ETV Bharat / city

ସରକାରୀ ଅଧିକାରୀଙ୍କ ଶପଥ ପାଠ: ‘କରିବୁନି ଦୁର୍ନୀତି’ - ଦୁର୍ନୀତି ନକରିବାର ଶପଥ

ଲୋକସେବା ଭବନର ସରକାରୀ କର୍ମଚାରୀ ନେଲେ ଦୁର୍ନୀତି ବିରୋଧରେ ଶପଥ ପାଠ । ଅଧିକ ପଢନ୍ତୁ...

ସରକାରୀ ଅଧିକାରୀଙ୍କ ଶପଥ ପାଠ: ‘କରିବୁନି ଦୁର୍ନିତୀ’
author img

By

Published : Oct 28, 2019, 5:42 PM IST

Updated : Oct 28, 2019, 9:52 PM IST

ଭୁବନେଶ୍ବର: ସରକାରୀ କାର୍ଯ୍ୟରେ ଲାଞ୍ଚ ନନେବାକୁ ସୋମବାର ଶପଥ ନେଇଛନ୍ତି ଲୋକସେବା ଭବନର ସରକାରୀ କର୍ମଚାରୀ | ଦୁର୍ନୀତି ବିରୋଧରେ ଶପଥ ପାଠ ନେବାସହ ଏହାକୁ କେବେବି ପ୍ରଶୟ ନଦେବାକୁ ପଣ କରିଛନ୍ତି |

govt officials take oath in Lokaseba bhawan to quit corruption
ସରକାରୀ ଅଧିକାରୀଙ୍କ ଶପଥ ପାଠ: ‘କରିବୁନି ଦୁର୍ନିତୀ’

ଏଥିରେ ଲୋକସେବା ଭବନର ପଞ୍ଚାୟତିରାଜ, ଗ୍ରାମ ଉନ୍ନୟନ ଓ ଗଣଶିକ୍ଷା ବିଭାଗର ସଚିବ ଏବଂ ଅଧିକାରୀ ଶପଥ ନେଇଛନ୍ତି | ଦୁର୍ନୀତିକୁ ପ୍ରଶୟ ନଦେବା ପାଇଁ ସଚିବଙ୍କ ଠାରୁ ଆରମ୍ଭ କରି ନିମ୍ନସ୍ଥ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଛିଡା ହୋଇ ଶପଥ ନେଇଛନ୍ତି ।

ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଯେପରି ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଦୁର୍ନୀତିର ଛିଟା ନଲାଗେ ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଥିଲା | ନିଜର କାର୍ଯ୍ୟକୁ ନିଷ୍ଠା ଓ ସାଧୁତାର ସହ ସମ୍ପାଦନ କରିବା ସହ ଲୋକଙ୍କର ହିତ ପାଇଁ କାର୍ଯ୍ୟ କରିବାକୁ ଶପଥ ନେଇଛନ୍ତି କର୍ମଚାରୀ |

ପୂର୍ବରୁ ମୁଖ୍ୟମନ୍ତ୍ରୀ ମଧ୍ୟ ଦୁର୍ନୀତିକୁ ପ୍ରଶୟ ନଦେବାକୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ସରକାରୀ ଅଧିକାରୀ ଦୁର୍ନୀତି କରୁଥିଲେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro: ସରକାରୀ କାର୍ଯ୍ୟବେଳେ ଲାଞ୍ଚ ନ ନେବାକୁ ଆଜି ଶପଥ ନେଇଛନ୍ତି ଲୋକସେବା ଭବନର ସରକାରୀ କର୍ମଚାରୀ | ଦୁର୍ନୀତି ବିରୋଧରେ ଆଜି ଶପଥପାଠ ନେବା ସହ ଦୁର୍ନୀତିକୁ କେବେ ବି ପ୍ରଶୟ ନ ଦେବାକୁ ପଣ କରିଛନ୍ତି | Body:ଲୋକସେବା ଭବନର ପଞ୍ଚାୟତିରାଜ, ଗ୍ରାମ ଉନ୍ନୟନ ଓ ଗଣଶିକ୍ଷା ବିଭାଗର ସଚିବ ଏବଂ ଅଧିକାରୀ ଶପଥ ନେଇଛନ୍ତି | ଦୁର୍ନୀତିକୁ ପ୍ରଶୟ ନଦେବା ପାଇଁ ସଚିବଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଛିଡା ହୋଇ ଶପଥ ନେଇଛନ୍ତି । ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଯେଭଳି ଦୁର୍ନୀତିର ଛିଟା ନ ଲାଗେ ସେଥି ପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି | ନିଜର କାର୍ଯ୍ୟକୁ ନିଷ୍ଠା ଓ ସାଧୁତାର ସହ ସମ୍ପାଦନ କରିବା ସହ ଲୋକଙ୍କର ହିତ ପାଇଁ କାର୍ଯ୍ୟ କରିବାକୁ ଆଜି ଶପଥ ନେଇଛନ୍ତି |
Conclusion:ସୂଚନା ଅନୁସାରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ମଧ୍ୟ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ | କୌଣସି ସରକାରୀ ଅଧିକାରୀ ଦୁର୍ନୀତି କରୁଥିଲେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
Last Updated : Oct 28, 2019, 9:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.