ETV Bharat / city

Fresh Draft Reservation list For Zilla Parishads: ଫୋକସ୍‌ରେ ମହିଳା, ୧୫ ଜିଲ୍ଲାରେ ସିଟ୍‌ ସଂରକ୍ଷିତ

author img

By

Published : Dec 24, 2021, 7:07 PM IST

Updated : Dec 24, 2021, 8:35 PM IST

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ପଞ୍ଚାୟତ ନିର୍ବାଚନ ସାନି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ୩୦ ଜିଲ୍ଲାର ଜିଲ୍ଲା ପରିଷଦ ଆସନ ପାଇଁ ସଂରକ୍ଷଣ ତାଲିକା ଘୋଷଣା ହୋଇଛି । ଅଧିକ ପଢ଼ନ୍ତୁ

ଜିଲ୍ଲା ପରିଷଦ ଆସନ ସଂରକ୍ଷଣ ତାଲିକା ସାନି ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର

ଭୁବେନଶ୍ବର: ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସରଂକ୍ଷଣ ନେଇ ପୁଣି ପ୍ରକାଶ ପାଇଲା ସାନି ବିଜ୍ଞପ୍ତି । ଏହି ବିଜ୍ଞପ୍ତିରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସରଂକ୍ଷଣ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ପଞ୍ଚାୟତ ନିର୍ବାଚନ ସାନି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ୩୦ ଜିଲ୍ଲାର ଜିଲ୍ଲା ପରିଷଦ ଆସନ ପାଇଁ ସଂରକ୍ଷଣ ତାଲିକା ଘୋଷଣା ହୋଇଛି । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏହାକୁ ନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ଜାରି କରାଯାଇଛି ।

Fresh Draft Reservation list For Zilla Parishads: ଫୋକସ୍‌ରେ ମହିଳା, ୧୫ ଜିଲ୍ଲାରେ ସିଟ୍‌ ସଂରକ୍ଷିତ
Fresh Draft Reservation list For Zilla Parishads: ଫୋକସ୍‌ରେ ମହିଳା, ୧୫ ଜିଲ୍ଲାରେ ସିଟ୍‌ ସଂରକ୍ଷିତ

ଚିଠା ବିଜ୍ଞପ୍ତି ପ୍ରକାଶ କରିବାର ୧୦ ଦିନ ମଧ୍ୟରେ ଅଭିଯୋଗ ଗ୍ରହଣ କରାଯିବ । ଆସନ୍ତା ୩ ତାରିଖ ମଧ୍ୟରେ ଅଭିଯୋଗ, ପରାମର୍ଶ ଦେବାକୁ ଆହ୍ୱାନ ଦିଆଯାଇଛି । ଅନୁଗୁଳ, କଟକ, କଳାହାଣ୍ଡି, ଗଜପତି, ଦେବଗଡ଼, କେନ୍ଦୁଝର, ବରଗଡ଼ ଜିଲ୍ଲା ଅଣସଂରକ୍ଷିତ ରହିଛି । ସେହିଭଳି ନୟାଗଡ଼, ବାଲେଶ୍ୱର, ସୋନପୁର ଅଧ୍ୟକ୍ଷ ପଦ ମଧ୍ୟ ଅଣସରଂକ୍ଷିତ ରହିଛି । କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମୟୁରଭଞ୍ଜ, ମାଲକାନଗିରି, ରାୟଗଡା, ସୁନ୍ଦରଗଡ଼ ଜିଲ୍ଲାରେ ଅନୁସୂଚିତ ଜନଜାତି ପାଇଁ ଆସନ ସଂରକ୍ଷିତ କରାଯାଇଛି ।

ସେହିପରି କେନ୍ଦ୍ରାପଡା, ଜଗତସିଂହପୁର, ବୌଦ୍ଧ, ଭଦ୍ରକ, ଯାଜପୁର ଜିଲ୍ଲା ଅନୁସୂଚିତଙ୍କ ପାଇଁ ଆସନ ସଂରକ୍ଷିତ ରହିଛି । ତା ସହିତ ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡା, ଢେଙ୍କାନାଳ, ନୂଆପଡା, ପୁରୀ, ବଲାଙ୍ଗୀର, ସମ୍ବଲପୁର ଜିଲ୍ଲାରେ ମହିଳାଙ୍କ ସ୍ଥାନ ସଂରକ୍ଷିତ ରହିଛି ।

ଜିଲ୍ଲା ପରିଷଦ ଆସନ ପାଇଁ ଅନୁସୂଚିତା ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ ତାଲିକା ଜାରି ହୋଇଛି । ତାଲିକା ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ଅର୍ଥାତ ଜାନୁଆରୀ ୩ ତାରିଖ ସୁଦ୍ଧା ଅଭିଯୋଗ ଗ୍ରହଣ କରାଯିବ ।

କେଉଁଥିରେ ସର୍ବସାଧାରଣ ଅଭିଯୋଗ ବା ପରାମର୍ଶ ଦେଇ ପାରିବେ ସନେଇ ଏକ ଇ-ମେଲ୍‌ ମଧ୍ୟ ଜାରି କରାଯାଇଛି । ଏହି ଇ-ମେଲ୍‌ ହେଉଛି, dir.pr.od@gov.in/ persec.or@nic.in ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 24, 2021, 8:35 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.