ETV Bharat / city

କାର୍ଯ୍ୟରେ ଅବହେଳା ଅଭିଯୋଗରେ ସରକାରୀ ଅଧିକାରୀ ନିଲମ୍ବିତ - negligence in work

କାର୍ଯ୍ୟରେ ଅବହେଳା ଅଭିଯୋଗରେ ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ କ୍ଷେତ୍ରବାସୀ ଗୋଚ୍ଛାୟତ ନିଲମ୍ବିତ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

govt-official-suspended-for-negligence-in-work
କାର୍ଯ୍ୟରେ ଅବହେଳା ଅଭିଯୋଗ, ସରକାରୀ ଅଧିକାରୀ ନିଲମ୍ବତ
author img

By

Published : Feb 10, 2020, 10:18 PM IST

Updated : Feb 11, 2020, 10:45 AM IST

ଭୁବନେଶ୍ବର: କାର୍ଯ୍ୟରୁ ନିଲମ୍ବିତ ହେଲେ ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ କ୍ଷେତ୍ରବାସୀ ଗୋଚ୍ଛାୟତ । ଏକ ଫାଇଲ 6ରୁ ଅଧିକ ମାସ ହେବ ପଡି ରହିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ।

ନଅତାଲାରେ ଥିବା ଉଚ୍ଚଶିକ୍ଷା ବିଭାଗ ଦ୍ବିତୀୟ କ୍ୟାମ୍ପସକୁ ଜାନୁଆରୀ 21 ତାରିଖରେ ମନ୍ତ୍ରୀ ଗସ୍ତ କରିଥିଲେ । ସମ୍ପୃକ୍ତ ଅଧିକାରୀ କାଗଜ ପତ୍ରରେ ଅହେତୁକ ବିଳମ୍ବ କରୁଥିବାରୁ ଅସନ୍ତୋଷ ବ୍ୟକ୍ତ କରିବା ସହ, ଏହାର ତଦନ୍ତ କରି କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

5T ଆଧାରରେ କାର୍ଯ୍ୟ କରି ଫାଇଲ୍‌ ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ପାଇଁ ମନ୍ତ୍ରୀ ବାରମ୍ବାର ତାଗିଦ କରିଥିଲେ ମଧ୍ୟ ଅଧିକାରୀ ଜଣକ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିଲେ । ଫଳରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ ଶ୍ରୀ କ୍ଷେତ୍ରବାସୀ ଗୋଚ୍ଛାୟତଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ
ନିଲମ୍ବନ କରାଯାଇଛି । ତାଙ୍କର ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ।
ସୂଚନାଯୋଗ୍ୟ ଯେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗତ ଜାନୁଆରୀ ୨୧ ତାରିଖରେ
ନଅତାଲାସ୍ଥିତ ଉଚ୍ଚଶିକ୍ଷା ବିଭାଗ ଦ୍ୱିତୀୟ କ୍ୟାମ୍ପସ୍‌ ଅଚାନକ ଗସ୍ତ ସମୟରେ ଫାଇଲ୍‌ ପ୍ରକ୍ରିୟାରେ ଅହେତୁକ ବିଳମ୍ବ
ସଂପର୍କରେ ଜାଣିବାକୁ ପାଇଥିଲେ । ଫାଇଲ୍‌ଟି ୬ ମାସରୁ ଊଦ୍ଧ୍ୱର୍କାଳ କାର୍ଯ୍ୟକାରୀ ନହୋଇ ପଡ଼ିରହିଥିବାରୁ ମନ୍ତ୍ରୀ ଅସନ୍ତୋଷ
ବ୍ୟକ୍ତ କରିବା ସହିତ ଏହାର ତଦନ୍ତ କରି କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ତଦନ୍ତ କରାଯିବା ପରେ ଉପବିଭାଗ ଅଧିକାରୀ ଶ୍ରୀ କ୍ଷେତ୍ରବାସୀ
ଗୋଚ୍ଛାୟତଙ୍କୁ ଫାଇଲ୍‌ ପ୍ରକି୍ରୟାରେ ଅବହେଳା ପାଇଁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ୫‘ଟି’ ଆଧାରରେ କାର୍ଯ୍ୟ କରି
ଫାଇଲ୍‌ ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ପାଇଁ ମନ୍ତ୍ରୀ ଡ. ସାହୁଙ୍କ ବାରମ୍ବାର ତାଗିଦ୍‌ ସତ୍ତେ୍ୱ ଉପବିଭାଗ ଅଧିକାରୀ ଶ୍ରୀ
ଗୋଚ୍ଛାୟତଙ୍କ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ନିମନ୍ତେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।
Body:KConclusion:
Last Updated : Feb 11, 2020, 10:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.