ETV Bharat / city

ଫୋକସରେ ଖରିଫ ଫସଲ, ସମବାୟ ବିଭାଗରୁ ମିଳିବ ୯ ହଜାର କୋଟିର ଋଣ

୨୦୨୨ ଖରିଫ୍ ଫସଲ ନିମନ୍ତେ ସମବାୟ ସଂସ୍ଥା ଜରିଆରେ ୯୦୦୦ କୋଟି ଟଙ୍କାର ଫସଲ ଋଣ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଫସଲ ଋଣର ପ୍ରାୟ ୬୨ ପ୍ରତିଶତ ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ବିଭିନ୍ନ ପ୍ରାଥମିକ କୃଷି ଋଣ ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି । ଅଧିକ ପଢନ୍ତୁ

ଫୋକସରେ ଖରିଫ ଫସଲ
ଫୋକସରେ ଖରିଫ ଫସଲ
author img

By

Published : Apr 24, 2022, 11:04 AM IST

ଭୁବନେଶ୍ବର: ୨୦୨୨ ଖରିଫ୍ ଫସଲ ନିମନ୍ତେ ସମବାୟ ସଂସ୍ଥା ଜରିଆରେ ୯୦୦୦ କୋଟି ଟଙ୍କାର ଫସଲ ଋଣ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଫସଲ ଋଣର ପ୍ରାୟ ୬୨ ପ୍ରତିଶତ ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ବିଭିନ୍ନ ପ୍ରାଥମିକ କୃଷି ଋଣ ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି । ଖରିଫ ଚାଷ ନିମନ୍ତେ ଚାଷୀମାନେ ଆବଶ୍ୟକ କରୁଥିବା ଋଣ ଯେପରି ଠିକ୍ ସମୟରେ ପାଇପାରିବେ ସେଥି ନିମନ୍ତେ ଆଗୁଆ ପଦକ୍ଷେପ ନେବା ପାଇଁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଫସଲ ଋଣ ପ୍ରଦାନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦେବା ପାଇଁ କୁହାଯାଇଛି । ଭାଗଚାଷୀ, ପ୍ରକୃତ ଚାଷୀମାନଙ୍କୁ ଯୁଗ୍ମଦେୟ ଗୋଷ୍ଠୀ ଗଠନ ମାଧ୍ୟମରେ ଫସଲ ଋଣ ଯୋଗାଇଦେବା ପାଇଁ ମନ୍ତ୍ରୀ କହିଛନ୍ତି । ଏଥି ସହିତ କୃଷି ଓ ଆନୁଷଙ୍ଗିକ କୃଷି କାର୍ଯ୍ୟ ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀ, ବିଶେଷ କରି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରାଧାନ୍ୟ ଦେବା ପାଇଁ କୁହାଯାଇଛି । ଡାଲିଜାତୀୟ ଫସଲ, ତୈଳବୀଜ, ଆଳୁ ଏବଂ ଅନ୍ୟ ଅର୍ଥକରୀ ଫସଲ ଚାଷ କରିବା ନିମନ୍ତେ ପ୍ରାଥମିକତା ଭିତ୍ତିରେ ଫସଲ ଋଣ ଯୋଗାଇଦେବା ପାଇଁ ମନ୍ତ୍ରୀ କହିଛନ୍ତି । ଉଦ୍ୟାନ କୃଷି ଓ ବାଣିଜ୍ୟିକ ଫସଲ ଚାଷ ନିମନ୍ତେ ଫସଲ ଋଣ ଯୋଗାଇଦେବାକୁ ପ୍ରାଥମିକତା ପ୍ରଦାନ ସହିତ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି । ସମବାୟ ବିଭାଗ ସଚିବ ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସମବାୟ ସଂସ୍ଥାମାନଙ୍କ ଦ୍ଵାରା ଫସଲ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ଛଡା ବାଦ ପଡ଼ିଥିବା ଚାଷୀଙ୍କ ମଧ୍ୟରୁ ଅଧିକରୁ ଅଧିକ ଚାଷୀଙ୍କୁ ସମବାୟ ଋଣ ପରିସରଭୁକ୍ତ କରି ସେମାନଙ୍କୁ ନୂତନ କିଷାନ କ୍ରେଡିଟ୍‌ କାର୍ଡ ଯୋଗାଇଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ , ଡିଆର୍‌ସିଏସ୍, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି । ଗତ ଖରିଫ ୨୦୨୧ରେ ସମବାୟ ସଂସ୍ଥା ଦ୍ଵାରା ରାଜ୍ୟର ୧୮ ଲକ୍ଷ ୬୧ ହଜାର ୨୦୬ ଜଣ ଚାଷୀଙ୍କୁ ସର୍ବାଧିକ ୮୬୮୬ କୋଟି ୪୦ ଲକ୍ଷ ଟଙ୍କା ଫସଲ ଋଣ ଯୋଗାଇ ଦିଆଯାଇଥିଲା । ସେହିପରି ଗତ ରବି ୨୦୨୧ ୨୨ରେ ସମବାୟ ସଂସ୍ଥା ପକ୍ଷରୁ ରେକର୍ଡ ୭୩୬୨ କୋଟି ୪୭ ଲକ୍ଷ ଟଙ୍କା ଫସଲ ଋଣ ଯୋଗାଇ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଚଳିତ ଖରିଫରେ ଧାର୍ଯ୍ୟ ୯୦୦୦ କୋଟି ଟଙ୍କା ଫସଲ ଋଣ ପ୍ରଦାନ ଲକ୍ଷ୍ୟ ହାସଲ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ସମବାୟ ସଂସ୍ଥା ଜରିଆରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା ଫସଲ ଋଣ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବ୍ୟାପକ ରିହାତି ଯୋଗାଇ ଦିଆଯାଉଛି । ଧାର୍ଯ୍ୟ ସମୟସୀମା ମଧ୍ୟରେ ପରିଶୋଧ କରୁଥିବା ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ କୌଣସି ସୁଧ ଦେବାକୁ ପଡୁନାହିଁ । ସେହିପରି ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ଓ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ନିମନ୍ତେ ମାତ୍ର ୨ ପ୍ରତିଶତ ସୁଧ ଦେବାକୁ ପଡ଼ୁଛି । ଫସଲ ଋଣ କ୍ଷେତ୍ରରେ ସରକାରଙ୍କ ଦ୍ଵାରା ବ୍ୟାପକ ରିହାତି ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ହିତାଧିକାରୀଙ୍କ ଆଧାର କାର୍ଡକୁ କିଷାନ କ୍ରେଡିଟ୍‌ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ପ୍ରକୃତ ହିତାଧୂକାରୀ ଯୋଜନାର ସୁଫଳ ପାଇପାରିବେ । ଏଥି ସହିତ ମଂଜୁରୀପ୍ରାପ୍ତ ଋଣ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ସମସ୍ତ କାର୍ଯ୍ୟ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.