ଭୁବନେଶ୍ବର: କୋରୋନା ଯୁଦ୍ଧରେ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢାଇଲେ ରାଜ୍ୟପାଳ । ବୁଧବାର ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 20 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏଥିସହ ମହାମାରୀରେ ବିରୋଧରେ ସରକାର ଲଢୁଥିବା ଯୁଦ୍ଧରେ ସାହାଯ୍ୟ କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।
କୋଭିଡ ପରି ବିଷମ ସ୍ଥିତିର ମୁକାବିଲା ଲାଗି ସରକାରଙ୍କ ସହ ହାତ ମିଳାଇ ଛିଡା ହୋଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜ୍ୟର ପ୍ରଥମ ନାଗରିକ ଭାବେ ନିଜ ଦାଇତ୍ୱ ନିଭାଉଛନ୍ତି ରାଜ୍ୟପାଳ ।
ସରକାରଙ୍କ ପକ୍ଷରୁ ତାଙ୍କୁ ମିଳୁଥିବା ଅନୁଦାନରୁ 20 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟପାଳ । ଏହି ଟଙ୍କା କୋରନା ମୁକାବିଲାରେ ବ୍ୟବହାର କରିବା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି ରାଜ୍ୟପାଳ । ଦେଶ ବିଦେଶରେ ରହୁଥିବା ସକ୍ଷମ ଓଡ଼ିଆ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା କରିବା ଲାଗି ଆହ୍ୱାନ ଜଣାଇଛନ୍ତି ରାଜ୍ୟପାଳ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ