ETV Bharat / city

‘କୋରୋନାରେ ପ୍ରଭାବିତ ହେବ ରାଜ୍ୟର ବ୍ୟବସାୟ’ - CORONA LATEST NEWS

କୋରୋନାକୁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଫଳରେ ଏହା ବ୍ୟବସାୟୀଙ୍କୁ ପ୍ରଭାବିତ କରିଛି । ଶୁଣନ୍ତୁ, ଏନେଇ କ’ଣ କହୁଛନ୍ତି ବ୍ୟବସାୟିକ ମହାସଂଘର ସଂପାଦକ ସୁଧାକର ପଣ୍ଡା...

govt-decleared-corona-state-disaster-which-will-affect-the-states-business-economy
କରୋନା ରାଜ୍ୟ ବିପର୍ଯ୍ୟୟ, ପ୍ରଭାବିତ ହେବ ରାଜ୍ୟ ବ୍ୟବସାୟିକ ଆର୍ଥନୀତି
author img

By

Published : Mar 14, 2020, 9:52 PM IST

ଭୁବନନେଶ୍ବର: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋରୋନାକୁ ବିଶ୍ବ ମହାମାରୀ ଘୋଷଣା କରିବା ପରେ କୋରୋନାକୁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଫଳରେ ଏହା ରାଜ୍ୟର ଅନେକାଂଶରେ ଅର୍ଥନୀତିରେ ଗଭୀର ପ୍ରଭାବ ପକାଇବ । ଏହା କହିଛନ୍ତି ବ୍ୟବସାୟିକ ମହାସଂଘର ସଂପାଦକ ସୁଧାକର ପଣ୍ଡା ।

କରୋନା ରାଜ୍ୟ ବିପର୍ଯ୍ୟୟ, ପ୍ରଭାବିତ ହେବ ରାଜ୍ୟ ବ୍ୟବସାୟିକ ଆର୍ଥନୀତି

ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, କୋରୋନାକୁ ନେଇ ରାଜ୍ୟରେ ଭୟ ନଥିଲା । କେନ୍ଦ୍ରର ନିର୍ଦ୍ଦେଶକୁ ନେଇ ଜନସାଧାରଣ ସଚେତନ ହେଉଥିଲେ । ଯାହା ବର୍ତ୍ତମାନ ସମୟରେ ଏକ ଆତଙ୍କ ସୃଷ୍ଟି କରିଛି । ରାଜ୍ୟରେ କୋରୋନା ପାଇଁ ସ୍କୁଲ କଲେଜ ବିଭିନ୍ନ ଅନୁଷ୍ଠାନ ଓ ସିନେମା ହଲ ଆଦି ବନ୍ଦ କରାଯାଇଛି। ସୁଧାକର ପଣ୍ଡା ପୁଣି କହିଛନ୍ତି, ବର୍ତ୍ତମାନ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ଉପରେ କୋରୋନାର ପ୍ରଭାବ ରହିଛି । ସମସ୍ତ ସାମଗ୍ରୀର ବିକ୍ରି ଅପେକ୍ଷାକୃତ ଭାବରେ 30 ପ୍ରତିଶତ ପ୍ରଭାବିତ ହୋଇଛି। ମାତ୍ର ବିଳାସପୂର୍ଣ୍ଣ ସାମଗ୍ରୀରେ ଅଧିକ ପ୍ରଭାବିତ ହୋଇଛି। ଏଥିରେ 70 ପ୍ରତିଶତ ବିକ୍ରି କମ ହୋଇଛି।

ବଜାରରେ ପନିପରିବା, ଚାଉଳ, ଡାଲି ଆଦି ଯଦି ଏତେଟା କମି ନାହିଁ ଆଗାମୀ ଦୁଇ ଦିନରେ କୋରୋନାର ପ୍ରଭାବ ରହିଲେ ବିକ୍ରି ହ୍ରାସ ଘଟିବ । ଯାହା ଦ୍ବାରା କୋଟି କୋଟି ଟଙ୍କା କ୍ଷୟକ୍ଷତି ଘଟିବ । ଓଡ଼ିଶାର ବଜାର ମୂଲ୍ୟ 120 ଲକ୍ଷ କୋଟିରୁ 150 ଲକ୍ଷ କୋଟି ଟଙ୍କା । ବର୍ତ୍ତମାନ ସମୟରେ 2 ଲକ୍ଷ କୋଟିରୁ 2.5 ଲକ୍ଷ କୋଟି ଟଙ୍କାରେ ସୀମିତ ହୋଇ ରହୁଛି । ଏହାକୁ ନେଇ ବ୍ୟବସାୟୀଙ୍କ ଉପରେ ପ୍ରଭାବ ପଡିଛି। ଯାହା ଭୁବନେଶ୍ବରକୁ ହଜାର ହଜାର ସଂଖ୍ୟାରେ ଦିନକୁ ବ୍ୟବସାୟୀ ଆସିଥାନ୍ତି ତାହା କମିବାରେ ଲାଗିଛି। ଗୋଟେ ସମ୍ପୂର୍ଣ୍ଣ ସାଧାରଣ ଜୀବନଯାପନ ପାଇଁ ଏକ ମାସ ସମୟ ଲାଗିବ ବୋଲି କହିଛନ୍ତି ସାଧାରଣ ସଂପାଦକ।

ଅନ୍ୟପଟେ କିନ୍ତୁ ଯେତେବେଳେ ଓଡିଶାକୁ ବା ଓଡିଶା ବାହାରୁ କିମ୍ବା ବିଦେଶରୁ ଅନେକ ଦ୍ରବ୍ୟ ରପ୍ତାନୀ ଆମଦାନୀ କରାଯାଉଛି ସେଥିରେ ମଧ୍ୟ କୋରୋନାର ପ୍ରଭାବ ଦେଖିବାକୁ ମିଳୁଛି। ସେଥିରେ ମଧ୍ୟ କେନ୍ଦ୍ର ସରକାର ଏକ ଗାଇଡ଼ ଲାଇନ ଜାରି କରିଛନ୍ତି । ଯାହା ଫଳରେ ଏହାର ପ୍ରଭାବରେ ଓଡ଼ିଶାରେ ଅନେକାଂଶରେ କୋରୋନା ଦ୍ବାରା ବ୍ୟବସାୟିକ କ୍ଷୟକ୍ଷତି ଘଟିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.