ETV Bharat / city

ବିଧାନସଭାରେ ବିରୋଧୀଙ୍କ ଅଭିଯୋଗ: ରାଜ୍ୟରେ ପିସି କାରବାର ଚରମ ସୀମାରେ, ଜବାବ ରଖିଲେ ମନ୍ତ୍ରୀ - ଓଡିଶା ବିଧାନସଭା ଖବର

ବିଜେପି ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଶୀର୍ଷକ ‘ପିସି କାରବାର ଚରମ ସୀମାରେ, କୋଟିପତି ନିମାପଡା ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ’ ଉପରେ ଗୃହରେ ସରଗରମ ଆଲୋଚନା ହୋଇଛି । ରାଜ୍ୟରେ ପିସି କାରବାର ଭୟାବହ ରୋଗରେ ପରିଣତ ହୋଇଛି ବୋଲି ଆଲୋଚନା ବେଳେ ବିରୋଧୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

OdishaAssembly: ବିରୋଧୀ କହିଲେ ପିସି କାରବାର ଚରମ ସୀମାରେ, ମନ୍ତ୍ରୀ କହିଲେ ଭିତ୍ତିହୀନ

author img

By

Published : Jul 27, 2022, 5:45 PM IST

ଭୁବନେଶ୍ବର: ବିଜେପି ପକ୍ଷରୁ ଆଗତ ‘ପିସି କାରବାର ଚରମ ସୀମାରେ, କୋଟିପତି ନିମାପଡା ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ସରଗରମ ଆଲୋଚନା ହୋଇଛି । ରାଜ୍ୟରେ ପିସି କାରବାର ଭୟାବହ ରୋଗରେ ପରିଣତ ହୋଇଛି ବୋଲି ଆଲୋଚନା ବେଳେ ବିରୋଧୀ ଅଭିଯୋଗ କରିଛନ୍ତି । ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ବିରୋଧୀ ଅଭିଯୋଗ କରିଛନ୍ତି ଯେ, ସବୁ ବର୍ଗର ଅଧିକାରୀ ଦୁର୍ନିତୀରେ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀ ଷ୍ଟପ ପିସି କହିବା ଦିନଠୁ ରାଜ୍ୟରେ ପିସି କାରବାର ଅଧିକ ବଢିଛି । କେବଳ ନିର୍ମଳ ଭାବମୂର୍ତ୍ତୀ ଗଠନ କରିବା ପାଇଁ ଶୂନ୍ୟ ସହନଶୀଳତା କଥା ସରକାର କହୁଛନ୍ତି । ଏହି ଶବ୍ଦ ମୁଖ୍ୟମନ୍ତ୍ରୀ ଭାବମୂର୍ତ୍ତୀ ଗଠନ କରିବା ପାଇଁ ଅମୋଘ ଅସ୍ତ୍ର ହୋଇଛି । ବିଜେଡି ସରକାର ନୁହେଁ ବରଂ ଏହା ପିସି ସରକାର କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି । କହିଛନ୍ତି ଯେ, ରାଜ୍ୟରେ ପିସି କାରବାର ଚରମ ସୀମାରେ ପହଞ୍ଚିବା ସତ୍ୟ ନୁହେଁ, ସମ୍ପୂର୍ଣ୍ଣ ଭୀତିହିନ । ଦୁର୍ନିତୀକୁ ମୂଳପୋଛ କରିବା ପାଇଁ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । କଣ୍ଟ୍ରାକ୍ଟର ମାନଙ୍କୁ ଲାଇସେନ୍ସ ପ୍ରଦାନଠୁ ବିଲ ପୈଠ ପର୍ଯ୍ୟନ୍ତ ସବୁ କିଛି ଅନ ଲାଇନରେ ହେଉଛି । 1 ଜାନୁଆରୀ 2021 ରୁ 30 ଜୁନ 2022 ମଧ୍ୟରେ ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ 758 ଜଣଙ୍କ ବିରୋଧରେ 404 ଟି କ୍ରମିନାଲ କେସ ରୁଜ୍ଜୁ ହୋଇଛି । ଯେଉଁଥରେ 76 ଜଣ 'କ' ବର୍ଗ ଅଧିକାରୀ ଓ 68 ଜଣ 'ଖ' ବର୍ଗ ଅଧିକାରୀ ସଂଶ୍ଳିଷ୍ଟ ଅଛନ୍ତି ।

ସେହିପରି 43 ଜଣ 'କ' ବର୍ଗ ଓ 49 ଜଣ 'ଖ' ବର୍ଗ ଅଧିକାରୀଙ୍କ ସମେତ 272 ଜଣଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଟ୍ରାପ କେସରେ 254.57 କୋଟି ଟଙ୍କା ଜବତ କରାଯାଇଛି । 10 ଜଣ 'କ' ବର୍ଗ ଓ 5 ଜଣ 'ଖ' ବର୍ଗ ଅଧିକାରୀଙ୍କ ସମେତ 88 ଜଣ ବ୍ୟକ୍ତି 75ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । 16 ଜଣ ଦୋଷୀ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି । 15 ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟ ଭିଜିଲାନ୍ସ ନିଜର ପୂର୍ବ ରେକର୍ଡକୁ ଅତିକ୍ରମ କରି ଜଣେ 'ଖ' ବର୍ଗ ଅଧିକାରୀଙ୍କ ଠାରୁ 14 କୋଟି 88 ଲକ୍ଷ 91 ହଜାର 194 ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି । ଗୋଟିଏ ଟ୍ରାପ କେସରେ ଜଣେ 'ଖ' ବର୍ଗ ଅଧିକାରୀଙ୍କ ଠାରୁ 10 ଲକ୍ଷ ଟଙ୍କା ଠାବ କରାଯାଇଛି ବୋଲି ମନ୍ତ୍ରୀ ବିଧାନସଭାରେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.