ETV Bharat / city

ହେରିଟେଜ ପ୍ରକଳ୍ପକୁ ବିରୋଧୀଙ୍କ ସମାଲୋଚନା, ଜବାବ ରଖିଲା ବିଜେଡି - ପର୍ଯ୍ୟଟନ କ୍ଷେତ୍ର

ରାଜ୍ୟ ସରକାରଙ୍କ ହେରିଟେଜ ପ୍ରକଳ୍ପକୁ ସମାଲୋଚନା କରିଛନ୍ତି ବିରୋଧୀ । କଣ କହିଲେ ବିରୋଧୀ କଣ ଜବାବ ଦେଲା ଶାସକ ଦଳ । ଅଧିକ ପଢନ୍ତୁ ...

heritage project
heritage project
author img

By

Published : Jan 22, 2020, 11:56 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ ଥିବା ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ପରିଚୟ ଦେବା ପାଇଁ ଆରମ୍ଭ ହୋଇଥିବା ପ୍ରୟାସକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବିରୋଧୀ । ସରକାର ଶ୍ରୀକ୍ଷେତ୍ରକୁ ବିଶ୍ଵସ୍ତରୀୟ ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଖାଲି ସେତିକି ନୁହେଁ ଏହା ସହ କୋଣାର୍କ, ଲିଙ୍ଗରାଜ ପାଇଁ ମଧ୍ୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏପରିକି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଥିବା ପ୍ରସିଦ୍ଧ ମା’ ସମଲେଇ ମନ୍ଦିରର ବିକାଶ ପାଇଁ ମଧ୍ୟ ଘୋଷଣା କରିଛନ୍ତି ।

ଏପଟେ ଧାର୍ମିକ ଅନୁଷ୍ଠାନ ବିକାଶ ଆଳରେ ନବୀନ ଧାର୍ମିକ ରାଜନୀତି କରୁଥିବା ଆରୋପ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ।

ହେରିଟେଜ ପ୍ରକଳ୍ପ ବିରୋଧୀଙ୍କ ସମାଲୋଚନା; ଜବାବ ରଖିଲା ବିଜେଡି

ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ଧର୍ମ ନାମରେ ନବୀନ ବାବୁ ରାଜନୀତି କରୁଛନ୍ତି । ମନ୍ଦିର ପାଇଁ ଗୋଟିଏ ପରେ ଗୋଟିଏ ପ୍ୟାକେଜ ଘୋଷଣା କରୁଛନ୍ତି । କିନ୍ତୁ ଶିକ୍ଷା ସ୍ବାସ୍ଥ୍ୟ ଗମନା ଗମନ ଅବସ୍ଥା ଶୋଚନୀୟ । ମନ୍ଦିର ବଦଳରେ ଏଗୁଡିକର ବିକାଶ କରାଯିବା ଦରକାର । ଏହାର ବିକାଶ ହେଲେ ଲୋକମାନେ ନବୀନ ବାବୁଙ୍କୁ ଆର୍ଶୀବାଦ କରିବେ । ଲୋକଙ୍କ ପାଖରେ ଖାଇବାକୁ ନାହିଁ ଭଗବାନଙ୍କୁ ଡାକିଲେ କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।

ସେହିପରି ବିଜେପି ବିଧାୟିକା କୁସୁମ ଟେଟେ ପ୍ରତିକ୍ରିୟାରେ, ମନ୍ଦିରର ପୁନଃଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସ୍ଵାଗତ କରିଥିଲେ ମଧ୍ୟ, ମନ୍ଦିର ସହ ଅନ୍ୟ ଧର୍ମାନୁଷ୍ଠାନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି । ଏହା ସହ ଏସବୁର ପଛରେ ରାଜନୀତି ରହିଛି ବୋଲି ସେ କହିଛନ୍ତି ।

ତେବେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ବିଜେଡି କହିଛି, ହେରିଟେଜ ପ୍ରକଳ୍ପର ଡେଭଲପମେଣ୍ଟ କରିବା ସଙ୍ଗେ ସଙ୍ଗେ ଅନ୍ୟ ସବୁ ସ୍ଥାନର ଡେଭଲପମେଣ୍ଟ କାର୍ଯ୍ୟ ହାତକୁ ନିଆଯାଉଛି । କେବଳ ପୁରୀ ଲିଙ୍ଗରାଜ , ସମଲେଶ୍ଵରୀ ନୁହେଁ ଯେଉଁଠି ଲୋକଙ୍କ ଦାବି ରହୁଛି ସେସବୁ ଆବଶ୍ୟକତା ଅନୁସାରେ ଡେଭଲପମେଣ୍ଟ କରାଯାଉଛି ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାଜ୍ୟ ସରକାର ଙ୍କ ପକ୍ଷରୁ ରାଜ୍ୟରେ ଥିବା ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ପରିଚୟ ଦେବା ପାଇଁ ଆରମ୍ଭ ହୋଇଥିବା ନୂତନ ପ୍ରୟାସ କୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବିରୋଧୀ ।ସରକାର ଶ୍ରୀକ୍ଷେତ୍ର କୁ ବିଶ୍ଵସ୍ତରୀୟ ପର୍ଯ୍ୟଟନ ସ୍ତଳୀ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି ।ଖାଲି ସେତିକି ନୁହେଁ ଏହା ସହ କୋଣାର୍କ ,ଲିଙ୍ଗରାଜ ପାଇଁ ମଧ୍ୟ ବ୍ଲୁ ପ୍ରଣ୍ଟି ପ୍ରସ୍ତୁତ କରିଛନ୍ତି ।ଏପରିକି ଗତକାଲି ମୁଖ୍ୟମନ୍ତ୍ରୀ ସମ୍ବଲପୁର ରେ ଥିବା ପ୍ରସିଦ୍ଧ ମା ସମଲେଇ ମନ୍ଦିର ର ବିକାଶ ପାଇଁ ମଧ୍ୟ ଖୁବଶୀଘ୍ର ଭିତ୍ତିଭୂମି ବିକାଶ ପାଇଁ ଆରମ୍ଭ କରିଛନ୍ତି ପ୍ରକ୍ରିୟା ଯାହାକୁ ନେଇ ବିରୋଧୀ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ।ଧାର୍ମିକ ଅନୁଷ୍ଠାନ ବିକାଶ ଆଳରେ ନବୀନ ଧାର୍ମିକ ରାଜନୀତି କରୁଥିବା ଆରୋପ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ।

Body:ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ,ଧର୍ମ ନାମରେ ନବୀନ ବାବୁ ରାଜନୀତି କରୁଛନ୍ତି । ମନ୍ଦିର ପାଇଁ ଗୋଟିଏ ପରେ ଗୋଟିଏ ପ୍ୟାକେଜ ଘୋଷଣା କରୁଛନ୍ତି । କିନ୍ତୁ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଅବସ୍ଥା ଶୋଚନୀୟ । ମନ୍ଦିର ବଦଳରେ ଏଗୁଡିକର ବିକାଶ କରାଯିବା ଦରକାର । ଏହାର ବିକାଶ ହେଲେ ଲୋକମାନେ ନବୀନ ବବୁଙ୍କୁ ଆର୍ଶୀବାଦ କରିବେ । ଲୋକଙ୍କ ପାଖରେ ଖାଇବାକୁ ନାଇଁ ଭଗବାନଙ୍କୁ ଡାକିଲେ କଣ ହେବ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।

Conclusion:ବିଜେପି ବିଧାୟିକା ବିଧାୟିକା କୁସୁମ ଟେଟେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,ମନ୍ଦିରର ପୁନଃଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ କୁ ସ୍ଵାଗତ କରିଥିଲେ ମଧ୍ୟ ,ମନ୍ଦିର ସହ ଅନ୍ୟ ଧାମନୁଷ୍ଠାନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ,ଏହା ସହ ଏସବୁର ପଛରେ ରାଜନୀତି ରହିଛି ବୋଲି ସେ କହିଛନ୍ତି ।
ଏହାର ଜବାବ ଦେଇ ବିଜେଡି କହିଛି ଯେ,ହେରିଟେଜ୍ ପ୍ରକଳ୍ପ ର ଡେଭଲପମେଣ୍ଟ କରିବା ସଙ୍ଗେସଙ୍ଗେ ଅନ୍ୟ ସବୁ ଯାଗାରେ ଡେଭଲପମେଣ୍ଟ କାର୍ଯ୍ୟ ହାତକୁ ନିଆଯାଉଛି ।କେବଳ ପୁରୀ ଲିଙ୍ଗରାଜ ,ସମଲେଶ୍ଵରୀ ନୁହେଁ ,ଯେଉଁଠି ଲୋକଙ୍କ ଡିମାଣ୍ଡ ରହୁଛି ସେସବୁ ଆବଶ୍ୟକତା ଅନୁସାରେ ଡେଭଲପମେଣ୍ଟ କରାଯାଉଛି ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ
ପ୍ରଫୁଲ୍ଲ ମଲ୍ଲିକ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.