ETV Bharat / city

ପ୍ରେମିକାକୁ ପ୍ରତାରଣା, ସ୍ମାର୍ଟସିଟିରେ ବିବାହ ମଣ୍ଡପରୁ ବର ଗିରଫ - Groom arrested

ପ୍ରେମିକାକୁ ଛାଡି ଅନ୍ୟ ଝିଅ ସହ ବିବାହ କରୁଥିଲା ପ୍ରେମିକ । ଏ ନେଇ ଜଣାପଡିବା ପରେ ସ୍ମାର୍ଟସିଟିରେ ବିବାହ ମଣ୍ଡପରୁ ବରkg ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ..

ପ୍ରେମିକାକୁ ପ୍ରତାରଣା, ସ୍ମାର୍ଟସିଟିରେ ବିବାହ ମଣ୍ଡପରୁ ବର ଗିରଫ

author img

By

Published : Dec 1, 2020, 9:44 PM IST

ଭୁବନେଶ୍ବର: ପ୍ରେମ-ପ୍ରତାରଣା , ଧୋକା । ପ୍ରେମିକାକୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକ୍କା ଦେଇଛି ପ୍ରେମିକ । ଅନ୍ୟତ୍ର ବିବାହ କରୁଥିଲା ବେଳେ ମଣ୍ଡପରୁ ଗିରଫ କରିଛି କମିସନରେଟ ପୋଲିସ । ଏଭଳି ଘଟଣା ଘଟିଛି ଏୟାରଫିଲଡ ଥାନା ଅଞ୍ଚଳରେ ।

ପ୍ରେମିକାକୁ ପ୍ରତାରଣା, ସ୍ମାର୍ଟସିଟିରେ ବିବାହ ମଣ୍ଡପରୁ ବର ଗିରଫ
ପ୍ରେମିକାକୁ ପ୍ରତାରଣା, ସ୍ମାର୍ଟସିଟିରେ ବିବାହ ମଣ୍ଡପରୁ ବର ଗିରଫ

ଅଭିଯୁକ୍ତ ଆଲୟ ବିଶୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତ ପ୍ରେମିକ ଘର ଗଞ୍ଜାମର ପାଟପୁରର କୋନକୋରଡା ବୋଲି ଜଣା ପଡିଛି । ସୂଚନା ମୁତାବକ ପ୍ରେମିକ ନିଜ ଗାଁର ଜଣେ ଯୁବତୀ ସହ ପ୍ରେମ ସମ୍ପର୍କ ରଖିଥିଲା । ଏପରିକି ବିବାହର ପ୍ରତିଶୃତି ଦେଇ ରଖିଥିଲା ଶାରିରିକ ସମ୍ପର୍କ । ହେଲେ ଶେଷ ମୁହୁର୍ତରେ ୧୦ ବର୍ଷର ସମ୍ପର୍କ ଛିନ୍ନ କରି ଅନ୍ୟ ଝିଅକୁ ବିବାହ ଉଦ୍ୟମ କରୁଥିଲା ଯୁବକ ।

ଏ ନେଇ ସୂଚନା ପାଇ ପ୍ରେମିକା ଜାଣିବାକୁ ପାଇଥିଲା ଯେ, ଯୁବକ ଜଣଙ୍କ ଏୟାରଫିଲଡ ଥାନା ଅଞ୍ଚଳର ହାଇଟେକ ପ୍ଲାଜାରେ ରହୁଛି । ଏନେଇ ଏୟାରଫିଲଡ ଥାନାରେ ଅଭିଯୋଗ କରିଛି । ଏହି ଅଭିଯୋଗ ଆଧାରରେ ଆଜି ଯୁବକର ବିବାହ ବେଳେ ବିବାହ ମଣ୍ଡପରୁ ଗିରଫ କରିଛି ଏୟାରଫିଲଡ ଥାନା ପୋଲିସ । ଆଇପିସିର ଧାରା 376(2)(n)/506 ରେ ଅଭିଯୁକ୍ତ ପ୍ରେମିକକୁ କୋର୍ଟ ଚାଲାଣ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.