ETV Bharat / city

୧୨ ଦଫା ଦାବିରେ ସବୁଜ ପତ୍ରିକାଧାରୀ ସଂଘର ବିକ୍ଷୋଭ

୧୨ ଦଫା ଦାବିରେ ରାଜଧାନୀରେ ବିକ୍ଷୋଭ କଲେ ସବୁଜ ପତ୍ରିକାଧାରୀ ସଂଘ। ଅଧିକ ପଢନ୍ତୁ...

୧୨ ଦଫା ଦାବିରେ ସବୁଜ ପତ୍ରିକାଧାରୀଙ୍କ ବିକ୍ଷୋଭ

author img

By

Published : Aug 11, 2021, 9:20 PM IST

ଭୁବନେଶ୍ବର: ୧୨ ଦଫା ଦାବିରେ ସବୁଜ ପତ୍ରିକାଧାରୀ ମହିଳା ସଂଘର ବିକ୍ଷୋଭ । ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ଦାବିରେ ନିଖିଳ ଓଡିଶା ସବୁଜ ପତ୍ରିକାଧାରୀର ସଂଘ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

୧୨ ଦଫା ଦାବିରେ ସବୁଜ ପତ୍ରିକାଧାରୀଙ୍କ ବିକ୍ଷୋଭ

ସଂଘର ଅଭିଯୋଗ ଅନୁସାରେ, ରାଜ୍ୟରେ ୨୬ ଲକ୍ଷ ସବୁଜ ପତ୍ରିକାଧାରୀ ରହିଥିବାବେଳେ କୋଭିଡ ଭଳି ମହାମାରୀ ସମୟରେ ସେମାନେ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ଏମାନଙ୍କୁ ସୁବିଧା ସୁଯୋଗ ପ୍ରଦାନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଏକ ତାଲିକା ପ୍ରସ୍ତୁତ ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ୩ ବର୍ଷ ହେଲାଣି ତାଲିକା ପ୍ରସ୍ତୁତ ହୋଇ ପାରି ନ ଥିବା ସେମାନେ ଅଭିଯୋଗ କରିଛନ୍ତି ।

ସେହିପରି ଅନ୍ୟ ବର୍ଗର ଲୋକମାନଙ୍କ ପରି ଏମାନଙ୍କୁ ସମସ୍ତ ସୁବିଧା ସୁଯୋଗ ସହ 1,000 ଟଙ୍କାର ପେନସନ ରହିବା ପାଇଁ ବାସଗୃହ ସହ ମାସିକ ୧୫ କିଗ୍ରା ଚାଉଳ ଦିଆଯାଉ ବୋଲି ଦାବି କରିଛି ସଂଘ । ଆଗାମୀ ଦିନରେ ସରକାର ସେମାନଙ୍କ ଦାବି ନ ଶୁଣିଲେ ସେମାନେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ ଜୋରଦାର କରିବା ନେଇ ମଧ୍ୟ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.