ETV Bharat / city

ଦାରିଦ୍ର୍ୟ ଦୂରୀକରଣ ଯୋଜନାର ସ୍ଥିତି ପରଖିବାକୁ ଗାଁକୁ ଯିବେ ସରକାର - ଭୁବନେଶ୍ବର ନ୍ୟୁଜ

ରାଜ୍ୟରେ ଗରିବୀକୁ ହ୍ରାସ କରି 10%କୁ ଆଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଥିଲେ । ଗରିବୀକୁ ହ୍ରାସ ପୂରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଛି । ଦାରିଦ୍ର୍ୟ ଦୂରୀକରଣ ପାଇଁ କେବଳ ଯୋଜନା କି କାର୍ଯ୍ୟକ୍ରମ ନୁହେଁ, ବରଂ ବାସ୍ତବତା ପରଖିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ଦାରିଦ୍ର୍ୟ ଦୂରୀକରଣ ଯୋଜନାର ସ୍ଥିତି ପରଖିବାକୁ ଗାଁକୁ ଯିବେ ସରକାର

author img

By

Published : Sep 2, 2022, 10:41 PM IST

ଭୁବନେଶ୍ବର: ଦାରିଦ୍ର୍ୟ ଦୂରୀକରଣ ପାଇଁ ବାସ୍ତବ ସ୍ଥିତି ପରଖିବେ ରାଜ୍ୟ ସରକାର । ଏଥିଲାଗି ପ୍ରତ୍ୟେକ ଗାଁର ପ୍ରତି ଘରକୁ ଯାଇ ହିତାଧିକାରୀଙ୍କ ମତ ଲୋଡିବେ ସରକାର । ଆଗାମୀ 2023 ଅକ୍ଟୋବର 2ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରାଯିବ। ଯୋଜନା ଓ ସଂଯୋଜନା ବିଭାଗ ଅଧୀନରେ କାମ କରୁଥିବା ସ୍ବତନ୍ତ୍ର ଏଜେନ୍ସି ଦାରିଦ୍ର୍ୟ ଏବଂ ମାନବ ବିକାଶ ନିରୀକ୍ଷଣ ସଂସ୍ଥା (ପିଏଚଡିଏମଏ)କୁ ଏହି ଦାୟିତ୍ବ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ।

ଦାରିଦ୍ର୍ୟ ଦୂରୀକରଣ ଯୋଜନାର ସ୍ଥିତି ପରଖିବାକୁ ଗାଁକୁ ଯିବେ ସରକାର

ତେବେ ହିତାଧିକାରୀଙ୍କ ପାଖରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ଏଥିସହ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକଙ୍କୁ ଉପକୃତ କରିବାରେ ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହୋଇଛି କି ନାହିଁ ଏନେଇ ତାହାର ସ୍ଥିତି ପରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଗାଁ ଗାଁ ବୁଲି ପ୍ରତି ଗରିବ ହିତାଧିକାରୀଙ୍କ ମତ ସଂଗ୍ରହ କରିବେ ସରକାର । ସେମାନଙ୍କ ସମସ୍ୟା ବୁଝିବା ସହ ସମାଧାନ ପାଇଁ ହିତାଧିକାରୀଙ୍କଠାରୁ ମତ ଲୋଡ଼ିବେ । ଲୋକଙ୍କ ମତାମତକୁ ନେଇ ରିପୋର୍ଟ ପ୍ରସ୍ତୁତ ହେବା ସହ ଆସନ୍ତା 2023 ଅକ୍ଟୋବର 2 ସୁଦ୍ଧା ରାଜ୍ୟର ସମସ୍ତ 6794 ପଞ୍ଚାୟତରେ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ ହେବ । ଆସନ୍ତା 13 ମାସରେ 314 ବ୍ଲକକୁ ଯାଇ ପିଏଚଡିଏମଏ ତଥ୍ୟ ସଂଗ୍ରହ କରିବ ।

ତେବେ ଯୋଜନା ଓ ସଂଯୋଜନା ବିଭାଗ ଅଧୀନରେ ପିଏଚଡିଏମଏ ଏହି କାର୍ଯ୍ୟ କରିବ । ଏହା ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ଓ ମାନବ ସମ୍ବଳ ବିକାଶ ନେଇ ସରକାରୀ ଯୋଜନାର ମୂଲ୍ୟାଙ୍କନ ହେବ । ପ୍ରଥମ ପର୍ଯ୍ୟାୟରେ 2023 ମାର୍ଚ୍ଚ 5 ସୁଦ୍ଧା ରାଜ୍ୟର 4056 ଗ୍ରାମ ପଞ୍ଚାୟତରେ ଏହି କାମ ହେବ । ଆସନ୍ତା ବର୍ଷ ଗାନ୍ଧି ଜୟନ୍ତୀ ସୁଦ୍ଧା ରାଜ୍ୟର ସବୁ ପଞ୍ଚାୟତରେ ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ପିଏଚଡିଏମଏ ଟିମ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ସରକାରୀ ଯୋଜନା, ବ୍ୟକ୍ତିଗତ ତଥା ଘରୋଇ କିମ୍ବା ଆନୁଷ୍ଠାନିକ ସ୍ତରରେ ମିଳୁଥିବା ସୁବିଧା ସୁଯୋଗ ଓ ତାର ଉପଯୋଗିତା ବାବଦରେ ଲୋକଙ୍କ ମତାମତ ଓ ଆକାଂକ୍ଷାକୁ ପଚାରି ବୁଝିବେ ।

କାର୍ଯ୍ୟକ୍ରମ ବାବଦରେ ବିଭାଗୀୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ବରେ ଗରିବୀ ଦୂରୀକରଣ ପାଇଁ ବ୍ୟାପକ ଯୋଜନା ହାତକୁ ନିଆଯାଇଛି । ଫଳରେ ଗତ 22 ବର୍ଷ ମଧ୍ୟରେ ରାଜ୍ୟରେ ଦାରିଦ୍ର୍ୟତା 63ରୁ ଖସି 29 ପ୍ରତିଶତକୁ ଖସିଛି । ଆସନ୍ତା କିଛି ବର୍ଷ ମଧ୍ୟରେ ରାଜ୍ୟରେ ଗରିବୀକୁ ହ୍ରାସ କରି 10%କୁ ଆଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ରିପୋର୍ଟ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନୂଆ ଯୋଜନା ଓ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.