ETV Bharat / city

ସରକାରୀ କାର୍ଯ୍ୟାଳୟରେ କଡାକଡି ପାଳନ ହେଉଛି କୋରୋନା କଟକଣା - କୋରୋନା ଭାଇରସ ଲକ୍ଷଣ

ରାଜ୍ୟର ସମସ୍ତ ସରକାରୀ ଅଫିସ ଗୁଡିକରେ କୋରୋନାକୁ ନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନ୍କୁ କଡାକଡି ପାଳନ କରାଯାଉଛି । ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିଲାଣି ଜିଲ୍ଲା ଓ ରାଜ୍ୟ ସ୍ତରୀୟ କାର୍ଯ୍ୟାଳୟ । ମାସ୍କ,ସାନିଟାଇଜର୍ ଓ ସହ ସାସାମାଜିକ ଦୂରତା ଅବଲମ୍ବନ କରି କାର୍ଯ୍ୟ କରୁଛନ୍ତି।ଅଧିକ ଜାଣନ୍ତୁ...

govt-office-strectly-follow-covid19-guide-line
ସରକାରୀ କାର୍ଯ୍ୟାଳୟରେ କଡାକଡି ପାଳନ ହେଉଛି କୋରୋନା କଟକଣା
author img

By

Published : Jun 5, 2020, 3:07 AM IST

Updated : Jun 5, 2020, 5:55 PM IST

ଭୁବନେଶ୍ବର: ହଟୁଛି କଟକଣା । ସ୍ବାଭାବିକ ହେଉଛି ସାଧାରଣ ଜୀବନଯାପନ । ଚଳଚଞ୍ଚଳ ହେଉଛି ବଜାର । ଲକଡାଉନ ପରେ ଏବେ ଅନଲକ ୧ ଚାଲିଛି । ହେଲେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟ ଓ ଦେଶରେ ବଢିବାରେ ଲାଗିଛି । କୋରୋନା ମହାମାରୀ ଭୟବହତାକୁ ସମସ୍ତେ ଅଙ୍ଗେ ନିଭେଇବା ପରେ କୋରୋନା ସହିତ ମିଶି ବଞ୍ଚିବାକୁ ପଡିବ ଏକଥା ବୁଝିଲେଣି । ସରକାରୀ ସ୍ତରରେ ମଧ୍ୟ ଧିରେ ଧିରେ କଟକଣା ହଟାଇଲାଣି । ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିଲାଣି ଜିଲ୍ଲା ଓ ରାଜ୍ୟ ସ୍ତରୀୟ କାର୍ଯ୍ୟାଳୟ । ମାସ୍କ,ସାନିଟାଇଜର୍ ଓ ସହ ସାମାଜିକ ଦୂରତା କୁ ସୁରକ୍ଷାର ମନ୍ତ୍ରର ଧରିନେଲେଣି । ସଚେତନତା ଓ ସଞ୍ଜମତା ଜରିଆରେ ହିଁ କୋରୋନା ସହିତ ସାଲିସ ବିହିନ ଲଢେଇ କରିବା ସହ ଦୈନଦିନ ଅଫିସ କାର୍ଯ୍ୟ ଆଗେଇବା ପାଇଁ ଆରମ୍ଭ ହୋଇସାରିଛି ପ୍ରକ୍ରିୟା ।

ସରକାରୀ କାର୍ଯ୍ୟାଳୟରେ କଡାକଡି ପାଳନ ହେଉଛି କୋରୋନା କଟକଣା

ରାଜ୍ୟର ସମସ୍ତ ସରକାରୀ ଅଫିସ ଗୁଡିକରେ କୋରନା କୁ ନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନ୍ କୁ କଡାକଡି ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ସମସ୍ତ ସରକାରୀ ବିଭାଗ ଓ ଏହାର ଅଧସ୍ଥନ ଅଫିସ୍‌’ର କର୍ମଚାରୀ ଅଫିସ୍‌ ଆସିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଲୋକସେବା ଭବନର ସମସ୍ତ କର୍ମଚାରୀ ଏବେ ନିୟମିତ କାର୍ଯ୍ୟାଳୟ ଆସୁଛନ୍ତି ଏବଂ ସାମାଜିକ ଦୂରତା ଅବଲମ୍ବନ କରି କାର୍ଯ୍ୟ କରୁଛନ୍ତି।ଏହାସହ ଯେଉଁ କର୍ମଚାରୀଙ୍କର ସର୍ଦ୍ଦି, ଜ୍ୱର ବା କାଶ ହେଉଥିବ ସେମାନେ ଅଫିସ୍ ଆସିବେ ନାହିଁ । ସେହିପରି କଣ୍ଟେନ୍‌ମେଣ୍ଟ ଜୋନ୍‌ ବା ନିଷିଦ୍ଧାଞ୍ଚଳରେ ରହୁଥିବା ସରକାରୀ କର୍ମଚାରୀ ଅଫିସ୍ ଆସିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । କିନ୍ତୁ ଉପରିସ୍ଥ ଅଧିକାରୀଙ୍କୁ ଛୁଟି ଦରଖାସ୍ତ ଦେବାକୁ ହେବ । ସମସ୍ତ ଅଫିସ୍‌ କର୍ତ୍ତୃପକ୍ଷ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବେ ।

ଲୋକସେବା ଭବନରେ ବିଭିନ୍ନ ବିଭାଗରେ ଏଥିପାଇଁ ଅଟୋମେଟିକ୍ ସାନିଟାଇଜର ମେସିନ୍ ଲଗାଇଥିବା ସହ କର୍ମଚାରୀ ମାନେ ମଧ୍ୟ ନିଜ ସୁରକ୍ଷା କୁ ଧ୍ୟାନ ଦେଇ ସାଥିରେ ସାନିଟାଇଜର ନେଇ ଯାଉଛନ୍ତି ।ଏପରିକି ରେଗୁଲାର ସେମାନଙ୍କ ଥର୍ମାଲ ସ୍କ୍ରିନି କରାଯାଉଥିବା କହିଛନ୍ତି ।ଏହାସହ ଅଫିସ ମଧ୍ୟରେ ସାମାଜିକ ଦୂରତା ରେ କାର୍ଯ୍ୟ କରାଯାଉଥିବା କହିଛନ୍ତି ।ଏହାସହ ସମ୍ପୂର୍ଣ୍ଣ ଅଫିସ କୁ ମଧ୍ୟ ସାନିଟାଇଜ୍ କରାଯାଉଥିବା ଦେଖିବାକୁ ମିଳିଛି ।ସରକାରଙ୍କ ସମସ୍ତ ଗାଇଡ ଲାଇନ କୁ ପାଳନ କରାଯାଉଥିବା କହିଛନ୍ତି ସଚିବାଳୟରେ କର୍ମଚାରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jun 5, 2020, 5:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.