ETV Bharat / city

ସହରାଞ୍ଚଳ ବସ୍ତି ବିକାଶ ପାଇଁ ସରକାରଙ୍କ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ - ସରକାରଙ୍କ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ

ରାଜ୍ୟରେ ପାଖାପାଖି 2 ହଜାର 919 ଗୋଟି ବସ୍ତି ରହିଛି। ବସ୍ତିରେ ରହୁଥିବା ଲୋକମାନଙ୍କର ଜୀବନ ଧରଣର ମାନ ଉନ୍ନତ ହେବ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

Govt. set to amendment urban slum area development bill, says minister pratap jena
ସହରାଞ୍ଚଳ ବସ୍ତି ବିକାଶ ପାଇଁ ସରକାରଙ୍କ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ
author img

By

Published : Oct 6, 2020, 9:44 PM IST

ଭୁବନେଶ୍ବର: ରାଜ୍ୟର ସହାଞ୍ଚଳରେ ରହିଥିବା ବସ୍ତି ଗୁଡିକର ଉନ୍ନତି ପାଇଁ ରାଜ୍ୟ ସରକାର ନେବାକୁ ଯାଉଛନ୍ତି ବଡ ପଦକ୍ଷେପ । ରାଜ୍ୟରେ ପାଖାପାଖି 2 ହଜାର 919 ଗୋଟି ବସ୍ତି ରହିଛି। ବସ୍ତିବାସିନ୍ଦାଙ୍କ ଜୀବନ ଧରଣର ମାନ ଉନ୍ନତ ହେବ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ସହରାଞ୍ଚଳ ବସ୍ତି ବିକାଶ ପାଇଁ ସରକାରଙ୍କ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ

ମୌଳିକ ସେବା ପାଇବା ସହ ବସ୍ତି ଗୁଡିକର ଭିତ୍ତିଭୂମି ସମ୍ଭବ ହୋଇପାରିବ। ଯେଉଁ ସବୁ ଅର୍ଥ ପୌରପରିଷଦ ଅଞ୍ଚଳରେ ଖର୍ଚ୍ଚ କରାଯାଉଛି ସେସବୁ ଟଙ୍କାରୁ 25 ଭାଗ ବସ୍ତି ଅଞ୍ଚଳର ଖର୍ଚ୍ଚ କରିବେ ସରକାର । ଯାହାଫଳରେ ବସ୍ତି ଅଞ୍ଚଳରେ ରହୁଥିବା ଲୋକଙ୍କ ବିକାଶ ହେବା ସହ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବ ।

ବ୍ୟବସାୟୀ ମାନଙ୍କୁ ସହରାଞ୍ଚଳରେ ଯେଉଁ ସବୁ ଲାଇସେନ୍ସ ପ୍ରଦାନ କରାଯାଉଛି, ତାହା ପୂର୍ବରୁ ଅନେକ ସମୟ ଲାଗୁଥିଲା । ପ୍ରତି ବର୍ଷ ଏହାକି ନବୀକରଣ କରିବାକୁ ପଡୁଥିଲା । ମାତ୍ର ଏବେ ସରକାର ଏହି ନିୟମରେ ସଂସ୍କାର ଆଣିବାକୁ ଯାଉଛନ୍ତି । ଏଣିକି ଅନଲାଇନରେ ଆବେଦନକାରୀ ଆବେଦନ କରିପାରିବେ ଓ ଗୋଟିଏ ଦିନରେ ହିଁ ପ୍ରୋଭିଜିନାଲ ଲାଇସେନ୍ସ ମିଳପାରିବ । ସହରାଞ୍ଚଳରେ ବ୍ୟବସାୟୀମାନଙ୍କୁ ନବୀକରଣର ଅବଧି ଗୋଟିଏ ବର୍ଷ ବଦଳରେ 5 ବର୍ଷ ରଖାଯାଇଛି । ସହରାଞ୍ଚଳରେ ଚାଲୁଥିବା ଶଗଡ଼ ଗାଡ଼ି, ଘୋଡା ଗାଡିକୁ ପୂର୍ବରୁ ଟ୍ୟାକ୍ସ ଦେବାକୁ ପଡୁଥଲା ମାତ୍ର ଏହାକୁ ଛାଡ କରାଯାଇଛି ।

ନୂଆ ନିୟମ ଅନୁଯାୟୀ, ଯେଉଁମାନେ ଲାଇସେନ୍ସ ପାଇଁ ଆବେଦନ କରିବେ, ସେହି ଦିନ ହିଁ ସେମାନଙ୍କୁ ଏକ ପ୍ରୋଭିଜିନାଲ ଲାଇସେନ୍ସ ପ୍ରଦାନ କରାଯିବ । ଏବଂ 1 ବର୍ଷ ପରିବର୍ତ୍ତନ କରାଯାଇ ଏଥର ପ୍ରତି 5 ବର୍ଷରେ ଥରେ ଲାଇନ୍ସେସ ରିନ୍ୟୁଆଲ କରିବାକୁ ପଡିବ କେବଳ । ସହରାଂଚଳରେ ଚାଲୁଥିବା ଶଗଡ଼ ଗାଡ଼ି ଓ ଘୋଡା ଗାଡିକୁ ଟ୍ୟାକ୍ସ ଦେବାକୁ ପଡୁଥଲା ଏବେ ଏସବୁ ଟ୍ୟାସ୍କ ଦେବାକୁ ପଡିବ ନାହିଁ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.