ETV Bharat / city

Inter State Council: ଆନ୍ତଃରାଜ୍ୟ ପରିଷଦ କମିଟିରେ ସ୍ଥାନ ପାଇଲେ ନବୀନ - ଆନ୍ତଃରାଜ୍ୟ ପରିଷଦର କମିଟି ଗଠିତ

ଆନ୍ତଃରାଜ୍ୟ ପରିଷଦର ପୁଃନର୍ଗଠନ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ କ୍ରମେ ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୯ ଅଗଷ୍ଟ ୯ ରେ ଜାରି ହୋଇଥିବା ସଚିବାଳୟର ବିଜ୍ଞପ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ କ୍ରମେ ନୂଆ ଆନ୍ତଃରାଜ୍ୟ ପରିଷଦ ଗଠନ ହୋଇଛି । ଅଧିକ ପଢନ୍ତୁ

ନବୀନ
ନବୀନ
author img

By

Published : May 21, 2022, 5:48 PM IST

ନୂଆଦିଲ୍ଲୀ: ଆନ୍ତଃରାଜ୍ୟ ପରିଷଦର ପୁଃନର୍ଗଠନ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ କ୍ରମେ ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୯ ଅଗଷ୍ଟ ୯ ରେ ଜାରି ହୋଇଥିବା ସଚିବାଳୟର ବିଜ୍ଞପ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ କ୍ରମେ ନୂଆ ଆନ୍ତଃରାଜ୍ୟ ପରିଷଦ ଗଠନ ହୋଇଛି । ବିଜ୍ଞପ୍ତି ଅନୁସାରେ କମିଟିରେ ମୋଟ 13 ସଦସ୍ୟ ଥିବା ବେଳେ ଅଧ୍ୟକ୍ଷ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହାସହ 4 ଜଣ କେନ୍ଦ୍ରମନ୍ତ୍ରୀ 8 ଜଣ ମୁଖ୍ୟମନ୍ତ୍ରୀ ସଦସ୍ୟ ରହିଛନ୍ତି ।

କମିଟିର ସଦସ୍ୟ ଭାବରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ସାମାଜିକ ନ୍ୟାୟ ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର, ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି କମିଟିର ସଦସ୍ୟ ଅଛନ୍ତି।

ଏହାବାଦ କମିଟିରେ ଦେଶର 8 ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ସଦସ୍ୟ ରହିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗମୋହନ ରେଡ୍ଡୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ସଦସ୍ୟ ଅଛନ୍ତି ।

ଏହି କମିଟି କୌଣସି ବିଷୟ ବିଚାରକୁ ନିଆଯିବା ପୂର୍ବରୁ ଆନ୍ତଃରାଜ୍ୟ ପରିଷଦରେ ଏହାର କେନ୍ଦ୍ର-ରାଜ୍ୟ ସମ୍ପର୍କ ସମ୍ବନ୍ଧୀୟ ସମସ୍ତ ବିଷୟ ତଦାରଖ କରିବା । ଆନ୍ତଃରାଜ୍ୟ ସମ୍ପର୍କ ସୁଦୃଢ କରିବା ନିମନ୍ତେ ପରିଷଦର ସୁପାରିସ ଅନୁସାରେ ନିଷ୍ପତ୍ତି ନିଆଯାଇଥାଏ। ଏହାବାଦ ଏହାର କାର୍ଯ୍ୟକାରିତାକୁ ମଧ୍ୟ କମିଟି ତଦାରଖ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.