ETV Bharat / city

ବଡ଼ ବନ୍ୟାକୁ ଏଡାଇବା ପାଇଁ ପଦକ୍ଷେପ ନିଆଯାଉଛି, SRCଙ୍କ ସୂଚନା

ଚିନ୍ତା ବଢାଇଲା ତେଲ ନଦୀ । ଗତକାଲି ତେଲ ନଦୀରୁ ଦେଢ଼ ଲକ୍ଷ କ୍ୟୁସେକ୍ ଜଳ ମହାନଦୀରେ ମିଶୁଥିବା ବେଳେ ଆଜି ତାହା ବଢ଼ି ସାଢ଼େ ୫ଲକ୍ଷ କ୍ୟୁସେକରେ ପହଞ୍ଚିଛି । ତେବେ ପ୍ରବଳ ବନ୍ୟାକୁ ଏଡାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି SRC । ଅଧିକ ପଢନ୍ତୁ

author img

By

Published : Aug 15, 2022, 4:08 PM IST

Updated : Aug 15, 2022, 8:54 PM IST

ବଡ଼ ବନ୍ୟାକୁ ଏଡାଇବା ପାଇଁ ପଦକ୍ଷେପ ନିଆଯାଉଛି, SRCଙ୍କ ସୂଚନା
ବଡ଼ ବନ୍ୟାକୁ ଏଡାଇବା ପାଇଁ ପଦକ୍ଷେପ ନିଆଯାଉଛି, SRCଙ୍କ ସୂଚନା

ଭୁବନେଶ୍ବର: ମହାନଦୀରେ ଆସିପାରେ ପ୍ରବଳ ବନ୍ୟା । ପ୍ରାଥମିକ ଭାବେ ଛୋଟ ବନ୍ୟା ଆସିପାରେ ବୋଲି କୁହାଯାଉଥିଲା । ଗତକାଲି ସ୍ବତନ୍ତ୍ର ରିଲିଫ କମିଶନର କହିଥିଲେ ମଧ୍ୟମ ଧରଣର ବନ୍ୟା ହୋଇପାରେ । କିନ୍ତୁ ବର୍ତ୍ତମାନର ସ୍ଥିତି ଯାହା, ଏକ ବଡ଼ ବନ୍ୟା ମଧ୍ୟ ହୋଇପାରେ । ଗତକାଲି ତେଲ ନଦୀରୁ ଦେଢ଼ ଲକ୍ଷ କ୍ୟୁସେକ୍ ଜଳ ମହାନଦୀରେ ମିଶୁଥିଲା । ଆଜି ତାହା ବଢ଼ି ସାଢ଼େ ୫ଲକ୍ଷ କ୍ୟୁସେକରେ ପହଞ୍ଚିଛି ବୋଲି SRC ପ୍ରଦୀପ କୁମାର ଜେନା କହିଛନ୍ତି ।

ସେହିପରି ଉପର ମୁଣ୍ଡରୁ ହୀରାକୁଦକୁ ପ୍ରାୟ ୯ଲକ୍ଷ କ୍ୟୁସେକ ଜଳ ପଶୁଛି । ଉପରମୁଣ୍ଡର ୯ ଲକ୍ଷ ଓ ତେଲ ନଦୀର ସାଢ଼େ ୫ ଲକ୍ଷ ଜଳ ମହାନଦୀରେ ପ୍ରବେଶ କରିବା ଦ୍ବାରା ଚିନ୍ତା ବଢ଼ିଛି । ସବୁ ପାଣି ମିଶିଗଲେ ପ୍ରବଳ ବନ୍ୟା ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । SRC କହିଛନ୍ତି, "ବର୍ତ୍ତମାନ ସ୍ଥିତି ଅନୁଯାୟୀ ମଧ୍ୟମ ଧରଣର ବନ୍ୟା ବୋଲି କହିପାରିବା । ପ୍ରବଳ ବନ୍ୟାକୁ ଏଡାଇବା ପାଇଁ ପଦକ୍ଷେପ ନିଆଯାଉଛି । ତେଲ ନଦୀରେ ସାଢେ ୫ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ ହୀରାକୁଦର ୮ଟି ଗେଟ ବନ୍ଦ କରାଯାଇଛି । ତେଣୁ ମୁଣ୍ଡଳୀ ଦେଇ ୧୧ ଲକ୍ଷ କ୍ୟୁସେକ ପାଣି ପାସ କରାଇବା ପାଇଁ ଚେଷ୍ଟା କରାଯାଉଛି । ହୀରାକୁଦରେ ୬୨୧ ଫୁଟ ପାଣି ରହିଛି । ଉପର ମୁଣ୍ଡରେ ବର୍ଷାରେ ହେଉଥିବାରୁ ଆହୁରି ଏହି ପାଣି ବଢ଼ିବ ।"

ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ବିଶେଷ କରି ମହାନଦୀ ସିଷ୍ଟମରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ସବୁଠୁ ଅଧିକ ୭ଟି ବ୍ଲକରେ ୨୦୦ରୁ ଅଧିକ ମିମି ବର୍ଷା ରେକର୍ଡ କରାଯାଇଛି । ୧୩୨ଟି ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ହୀରାକୁଦକୁ ବନ୍ୟା ଜଳ ପ୍ରବେଶ ବଢିଛି । ଆସନ୍ତାକାଲି ପ୍ରାୟ ୯ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ଯାଇପାରେ । ତେଲ ନଦୀରେ ପାଖାପାଖି ୫ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ଆସିପାରେ । ପ୍ରବଳ ବନ୍ୟା ଆଶଙ୍କା କରି ହୀରାକୁଦର ୮ଟି ଗେଟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଯାହାଦ୍ବାରା ହୀରାକୁଦରୁ ବନ୍ୟା ଜଳ ଛାଡିବା କମିଛି । ପ୍ରାୟ ୧ଲକ୍ଷ କ୍ୟୁସେକ ପାଣି ଆସିବା କମିଯିବ ବୋଲି କହିଛନ୍ତି ଏସଆରସି ।

ମୁଣ୍ଡଳୀ ନିକଟରେ ୧୧ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରାଇବାକୁ ଜଳ ସମ୍ପଦ ବିଭାଗ ଚେଷ୍ଟା କରୁଛି । ଯଦି ସବୁ ପାଣି ଛଡ଼ାଯାଏ ତେବେ ସାଢ଼େ ୧୨ ଲକ୍ଷ କ୍ୟୁସେକ ପାଣି ହୋଇଯିବ । ଯାହା ତଳ ଅଞ୍ଚଳରେ ସମସ୍ୟା ସୃଷ୍ଟି କରିବ । ଏହା କରାଇ ନଦେବା ଲାଗି ପଦକ୍ଷେପ ନିଆଯାଉଛି । ମୁଣ୍ଡଳୀରେ ଏବେ ୯ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରୁଛି । ଯାହାକି ଆସନ୍ତାକାଲି ୧୧ ଲକ୍ଷ କ୍ୟୁସେକରେ ପହଞ୍ଚିବ । ତେବେ ଏହାର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ସଜାଗ କରାଯାଇଥିବା ବେଳେ ଓଡ୍ରାଫ, ଏନଡିଆରଏଫ ସମେତ ଅଗ୍ନିଶମ ବିଭାଗ ଆଲର୍ଟ ରହିଛି । ଏଥିସହ ବିଭିନ୍ନ ଜିଲ୍ଲାକୁ ODRAF ଓ NDRF ୧୨ଟି ଓ ଅଗ୍ନିଶମ ବିଭାଗର ୨୦ଟି ଟିମ ଅତିରିକ୍ତ ପଠାଯାଇଛି । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଭଳି ଜିଲ୍ଲା ଅଧିକ ପ୍ରଭାବିତ ହେବ । ତେଣୁ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 15, 2022, 8:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.