ୍ରଭାବ ଯୋଗୁଁ 1130 କୋଟି ହୋଇଥିଲା । ଆଗାମୀ ମାସରେ ଅଧିକ GST ସଂଗ୍ରହର ସୁଯୋଗ ରହିଛି । ସୂଚନାଥାଉକି ଦେଶରେ କୋରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ଜାରୀ ରହିଛି । ଏ ଭଳି ସ୍ଥିତିରେ ଦେଶରେ ଅର୍ଥନୈତିକ ଗତି ମାନ୍ଦାବସ୍ଥାରେ ଚାଲିଛି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ