ETV Bharat / city

ରାଜ୍ୟପାଳଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ନି ଷ୍ଟ୍ରାଇକର ସଚିନ

author img

By

Published : Feb 14, 2022, 9:25 PM IST

ବିଶ୍ଵ ରେକର୍ଡ଼ଧାରୀ ଓଡ଼ିଆ ପୁଅ ତଥା ନି ଷ୍ଟ୍ରାଇକର ସଚିନ ବେହେରାଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଅଧିକ ପଢନ୍ତୁ

ରାଜ୍ୟପାଳଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ସଚିନ

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ବିଶ୍ଵ ରେକର୍ଡ଼ଧାରୀ ଓଡ଼ିଆ ପୁଅ ତଥା ଦେଶର ନି ଷ୍ଟ୍ରାଇକର ଭାବରେ ସୁପରିଚିତ ସଚିନ ବେହେରା । ତିନି ମିନିଟ ଆଣ୍ଠୁ ପ୍ରଘାତ ବା ନି ଷ୍ଟ୍ରାଇକରେ ପୂର୍ବରୁ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ ଥିବା ୧୭୮ ନି ଷ୍ଟ୍ରାଇକ ରେକର୍ଡକୁ ଭାଙ୍ଗି ୨୦୪ ଆଣ୍ଠୁ ପ୍ରଘାତ କରି ନୂତନ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି ସଚିନ ।

ତାଙ୍କର ଏହି କୃତିତ୍ବ ପାଇ ରାଜ୍ୟର କୋଣ ଅନୁକୋଣରୁ ସଚିନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା ବେଳେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜଭବନରେ ସଚିନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଗିନିଜବୁକ୍ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ।

ସମ୍ବର୍ଦ୍ଧିତ କରିବା ଅବସରରେ, କ୍ରୀଡ଼ା ପାଇଁ ସଚିନଙ୍କୁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟପାଳ । କ୍ରୀଡ଼ା କ୍ଷେତ୍ରରେ ସଚିନ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଛନ୍ତି । ଆଜିର ଯୁବ କ୍ରୀଡାବିତମାନେ ସଚିନଙ୍କ ପରି ନିଷ୍ଠା ଓ ପରିଶ୍ରମ କରିପାରିଲେ, ଅନେକ ପ୍ରତିଭା ଓଡ଼ିଶା ପାଇଁ ଗୌରବ ଆଣିପାରିବେ ବୋଲି ମଧ୍ୟ ରାଜ୍ୟପାଳ କହିଥିଲେ । ଅନ୍ୟପଟେ ରାଜ୍ୟପାଳଙ୍କ ଠାରୁ ସମ୍ବର୍ଦ୍ଧିତ ହେବା ପରେ ଭବିଷ୍ୟତରେ ଆହୁରି ଅନେକ ବିଶ୍ଵ ରେକର୍ଡ଼ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ସଚିନ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.