ETV Bharat / city

Greenfield Phase-2: ଆଲୋକୀକରଣ ହେବ ପୌରାଞ୍ଚଳର 270 କିମି ନୂତନ ରାସ୍ତା - ଆଲୋକୀକରଣ ହେବ ପୌରାଞ୍ଚଳ ରାସ୍ତା

ଗ୍ରୀନଫିଲଡ଼ ଫେଜ-2 ପ୍ରକଳ୍ପରେ ଆଲୋକିତ ହେବ ପୌରାଞ୍ଚଳ ନୂତନ ରସ୍ତା । 270 କିମି ପାଇଁ ଖର୍ଚ୍ଚ ହେବ 56.48 କୋଟି । ମାର୍ଚ୍ଚ ୨୦୨୨ ସୁଦ୍ଧା ରହିଛି ଡେଡ ଲାଇନ । ଅଧିକ ପଢନ୍ତୁ

Greenfield Phase-2: ଆଲୋକୀକରଣ ହେବ ପୌରାଞ୍ଚଳର 270 କିମି ନୂତନ ରାସ୍ତା

author img

By

Published : Dec 21, 2021, 10:55 PM IST

ଭୁବନେଶ୍ବର: ଗ୍ରୀନଫିଲଡ଼ ପ୍ରକଳ୍ପର ହେବ ସମ୍ପ୍ରସାରଣ । ଗ୍ରୀନଫିଲଡ଼ ଫେଜ-2 ପ୍ରକଳ୍ପରେ ପୌରାଞ୍ଚଳ 270 କିମି ନୂତନ ରାସ୍ତାର ଆଲୋକୀକରଣ ହେବ । ଏଥିପାଇଁ 13505 ଗୋଟି ଖୁଣ୍ଟି ଏବଂ 14805 LED ଲାଇଟ ଆବଶ୍ୟକ ହେବ । ଏ ନେଇ ଆବଶ୍ୟକୀୟ ଚୁକ୍ତିନାମା ସମସ୍ତ 113 ପୌରାଞ୍ଚଳ ଓ କାର୍ଯ୍ୟନିର୍ବାହୀ ସଂସ୍ଥାଙ୍କର ସହିତ ସ୍ଵାକ୍ଷରିତ ହୋଇଛି । ଏହି ପ୍ରକଳ୍ପର ଆନୁମାନିକ ବ୍ୟୟ ଅଟକଳ 56.48 କୋଟି ଥିବାବେଳେ ପ୍ରକଳ୍ପ ଶେଷ କରିବା ସମୟସୀମା- ମାର୍ଚ୍ଚ ୨୦୨୨ ରହିଛି ।

ରାଜ୍ୟ ସରକାରଙ୍କର ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ଏକ ଲୋକସେବା କାର୍ମଶାଳା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ହୋଇଛି । ଏହି କର୍ମଶାଳାରେ ରାଜ୍ୟର ୫ ମହାନଗର ନିଗମର ଉପ ଆୟୁକ୍ତ ଏବଂ ସମସ୍ତ ୧୦୯ ଟି ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ CMM Manager, Accountants ଏବଂ LED Street Light ପ୍ରକଳ୍ପର ନୋଡାଲ ଅଫିସର ତଥା ପୌରାଞ୍ଚଳ Electrical Engineers ମାନେ ଯୋଗ ଦେଇଥିଲେ ।

ଏହି କର୍ମଶାଳାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ G. Mathivathanan ଉଦ୍ଘାଟନ କରିଛନ୍ତି । ଉଭୟ Greenfield ଓ Retrofitting ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ସମସ୍ତ ପୌରାଞ୍ଚଳର ଆଲୋକୀକରଣ ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇଛନ୍ତି ।

ଏହି କାର୍ମଶାଳାରେ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସକ ସଂଗ୍ରାମଜିତ ନାୟକ, ସ୍ଵତନ୍ତ୍ର ସଚିବ ସଞ୍ଜୟ ପ୍ରମାଣିକ, ଯୁଗ୍ମ ଶାସନ ସଚିବ ସାରଦା ପ୍ରସାଦ ପଣ୍ଡା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ପୌର ପ୍ରଶାସନ ନିର୍ଦ୍ଦେଶକ Streetlight ପ୍ରକଳ୍ପ ସମ୍ବନ୍ଧରେ ବିବରଣୀ ଦେବା ସହ ପୌରାଞ୍ଚଳ ଏବଂ କାର୍ଯ୍ୟନିର୍ବାହୀ ସଂସ୍ଥା ମାଧ୍ୟମରେ କିଭଳି ଭାବେ ସମନ୍ଵୟ ରକ୍ଷା ସହ ଉଭୟ Retrofitting ଏବଂ Greenfield ପ୍ରକଳ୍ପର କାର୍ଯ୍ୟସମାପନ ହେବ ସେ ବିଷୟରେ ବିବରଣୀ ଦେଇଛନ୍ତି । ଉଭୟ ପ୍ରକଳ୍ପରେ ଆନୁମାନିକ ୫୯୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ପ୍ରକଳ୍ପ ଶେଷ କରିବା ସମୟ ସୀମା ୨୦୨୨ ମାର୍ଚ୍ଚ ବୋଲି ଧାର୍ଯ୍ୟ କରିଛନ୍ତି ସରକାର ।

ଏହାପରେ ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡାଙ୍କ ବିସ୍ତ୍ରୁତ ବିବରଣୀ ଉପସ୍ଥାପନ କରିଛନ୍ତି । ଏହି ବିବରଣୀରେ ପ୍ରତୀଟି ପୌରାଞ୍ଚଳର ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଛି । କର୍ମଶାଳାରେ ସମସ୍ତ ଅଧିକାରି ନିଜର ମତାମତ ଦେବାସହ ପ୍ରକଳ୍ପ କାର୍ଯ୍ୟ ସମାପନ ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ସଫଳ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.