ETV Bharat / city

ଡିଜିଟାଲ୍ ଯୁଗରେ କମିନି ଗୋଷ୍ଠୀ ବେତାର କେନ୍ଦ୍ରର ଡିମାଣ୍ଡ - ରେଡିଓ

ଡିଜିଟାଲ ଯୁଗରେ ରେଡିଓର ଚାହିଦା କମିଥିବା ବେଳେ ଗୋଷ୍ଠୀ ବେତାର କେନ୍ଦ୍ର ବା କମୁନିଟି ରେଡ଼ିଓ ସେଣ୍ଟର ଚାହିଦା ବଢିଛି । ଲୋକଙ୍କ ସମସ୍ୟା ଓ ପ୍ରତିଭାକୁ ପ୍ରତିପାଦିତ କରି ଲୋକପ୍ରିୟ ହୋଇପାରିଛି ଗୋଷ୍ଠି ବେତାର କେନ୍ଦ୍ର । ଓଡ଼ିଶାରେ ବର୍ତମାନ ସୁଦ୍ଧା 19ଟି କେନ୍ଦ୍ର ଖୋଲିଲାଣି । ଏହାର ପ୍ରାସଙ୍ଗିକତା ଓ ଆଦୃତକୁ ଦେଖି ରାଜ୍ୟରେ ୧୦ ଟି ସମୁଦ୍ରକୂଳିଞ୍ଚଳରେ ଗୋଷ୍ଠୀ ବେତାର କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି ଉଠିଛି । ଅଧିକ ପଢନ୍ତୁ...

ଓଡିଶାରେ ବଢୁଛି ଗୋଷ୍ଠି ବେତାର କେନ୍ଦ୍ରର ଚାହିଦା

author img

By

Published : May 4, 2021, 3:26 PM IST

ଭୁବନେଶ୍ବର: ଲୋକଙ୍କ ସମସ୍ୟା ଓ ପ୍ରତିଭାକୁ ପ୍ରତିପାଦିତ କରି ଲୋକପ୍ରିୟ ହୋଇପାରିଛି ଗୋଷ୍ଠୀ ବେତାର କେନ୍ଦ୍ର ବା କମ୍ୟୁନିଟି ରେଡ଼ିଓ ସେଣ୍ଟର । ଗୀତ, ଗପ, ସଂଗୀତ, ଏକାଙ୍କିକା, ନାଟକ ଅବା ସମସ୍ୟା ଭିତ୍ତିକ ବିଷୟ ବାସ୍ତୁକୁ ଲୋକଙ୍କ ପାଖରେ ପହଞ୍ଚାଉଛି ଗୋଷ୍ଠୀ ବେତାର କେନ୍ଦ୍ର । ଯଦି ଆଜିର ଡିଜିଟାଲ ଯୁଗରେ ଇଣ୍ଟରନେଟ ଓ ମୋବାଇଲରେ ସବୁକିଛି ଉପଲବ୍ଧ ହେଲାଣି । ତଥାପି କମ୍ୟୁନିଟି ରେଡ଼ିଓ ସେଣ୍ଟରରେ ପ୍ରସାରିତ ଜନସଚେତନତା କାର୍ଯ୍ୟକ୍ରମ ଲୋକପ୍ରିୟତା ବଜାୟ ରଖିଛି । ଏହାସହ ସମୟ ଉପଯୋଗୀ କିଛି ମନଛୁଆଁ କାର୍ଯ୍ୟକ୍ରମ ଲୋକାଭିମୁଖୀ ହେଉଥିବାରୁ ଏହି କେନ୍ଦ୍ର ସ୍ଥାନୀୟ ଅଂଚଳ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆଉ ଏହି ଗୋଷ୍ଠୀ ବେତାର କେନ୍ଦ୍ର ଚାହିଦା ଦିନକୁ ଦିନ ବଢିଚାଲିଛି । ଯାହାକୁ ନେଇ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା 19ଟି କେନ୍ଦ୍ର ଖୋଲିଲାଣି ।

ଡିଜିଟାଲ୍ ଯୁଗରେ କମିନି ଗୋଷ୍ଠୀ ବେତାର କେନ୍ଦ୍ରର ଡିମାଣ୍ଡ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି କେନ୍ଦ୍ର ଖୋଲାଯାଇଥିବା ବେଳେ ସାଧାରଣ ଲୋକଙ୍କ ସେବାରେ ଲାଗିପାରିଛି । ଆଉ ଓଡ଼ିଶାର କଳା ସଂସ୍କୃତି ପରମ୍ପରାକୁ ଲୋକଙ୍କ ପାଖରେ ପହଞ୍ଚାଇଛି । ୨୦୧୦ ମସିହାରେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କରେ ରାଜ୍ୟର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ‘ରେଡିଓ ନମସ୍କାର’ ଆରମ୍ଭ ହୋଇଥିଲା । ଯେଉଁଠି ‘ରଘୁପତି ରାଘବ’ରୁ ସକାଳ ହୋଇଥାଏ । ଆଉ ଗାଁର ଖବର ସିଧାସଳଖ ପ୍ରସାରିତ ହୋଇଥାଏ। ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀ ଓ ଲୋକମାନଙ୍କ ଦ୍ବାରା ଏହା ଆରମ୍ଭ ହୋଇଥିବା ବେଳେ ସେମାନଙ୍କ ସମସ୍ୟା ,ପ୍ରତିଭା ବିକାଶ ସାଥିରେ ଯୋଡି ହୋଇଥାଏ । ସବୁଠାରୁ ବଡ କଥା ହେଲା ଏହି କେନ୍ଦ୍ରଟି ସ୍ବଚ୍ଛସମ୍ବଳ ଓ ଦେଶୀୟଜ୍ଞାନ କୌଶଳରେ ଶ୍ରୋତାଙ୍କୁ ମନକୁ ଜିଣିପାରିଛି ବୋଲି କହନ୍ତି ରେଡ଼ିଓ ସଂସ୍କାରର ସିଇଓ ସୌମ୍ୟ ରଞ୍ଜନ ନାୟକ ।

ସେହିପରି ଜଗତସିଂହପୁର ଜିଲ୍ଲାର ସର୍ଵ ପ୍ରଥମ ବେତାର କେନ୍ଦ୍ର ରେଡ଼ିଓ ସଂସ୍କାର ୨୦୧୧ରୁ ଆରମ୍ଭ ହୋଇଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ, ମନୋରଞ୍ଜନ ସବୁଥିରେ ଅନବରତ ସେବା ଯୋଗାଇ ଶ୍ରୋତାଙ୍କ ହୃଦୟ ଜିତି ପାରିଛି । ସୋଆ କମ୍ପ୍ୟୁନିଟି ରେଡ଼ିଓ ୯୦.୪ ଏଫଏମ ଯାହା ୨୦୧୨ ରୁ ଭୁବନେଶ୍ୱରର ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ମହାମାରୀ କରୋନା ସଚେତନତା ଦିଗରେ କାମକରୁଛି । ବିଶେଷକରି ଏହା ଶିକ୍ଷା ଭିତ୍ତିକ କେନ୍ଦ୍ର ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷଦାନ ଉପରେ ଅନେକ କାର୍ଯ୍ୟକ୍ରମ କରିଥାଏ । ଏହାସହ ବସ୍ତିବାସିଙ୍କ ସମସ୍ୟା ,ଶିଶୁଙ୍କ ବିକାଶ ମହିଳା ବିକାଶ ଉପରେ ମଧ୍ୟ କାର୍ଯ୍ୟ କରିଥାଏ ।

ସବୁ ଠାରୁ ବଡ କଥା ହେଲେ ଏହି ଓଡିଶା ଏକ ପ୍ରାକୃତିକ ବ୍ୟପର୍ଯ୍ୟୟ ପ୍ରବଣ ରାଜ୍ୟ । ତେଣୁ ସବୁ ସମୟରେ ଏହି କେନ୍ଦ୍ରଗୁଡିକ ଖବର ଲୋକଙ୍କ ପାଖରେ ପହଞ୍ଚାଇବାର ଏକମାତ୍ର ମାଧ୍ୟମ ସାଜିଥାଏ । ତେଣୁ ଏହାର ପ୍ରାସଙ୍ଗିକତା ଓ ଆଦୃତକୁ ଦେଖି ରାଜ୍ୟରେ ୧୦ ଟି ସମୁଦ୍ରକୂଳିଞ୍ଚଳରେ ଗୋଷ୍ଠୀ ବେତାର କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି ଉଠିଛି । ଏହାସହ ରାଜ୍ୟ ସରସରକାରଙ୍କ ପ୍ରସ୍ତାବ ମୁତାବକ କୃଷିଭିତ୍ତିକ ପ୍ରତି ଆମ ରାଜ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ଗୁଡିକରେ ଗୋଷ୍ଠୀ ବେତାର କେନ୍ଦ୍ର ହୋଇପାରିଲେ ଏହାକୁ ନେଇ ୩୨ ଟି କେନ୍ଦ୍ରର ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି କହିଛନ୍ତି ରେଡ଼ିଓ ପ୍ରସାରକ ସୁବ୍ରତ ପତି ।

ଆରଜେ ସ୍ଵରର ମାଧୁର୍ଯ୍ୟ ଓ କେନ୍ଦ୍ରଗୁଡିକର ପ୍ରଚେଷ୍ଟାରେ ନିର୍ଦ୍ଧିଷ୍ଟ ଏକ ଅଂଚଳର ସମସ୍ୟାର ସମାଧାନ ଦିଗରେ ଲୋକପ୍ରିୟତା ଅର୍ଜନ କରି କମ୍ପ୍ୟୁନିଟି ରେଡିଓ ମାଧ୍ୟମରେ ଆଜିବି ରେଡ଼ିଓ ତାହାର ଅସ୍ତିତ୍ବ ବଜାୟ ରଖିଛି । ତେଣୁ ଏହାର ବିକାଶ ବା ସମୃଦ୍ଧି ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଏଥି ପ୍ରତି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଯାହାକୁ ନେଇ ଗୋଷ୍ଠୀ ବେତାର କେନ୍ଦ୍ରରେ ଅନେକ ସମ୍ଭାବନା ସୃଷ୍ଟି ହେବା ସହ ଅନେକ ଆଦୃତ ଲାଭ କରିବା ବୋଲି ଆଶା କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.