ETV Bharat / city

ଆସିଲା PM-CARES ଗାଇଡଲାଇନ, କୋଭିଡରେ ପିତାମାତା ହରାଇଥିବା ଅସହାୟ ଶିଶୁ ହେବେ ସାମିଲ

author img

By

Published : Oct 10, 2021, 3:51 PM IST

5 ମାସ ପରେ ଆସିଲା PM-CARES ଗାଇଡଲାଇନ । ରାଜ୍ୟକୁ ଚିଠି ଲେଖି ଅବଗତ କରାଇଲା କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ। ସାମିଲ ହେବେ ଜନ୍ମରୁ ୧୮ ବୟସ ମଧ୍ୟରେ ପିତାମାତା ହରାଇଥିବା ପିଲା । ଅଧିକ ପଢନ୍ତୁ..

ଆସିଲା PM-CARES ଗାଇଡଲାଇନ, କୋଭିଡରେ ପିତାମାତା ହରାଇଥିବା ଅସହାୟ ଶିଶୁ ହେବେ ସାମିଲ
ଆସିଲା PM-CARES ଗାଇଡଲାଇନ, କୋଭିଡରେ ପିତାମାତା ହରାଇଥିବା ଅସହାୟ ଶିଶୁ ହେବେ ସାମିଲ

ଭୁବନେଶ୍ବର: 5 ମାସ ପରେ ଆସିଲା PM-CARES ର ଗାଇଡଲାଇନ । କୋରୋନା ସଂକ୍ରମଣରେ ପିତାମାତାଙ୍କୁ ହରାଇଥିବା ଅସହାୟ ପିଲାଙ୍କୁ ଏଥିରେ ସାମିଲ କରାଯବା ସହ ଆର୍ଥିକ ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ । ପିଏମ କେୟାର୍ସ ଯୋଜନାରେ ସାମିଲ ପାଇଁ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଯୋଜନା ମେ’ ମାସ 30 ତାରିଖରେ ପ୍ରସ୍ତୁତ ହୋଇଥିଲା।

ଏଥିରେ କୋରୋନା ମହାମାରୀରେ ଉଭୟ ବାପା ଓ ମା’କୁ ହରାଇଥିବା ଜନ୍ମରୁ 18 ବର୍ଷ ମଧ୍ୟରେ ଥିବା ପିଲାଙ୍କ ସ୍ବାସ୍ଥ୍ୟ ବୀମା, ଶିକ୍ଷା ସହିତ ଆତ୍ମନିର୍ଭରଶୀଳତା ପାଇଁ 10 ଲକ୍ଷ ଟଙ୍କାର ବ୍ୟବସ୍ଥା ଗ୍ରହଣ କରାଯାଇଛି । 23 ବର୍ଷ ବୟସ ହେବା ପରେ ଏହି ଅର୍ଥରାଶି ପିଲାଙ୍କୁ ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ, 2020 ମାର୍ଚ୍ଚ 11 ତାରିଖରୁ 2021 ଡିସେମ୍ବର 31 ମଧ୍ୟରେ ପିତାମାତା ହରାଇଥିବା ପିଲା ଏହି ଯୋଜନାର ଲାଭ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।

ଏହି ଅସହାୟ ପିଲାଙ୍କୁ ବାଳାଶ୍ରମରେ ରଖାଯିବ। ପିଲାକୁ 10 ବର୍ଷରୁ ଊର୍ଦ୍ଧ୍ବ ହୋଇଥିଲେ ଏବଂ ଯୌଥ ପରିବାର ହୋଇ ନଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଏକଲବ୍ୟ ମଡେଲ ସ୍କୁଲ, ସୈନିକ ସ୍କୁଲ, ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସମେତ କେନ୍ଦ୍ର ସରକାରଙ୍କ ଆବାସିକ ବିଦ୍ୟାଳୟରେ ପଢ଼ି ପାରିବେ । ପିଲାଙ୍କ ପାଠପଢା ପାଇଁ ବହି, ୟୁନିଫର୍ମ ସମେତ ଅନ୍ୟାନ୍ୟ ଆନୁସଙ୍ଗୀକ ସୁବିଧା ବ୍ୟବସ୍ଥା ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିବ।

ସେହିପରି ପିଲାର ବୟସ 6 ବର୍ଷରୁ କମ ହୋଇଥିଲେ ଅଙ୍ଗନଓ୍ବାଡ଼ି କିମ୍ବା ସେହିଭଳି ପୋଷଣଯୁକ୍ତ କେନ୍ଦ୍ରର ବ୍ୟବସ୍ଥା କରିବାକୁ ହେବ । 11 ରୁ 18 ବର୍ଷ ବୟସ୍କ ପିଲା ପିତାମାତା ହରାଇବା ପରେ ଯୌଥ ପରିବାର ସହ ରହୁଥିଲେ ସ୍ଥାନୀୟ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଘରୋଇ ବିଦ୍ୟାଳୟରେ ନାମ ଲେଖାଇ ପାରିବେ। ଅଧିକ ଉଚ୍ଚଶିକ୍ଷା ପାଇଁ ସେ ଋଣ ମଧ୍ୟ ପାଇପାରିବେ। ବ୍ୟବସ୍ଥା ହୋଇଥିବା 10 ଲକ୍ଷ ଟଙ୍କା ଷ୍ଟାଇପେଣ୍ଡ ଭାବରେ ମଧ୍ୟ ମିଳିପାରିବ। ଯାହା ତାଙ୍କର ଶିକ୍ଷା ଏବଂ ବ୍ୟକ୍ତିଗତ ଖର୍ଚ୍ଚରେ କାମରେ ଲଗାଇ ପାରିବେ । ପିଲାକୁ 23 ବର୍ଷ ବୟସ ହେବା ପରେ ଅବଶିଷ୍ଟ ଟଙ୍କା ସେମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.