ETV Bharat / city

ନିଆରା ବିବାହ ଶୋଭାଯାତ୍ରା: ସାଇକେଲ ଚଢି ବାହା ହେବାକୁ ଗଲା ବର - ଭୁବନେଶ୍ବରରେ ଚାଲି ଚାଲି ମଣ୍ଡପକୁ ଗଲେ ବରଯାତ୍ରୀ

ଏଠାରେ ବର ଫୁଲରେ ସୁସଜ୍ଜିତ ଗାଡିରେ ନୁହେଁ, ବରଂ ସାଇକେଲ ଚଢି ବିବାହ ମଣ୍ଡପରେ ପହଞ୍ଚିଥିଲେ । ଆଉ ବରଯାତ୍ରୀ ଚାଲି ଚାଲି ବରର ସାଥୀରେ ଯାଇଛନ୍ତି । ଏଭଳି ଏକ ନିଆରା ଘଟଣା ରାଜଧାନୀ ଭୁବନେଶ୍ବରର ୟୁନିଟ-୩ରେ ଘଟିଛି । ଅଧିକ ପଢନ୍ତୁ

ନିଆରା ବିବାହ ଶୋଭାଯାତ୍ରା: ସାଇକେଲ ଚଢି ବାହା ହେବାକୁ ଗଲା ବର

author img

By

Published : May 19, 2022, 5:44 PM IST

ଭୁବନେଶ୍ବର: ବିବାହ ଉତ୍ସବରେ ସାଧାରଣତଃ ବର ଫୁଲରେ ସଜ୍ଜିତ ହୋଇଥିବା କାରରେ ବସି ବିବାହ ମଣ୍ଡପରେ ପହଞ୍ଚେ । ବର କନ୍ୟାଘର କି ବିବାହ ମଣ୍ଡପକୁ ଯିବା ପାଇଁ ପ୍ରଥମେ ୪ ଚକିଆ ଗାଡ଼ିର ଖୋଜା ପଡ଼େ । ହେଲେ ଏଠାରେ ଗାଡ଼ି ପରିବର୍ତ୍ତେ ସାଇକେଲରେ ବିବାହ ପାଇଁ ପହଞ୍ଚିଥିଲେ ବର । ଆଉ ବର ସହିତ ବରଯାତ୍ରୀ ଚାଲି ଚାଲି ମଣ୍ଡପରେ ପହଞ୍ଚିଛନ୍ତି । ରାଜଧାନୀ ଭୁବନେଶ୍ବର ୟୁନିଟ ୩ ଅଞ୍ଚଳରେ ଏପରି ଏକ ନିଆରା ବିବାହ ଦେଖିବାକୁ ମିଳିଛି ।

ନିଆରା ବିବାହ ଶୋଭାଯାତ୍ରା: ସାଇକେଲ ଚଢି ବାହା ହେବାକୁ ଗଲା ବର

ରାଜଧାନୀବାସୀ ଶୁଭ୍ରାଂଶୁ ସାମଲ ଓ ସିପ୍ରାଙ୍କ ୟୁନିଟ-୩ ଅଞ୍ଚଳରେ ବିବାହ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ବର-ପୁରୀ ରାସ୍ତା ରବି ଟକିଜ ନିକଟରେ ଥିବା ଏକ ବିବାହ ମଣ୍ଡପରେ ଉଭୟଙ୍କ ବିବାହ ହୋଇଥିଲା । ଏହି ଅବସରରେ ଶୁଭ୍ରାଂଶୁ କିନ୍ତୁ କିଛି ନିଆରା କରିବାକୁ ସ୍ଥିର କରିଥିଲେ । ୪ ଚକିଆ ଯାନରେ ନ ବସି ବରଂ ସାଇକଲେ ଚଳାଇ ବିବାହ ମଣ୍ଡପ ପର୍ଯ୍ୟନ୍ତ ଯାତ୍ରା କରିବେ ବୋଲି ସେ ପରିବାରକୁ କହିଥିଲେ ଏବଂ ପରିବାର ମଧ୍ୟ ତାଙ୍କ ଅନୁରୋଧରେ ରାଜି ହୋଇଥିଲେ ।

ସାଇକେଲ ଚଢି ବାହା ହେବାକୁ ଗଲା ବର
ସାଇକେଲ ଚଢି ବାହା ହେବାକୁ ଗଲା ବର

ହେଲେ ଶୁଭ୍ରାଂଶୁ କେବଳ ନିଜ ଇଚ୍ଛା ପୂରଣ ପାଇଁ ନୁହେଁ, ବରଂ ଏପରି କରିବା ପଛରେ ତାଙ୍କର ଏକ ମହତ ଉଦ୍ଦେଶ୍ୟ ରହିଛି । ବର୍ତ୍ତମାନ ପେଟ୍ରୋଲ ଦର ଅହେତୁକ ବୃଦ୍ଧି ପାଇଛି । କେବଳ ନା ଯେ ତେଲ ଏହାସହିତ ଜରୁରୀ ବ୍ୟବହାରିକ ସାମଗ୍ରୀ, ପନିପରିବା ଦର ମଧ୍ୟ ବଢିଛି । ଯାହାକି ମଧ୍ୟବିତ୍ତଙ୍କଠୁ ଆରମ୍ଭ କରି ଗରିବ ଶ୍ରେଣୀ ସମସ୍ତଙ୍କୁ ପ୍ରଭାବିତ କରିଛି । ତୈଳଦର ବୃଦ୍ଧି ଯୋଗୁଁ ସେ ଏପରି ନିଆରା ଢଙ୍ଗରେ ବିବାହ ପାଇଁ ପହଞ୍ଚିଥିବା ଜଣାପଡ଼ିଛି । ବର ସାଇକେଲ ଚଢି ଯାଇଥିବା ବେଳେ ବରଯାତ୍ରୀ ବେଶ ଖୁସିରେ ଚାଲି ଚାଲି ନାଚି ଗୀତ ଗାଇ ଯାଇଥିବା ଦେଖିବାକୁ ମିଳିଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.