ETV Bharat / city

ସରକାରୀ ବୈଷୟିକ କଲେଜରେ ସିଟ ପୂରଣ ପାଇଁ ସରକାରଙ୍କ ଉଦ୍ୟମ - ପ୍ରଯୁକ୍ତି ବିଦ୍ୟା

ରାଜ୍ୟରେ ଖାଲି ପଡୁଥିବା ସରକାରୀ ବୈଷୟିକ କଲେଜମାନଙ୍କର ସିଟ ପୂରଣ ପାଇଁ ସରକାରଙ୍କ ଉଦ୍ୟମ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 9, 2019, 4:18 AM IST

ଭୁବନେଶ୍ବର: ସାରା ବିଶ୍ବରେ ଦିନକୁ ଦିନ ପ୍ରଯୁକ୍ତିବିଦ୍ୟାର ପ୍ରଭାବ ବଢି ଚାଲିଛି । ଏହି ପ୍ରଯୁକ୍ତିବିଦ୍ୟାରେ ମଧ୍ୟ ବ୍ୟାପକ ନିଯୁକ୍ତି ମିଳୁଛି । ତେଣୁ ବିଶ୍ବର ଯୁବପୀଢି ଏବେ ପ୍ରଯୁକ୍ତିବିଦ୍ୟାରେ ହିଁ ନିଜକୁ ଦକ୍ଷ କରିବାରେ ଲାଗିଛନ୍ତି । କିନ୍ତୁ ରାଜ୍ୟରେ ଏହାର ବିପରୀତ ଦେଖିବାକୁ ମିଳୁଛି। ଓଡିଆ ଯୁବକ ଓ ଯୁବତୀମାନେ ବୈଷୟିକ ଶିକ୍ଷାରୁ ମୁହଁ ଫେରାଉଛନ୍ତି । ତେଣୁ ସରକାରୀସ୍ତରରେ ରାଜ୍ୟର ଯୁବପୀଢିଙ୍କ ମନରେ ବୈଷୟିକ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ସରକାର କହୁଛନ୍ତି ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର

ବର୍ତ୍ତମାନ ରାଜ୍ୟରେ ନାମଲେଖା ପ୍ରକ୍ରିୟା ଚାଲୁ ରହିଛି। ରାଜ୍ୟରେ ଥିବା ବିଭିନ୍ନ ଆଇଟିଆଇ, ପଲିଟେକନିକ ଓ ଇଞ୍ଜିନିୟରିଂ କଲେଜଗୁଡିକରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଶେଷ ହୋଇ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିଲେ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ସମ୍ପୂର୍ଣ୍ଣ ଟ୍ରେଡ ପାଇଁ ଆବଶ୍ୟକୀୟ ଛାତ୍ରଛାତ୍ରୀ ନାମ ଲେଖାଇ ନଥିବା ଜଣାପଡିଛି। ତେଣୁ ଏହାକୁ ମୁକାବିଲା କରିବା ପାଇଁ ସରକାରୀସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି ।

ଗୁରୁବାର ସ୍ଥାନୀୟ ଗୀତଗୋବିନ୍ଦ ଭବନରେ ଏଥିପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୈଷୟିକ ବିଭାଗ ସଚିବ ଏସ କେ ସିଂ ଯୋଗଦେଇ କହିଛନ୍ତି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାମ ଲେଖା ଶେଷ ହେଲେ ମଧ୍ୟ ସ୍ପଟ ଆଡମିଶନରେ ଛାତ୍ରଛାତ୍ରୀ ନାମ ଲେଖାନ୍ତୁ । ଏଥିସହ ସରକାର ଦେଉଥିବା ସୁବିଧା ସୁଯୋଗର ଲାଭ ଉଠାନ୍ତୁ ବୋଲି ସେ କହିଛନ୍ତି । ବିଭାଗୀୟ ସଚିବ ଆହୁରି କହିଛନ୍ତି ଯେ ସରକାର ବୈଷୟିକ ଶିକ୍ଷା କ୍ଷେତ୍ରରେ ଛାତ୍ରୀଙ୍କ ସମେତ ବିଭିନ୍ନ ଜନଜାତି ଓ ପଛୁଆ ବର୍ଗର ପିଲାଙ୍କ ପାଇଁ ସ୍କୋଲାରସିପ ଓ ଷ୍ଟାଇପେଣ୍ଡର ବ୍ୟବସ୍ଥା କରିଛନ୍ତି ।

ଏହାସହ ଜଟଣୀଠାରେ ଥିବା ସରକାରୀ ଆଇଟିଆଇ ସ୍ବତନ୍ତ୍ର ଭାବେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କର ଯୋଗୋଯୋଗ ଓ ଗୁଣାତ୍ମକମାନ ଶିକ୍ଷା ପ୍ରଦାନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ସମଗ୍ର ବିଶ୍ୱରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ବହୁଳ ପରିମାଣରେ ବୃଦ୍ଧି ପାଉଛି।ଯାହାଫଳରେ ଯୁବ ପିଢ଼ି ଏହାର ଶିକ୍ଷା ଗ୍ରହଣ ପୂର୍ବକ ନିଯୁକ୍ତିର କ୍ଷେତ୍ରଭାବେ ଆପଣାଉଥିବ ବେଳେ ଓଡ଼ିଶାରେ ଏହାର ବିପରୀତ ଦେଖିବକୁ ମିଳୁଛି।ଓଡ଼ିଆ ଯୁବକ ଓ ଯୁବତୀମାନେ ବୈଷୟିକ ଶିକ୍ଷାରୁ ମୁହଁ ଫେରାଉଥିବା ଦେଖିବାକୁ ମିଳୁଛି।ତେଣୁ ସରକାରୀ ସ୍ତରରେ ରାଜ୍ୟର ଯୁବପୀଢ଼ିଙ୍କ ମନରେ ବୈଷୟିକ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରିବା ଉଦେଶ୍ୟରେ ବ୍ୟାପକ ଯୋଜନା କାର୍ଯ୍ୟକାରୀ କାରଯାଉଥିବା କୁହାଯାଇଛି।

Body:ସମ୍ପ୍ରତି ରାଜ୍ୟରେ ନାମଲେଖା ସମୟ ଚାଲୁରହିଛି।ରାଜ୍ୟରେ ଥିବା ବିଭିନ୍ନ ଆଇଟିଆଇ,ପାଳିଟେକନିକ ଓ ଇଞ୍ଜିନିୟରିଂ କଲେଜ ଗୁଡିକରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ସରିବା ଶେଷ ହେବା ସହିତ ଦ୍ଵିତୀୟ ପର୍ଯ୍ୟାୟ ନାମ ଲେଖା ପାଇଁ ପ୍ରକ୍ରିୟା ଚାଲୁ ରହିଥିବା ଜଣାପଡ଼ିଛି।ତେବେ ବର୍ତ୍ତମାନ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ସମ୍ପୂର୍ଣ୍ଣ ଟ୍ରେଡ଼ ପାଇଁ ଆବଶ୍ୟକୀୟ ପିଲା ନାମ ଲେଖାଇ ନଥିବା ଜଣାପଡ଼ିଛି।ତେଣୁ ସରକାରୀ ସ୍ତରରେ ଏହି ଶିକ୍ଷା ଗ୍ରହଣ କରିବା ପାଇଁ ଥିବା ସୁବିଧା ସହିତ ନିଯୁକ୍ତି କ୍ଷେତ୍ରରେ ମିଳୁଥିବା ସୁବିଧା ବିଷୟରେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର ଗୀତଗୋବିନ୍ଦ ଭବନ ରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅବଗତ କରାଯିବା ସହିତ ଏହାର ସୁଯୋଗ ନେବାକୁ କୁହାଯାଇଛି।ବିଭିନ୍ନ ଅନୁଷ୍ଠାନରେ ଦ୍ଵିତୀୟ ପର୍ଯ୍ୟାୟ ନାମ ଲେଖା ପାଇଁ ସମୟ ଶେଷ ହେବା ପରେ ମଧ୍ୟ ରହିଥିବା ସ୍ପଟ ଆଡ଼ମିଶନ ର ସୁଯୋଗ ନେବାକୁ ବିଭାଗୀୟ ସଚିବ ଏସ କେ ସିଂ କହିଛନ୍ତି।ଟେକନିକାଲ ଶିକ୍ଷା କ୍ଷେତ୍ରରେ ସରକାର ଝିଅ ମାନଙ୍କ ସମେତ ତଫସିଲ ଭୁକ୍ତ ଜାତି ଓ ଜନଜାତିର ଓ ଓବିସି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶେଷ ଯୋଜନା ମାନ ଥିବା ସହିତ ଷ୍ଟାଇପେଣ୍ଡ ଓ ସ୍କଲାରଶିପି ଥିବା ପ୍ରକାଶ କରିଛନ୍ତି।ସେହିପରି ଜଟଣୀ ଠାରେ ଥିବା ସରକାରୀ ଆଇଟିଆଇ ସ୍ୱତନ୍ତ୍ର ଭାବେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କର ଯୋଗୋପଯୋଗୀ ଓ ଗୁଣାତ୍ମକମାନଯୁକ୍ତ ଶିକ୍ଷା ପ୍ରଦାନ ପାଇଁ ସମସ୍ତପ୍ରକାର ବ୍ୟବସ୍ଥା ହୋଇଥିବା କହିଛନ୍ତି।

Conclusion:ତେବେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ଆଇଟିଆଇ ରେ ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ଛାତ୍ର ଗ୍ରହଣ ସୀମା କମିଥିବା ଜଣାପଡ଼ିଛି।2016/17 ଓ17/18 ରେ ଯଥାକ୍ରମେ 17695 ଓ 17699 କ୍ଷମତା ଥିବା ବେଳେ ଚଳିତବର୍ଷ ଏହାକୁ 16881 କୁ କମାଇଯାଇଛି।ସେହିପରି ପଲିଟେକନିକ ବିଗତ ବର୍ଷ ତୁଳନାରେ ଛାତ୍ରଛାତ୍ରୀ ଗ୍ରହଣ କ୍ଷମତା ବୃଦ୍ଧି ପାଇଥିବା ବେଳେ ସମ୍ପୁର୍ଣ୍ଣଭାବେ ପିଲା ନାମ ଲେଖାଉନଥିବା ଦେଖାଯାଉଛି।ସେହି 2016/17 ,17/18 ଓ18/19 ବର୍ଷରେ ପିଲାଙ୍କ ଧାରଣ ସଂଖ୍ୟା 8415,8775 ଓ 8845 କୁ ବୃଦ୍ଧି କରାଜିଥିବା ବେଳେ ଆଡ଼ମିଶନ ନେଇଥିବା ଛାତ୍ରଛାତ୍ରୀ ଙ୍କ ସଂଖ୍ୟା ଯଥାକ୍ରମେ 5993,6915 ଓ 6948 ରହିଛି।ତେବେ ସବୁଠାରୁ ବେଶୀ ଏହା ହାଇଅର ଟେକନିକାଲ ଏଜୁକେସନ କ୍ଷେତ୍ରରେ ଦେଖିବାକୁ ମିଳିଛି।ବିଗତ 3ବର୍ଷ ମଧ୍ୟରେ ସିଟ ସଂଖ୍ୟା ବୃଦ୍ଧି ପାଇ ନଥିବା ବେଳେ ପିଲାମାନଙ୍କ ଆଡ଼ମିଶନ ଆଶାତୀତ ଭାବେ କମିଥିବା ଜଣାପଡିଛି।2017 ରେ 2459 ଥିବା ବେଳେ ଏହା 18 ରେ 2311 ଓ 2109 ରେ 2124 ଥିବା ଜଣାପଡିଛି।ତେବେ ଏପରି ବୈଷୟିକ ଶିକ୍ଷା ପ୍ରତି ଯୁବପୀଢ଼ିଙ୍କ ମନୋଭାବ କୁ ଲକ୍ଷକରି ସରକାର ଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର କରାଯାଉଥିବା ଜଣାପଡ଼ିଛି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ନିର୍ଦେଶକଙ୍କ ସମେତ ଅନ୍ୟ ଆଧିକାରୀମାନେ ଉପସ୍ଥିତ ଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.