ଭୁବନେଶ୍ବର: ପୂର୍ବତନ ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ସରକାରୀ ବାସଭବନ ଛାଡିବାକୁ ନିର୍ଦ୍ଦେଶ । ଯିଏ ନ ଛାଡିବେ ସେମାନଙ୍କ ପାଣି ଓ ବିଜୁଳି ସଂଯୋଗ କାଟି ଦିଆଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଅନେକ ପୂର୍ବତନ ବିଧାୟକ ଓ ମନ୍ତ୍ରୀ ମାନେ ଏବେ ମଧ୍ୟ ସରକାରୀ କ୍ବାର୍ଟର ମାୟା ଛାଡି ପାରୁନାହାଁନ୍ତି । ସେମାନଙ୍କୁ ପୂର୍ବରୁ ନୋଟିସ କରାଯାଇଛି । ତେଣୁ ତୁରନ୍ତ କ୍ବାର୍ଟର ଛାଡିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ମୋଟ 26 ଜଣଙ୍କୁ ନୋଟିସ ଜାରି କରି ସରକାରୀ କ୍ବାର୍ଟର ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ନୋଟିସ ଜାରି କରାଯାଇଥିବା ପୂର୍ବତନ ବିଧାୟକ ଓ ମନ୍ତ୍ରୀ ତାଲିକା ନିମ୍ନରେ ଉଲ୍ଲେଖ ରହିଛି ।
- ବସନ୍ତ କୁମାର ପଣ୍ଡା(ଲୋକସଭା)
- ସ୍ବର୍ଗତ ବେଦ ପ୍ରକାଶ ଅଗ୍ରୱାଲ
- ଭୁଜବଳ ମାଝୀ
- ବିଭୂତିଭୂଷଣ ହରିଚନ୍ଦନ
- ବିଜୟଶ୍ରୀ ରାଉରରାଏ
- ଦାମୋଦର ରାଉତ
- ଦେବାଶିଷ ନାୟକ
- ଧନେଶ୍ବର ମାଝୀ
- ଗୋଲକ ବିହାରୀ ନାୟକ
- ଯୁଗୋଳ କିଶୋର ପଟ୍ଟନାୟକ
- କିଶୋର ଚନ୍ଦ୍ର ତରାଇ
- ମହେଶ ସାହୁ, ଲୋକସଭା
- ନନ୍ଦିନୀ ଦେବୀ
- ନିତେଶ ଗଙ୍ଗଦେବ (ଲୋକସଭା)
- ପ୍ରଭାତ କୁମାର ତ୍ରିପାଠୀ
- ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ
- ପୁଷ୍ପେନ୍ଦ୍ର ସିଂହ ଦେଓ
- ରବିନାରାୟଣ ନାୟକ
- ରମେଶ ଚନ୍ଦ୍ର ମାଝୀ, ଲୋକସଭା
- ସାନନ୍ଦ ମାରାଣ୍ଡି
- ସଞ୍ଜୟ କୁମାର ଦାସ ବର୍ମା
- ସଞ୍ଜୀବ କୁମାର ସାହୁ
- ସରୋଜ କୁମାର ସାମଲ
- ସ୍ବର୍ଗତ ସୁବଳ ସାହୁ
- ସରୋଜିନୀ ହେମ୍ବ୍ରମ
- ଝିନ୍ନ ହିକ୍କକା
ଏହି ସମସ୍ତ ପୂର୍ବତନ ବିଧାୟକ ଓ ମନ୍ତ୍ରୀଙ୍କୁ ସରକାରୀ କ୍ବାର୍ଟର ଖାଲି କରିବାକୁ ନୋଟିସ୍ ଜାରି କରାଯାଇଛି । 26 ଜଣ ପୂର୍ବତନ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ