ETV Bharat / city

ପ୍ଲାଜମା ଦାନ ପାଇଁ ରାଜ୍ୟପାଳଙ୍କ ଅପିଲ - ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌

ରାଜ୍ୟରେ ପ୍ଲାଜମା ଥେରାପିର ସଫଳତା ପରେ କୋରୋନାରୁ ମୁକ୍ତ ହୋଇଥିବା ଲୋକଙ୍କୁ ପ୍ଲାଜମା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । ଏବେ ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ଟ୍ବିଟ ଯୋଗେ ଅପିଲ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଅଧିକ ପଢନ୍ତୁ...

plasma therapy, plasma donation in state, governor's appeal for plasma donation, governor professor ganeshi lal, bhubaneswar latest news, plasma therapy in odisha, ପ୍ଲାଜମା ଥେରାପି, ରାଜ୍ୟରେ ପ୍ଲାଜମା ଦାନ, ପ୍ଲାଜମା ଦାନ ପାଇଁ ରାଜ୍ୟପାଳଙ୍କ ଅପିଲ୍‌, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟରେ ପ୍ଲାଜମା ଥେରାପି
ରାଜ୍ୟରେ ପ୍ଲାଜମା ଦାନ ପାଇଁ ରାଜ୍ୟପାଳଙ୍କ ଅପିଲ୍‌
author img

By

Published : Jul 25, 2020, 4:37 PM IST

ଭୁବନେଶ୍ବର: ରାଜ୍ୟରେ ପ୍ଲାଜମା ଥେରାପିର ସଫଳତା ପରେ ଅନ୍ୟ ସୁସ୍ଥ ହୋଇଥିବା କୋରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଦାନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । ଏହି ଚିକିତ୍ସାରେ ପ୍ରଥମେ କଟକରୁ ଜଣେ ମହିଳା ସୁସ୍ଥ ହେବା ପରେ ସାରା ରାଜ୍ୟରେ ଏହାର ପ୍ରୟୋଗ ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା ପ୍ରସ୍ତୁତ କରିଛନ୍ତି । ସେପଟେ ଏହି ପ୍ଲାଜମା ଦାନ ପ୍ରକ୍ରିୟାରେ ରାଜ୍ୟର ଅନ୍ୟ କୋରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ସାମିଲ ହେବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଟ୍ବିଟରରେ ଅପିଲ କରିଛନ୍ତି ।

plasma therapy, plasma donation in state, governor's appeal for plasma donation, governor professor ganeshi lal, bhubaneswar latest news, plasma therapy in odisha, ପ୍ଲାଜମା ଥେରାପି, ରାଜ୍ୟରେ ପ୍ଲାଜମା ଦାନ, ପ୍ଲାଜମା ଦାନ ପାଇଁ ରାଜ୍ୟପାଳଙ୍କ ଅପିଲ୍‌, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟରେ ପ୍ଲାଜମା ଥେରାପି
ରାଜ୍ୟରେ ପ୍ଲାଜମା ଦାନ ପାଇଁ ରାଜ୍ୟପାଳଙ୍କ ଅପିଲ୍‌

ସେ ଟ୍ବିଟ ଯୋଗେ ପ୍ରକାଶ କରିଛନ୍ତି କି ମହାମାରୀ ସମୟରେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିପାରିଲେ ତାହା ସବୁଠାରୁ ବଡ ମାନବିକତା ଓ ଆଧ୍ୟାତ୍ମିକତାର ପରିଚୟ ଦେବ । ମୁଖ୍ୟତଃ କୋରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ଶରୀରରୁ ପ୍ଲାଜମା ନିଆଯାଇ ଅନ୍ୟ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇପାରୁଥିବାରୁ ଏହି ପ୍ରକ୍ରିୟାରେ ରାଜ୍ୟର କୋରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ସାମିଲ ହେବା ପାଇଁ ସେ ଅପିଲ କରିଛନ୍ତି । ବର୍ତ୍ତମାନ ସମୟରେ କୋରୋନା ଲଢେଇ ପାଇଁ ଏହା ଅତି ଜରୁରୀ ହୋଇଥିବାରୁ ଯଥା ସମ୍ଭବ ସଂଖ୍ୟାରେ ସୁସ୍ଥତା ଲାଭ କରିଥିବା ବ୍ୟକ୍ତି ଏଥିରେ ସାମିଲ ହେବା ପାଇଁ ସେ ଟ୍ବିଟ ଯୋଗେ ଅପିଲ କରିଛନ୍ତି ।

ସୂଚନା ଅନୁଯାୟୀ ଶୁକ୍ରବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ଦାୟିତ୍ବ ବାଣ୍ଟିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାରେ ଯେପରି ଏହି ଚିକିତ୍ସା ପ୍ରକ୍ରିୟା ପହଞ୍ଚି ପାରିବ ଓ କୋରୋନାରୁ ସୁସ୍ଥତା ଲାଭ କରିଥିବା ବ୍ୟକ୍ତିମାନେ କିପରି ସୁବିଧା ସହକାରେ ପ୍ଲାଜମା ଦାନ କରିପାରିବେ ସେନେଇ ମନ୍ତ୍ରୀମାନଙ୍କୁ ପ୍ରତି ଜିଲ୍ଲାର ଦାୟିତ୍ବ ନ୍ୟସ୍ତ କରାଯାଇଛି । ସେପଟେ କଟକର ଏସସିବି ଓ ରାଉରକେଲାର ଆଇଜିଏଚରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ଲାଜମା ବ୍ୟାଙ୍କ ଆରମ୍ଭ ହୋଇଥିବା ବେଳେ ବ୍ରହ୍ମପୁର, କଟକ ଓ ଭୁବନେଶ୍ବରରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି । ଆଗାମୀ ଦିନରେ ବ୍ରହ୍ମପୁର ଓ ଭୁବନେଶ୍ବରରେ ମଧ୍ୟ ପ୍ଲାଜମା ବ୍ୟାଙ୍କ ଖୋଲାଯିବାର ଯୋଜନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.