ETV Bharat / city

ନାଗରିକଙ୍କ ଜୀବନଧାରଣକୁ ସହଜ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ

author img

By

Published : Dec 5, 2021, 7:23 AM IST

‘ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନ’ ଉପରେ ଆୟୋଜିତ ଦୁଇଦିନିଆ ଆଞ୍ଚଳିକ ସମ୍ମିଳନୀ ଉଦଯାପିତ । ନାଗରିକଙ୍କ ଜୀବନଧାରଣକୁ ସହଜ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଡ.ଜିତେନ୍ଦ୍ର ସିଂ । ଉଚ୍ଚସ୍ତରୀୟ ନୈତିକତା ଓ ବିଶ୍ବସନୀୟତା ବଜାୟ ରଖିବା ସହ ସାମର୍ଥ୍ୟ ବିକାଶ, ଉତ୍ତରଦାୟୀ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ । ଅଧିକ ପଢନ୍ତୁ

ନାଗରିକଙ୍କ ଜୀବନଧାରଣକୁ ସହଜ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ

ଭୁବନେଶ୍ବର: ମୋଦି ସରକାର ‘ସର୍ବନିମ୍ନ ସରକାର-ସର୍ବାଧିକ ପ୍ରଶାସନ’ ଦୃଷ୍ଟିକୋଣ ସହିତ ପ୍ରଶାସନିକ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି । ଉତ୍ତରଦାୟୀ ପ୍ରଶାସନ ସହିତ ପ୍ରଯୁକ୍ତିର ସର୍ବୋତ୍ତମ ଉପଯୋଗ ହେଉଛି । ଏହି ଜରିଆରେ ନାଗରିକଙ୍କ ଜୀବନରେ ସରକାରୀ ହସ୍ତକ୍ଷେପ ହ୍ରାସ କରିବା ଲାଗି ପଦକ୍ଷେପ ନିଆଯାଇଛି । ଏହା କହିଛନ୍ତି କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ । ଭୁବନେଶ୍ୱରରେ ‘ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନ’ ଉପରେ ଆୟୋଜିତ ଦୁଇଦିନିଆ ଆଞ୍ଚଳିକ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି ।

ନାଗରିକ କୈନ୍ଦ୍ରିକ ସରକାର ମୋଦି ସରକାରଙ୍କ ପ୍ରଶାସନିକ ମଡେଲର କେନ୍ଦ୍ରରେ ରହିଛି । ପ୍ରଶାସନିକ କ୍ଷେତ୍ରରେ ରାଜ୍ୟମାନେ ପରସ୍ପରର ଶ୍ରେଷ୍ଠ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିବା ଉଚିତ । ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଭାରତ ସରକାରଙ୍କ ସ୍ତରରେ ଅଣାଯାଇଥିବା ପରିବର୍ତ୍ତନ ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରତିଫଳିତ ହେବା ଉଚିତ୍ । କାରଣ ଏହାର ମୂଳ ଲକ୍ଷ୍ୟ ହେଉଛି ଏକ ଦୁର୍ନୀତିମୁକ୍ତ ଏବଂ ସ୍ବଚ୍ଛ ପ୍ରଶାସନ ଯୋଗାଇ ଦେବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

2014ରେ ନୂଆ ସରକାର କ୍ଷମତାକୁ ଆସିବା ସମୟରେ ଅଭିଯୋଗ ସମାଧାନ ବ୍ୟବସ୍ଥାରେ କେତେକ ଦୁର୍ବଳତା ରହିଥିଲା । ଏଥିରେ ସୁଧାର ଆଣିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ସେତେବେଳେ ବାର୍ଷିକ ପାଖାପାଖି ଦୁଇ ଲକ୍ଷ ଅଭିଯୋଗ ଆସୁଥିଲା । ବର୍ତ୍ତମାନ ଏହି ସଂଖ୍ୟା ଛଅଗୁଣ ବୃଦ୍ଧି ଘଟିଛି ।ଗତ କିଛି ବର୍ଷ ହେବ ଅଭିଯୋଗ ସମାଧାନ ବ୍ୟବସ୍ଥା ସୁଦୃଢ଼ ହୋଇଛି । ସରକାର ଜନସାଧାରଣଙ୍କ ଅଭିଯୋଗ ସମାଧାନ କରିବେ ବୋଲି ବିଶ୍ବାସ ଦେଶରେ ସୃଷ୍ଟି ହୋଇଛି । ଆଜି ବିଭିନ୍ନ ବିଭାଗରେ ଅଭିଯୋଗ ସମାଧାନ ହାର 95-100% ମଧ୍ୟରେ ରହିଛି, ଯାହାକି ସନ୍ତୋଷର ବିଷୟ ବୋଲି ସେ କହିଛନ୍ତି ।

2020-21 ବର୍ଷରେ 12ଟି ରାଜ୍ୟ ପୋର୍ଟାଲକୁ ସିପିଗ୍ରାମ୍ସ ସହିତ ଯୋଡ଼ା ଯାଇଛି । ଅନ୍ୟପକ୍ଷରେ 15ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସାଧାରଣ ଅଭିଯୋଗ ସମାଧାନ ଲାଗି ସିପିଗ୍ରାମ୍ସର ବ୍ୟବହାର କରୁଛନ୍ତି । ରେଳ ଟିକେଟ ବାତିଲ କ୍ଷେତ୍ରରେ ଆପେ ଆପେ ଅର୍ଥ ଫେରସ୍ତ ମିଳିଯାଉଛି । ବ୍ୟାଙ୍କ ମାଧ୍ୟମରେ ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ଜରିଆରେ ପେନସନ ଯୋଗାଇ ଦିଆଯାଉଛି । 50,000 ଟଙ୍କା ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ତୁରନ୍ତ ଯୋଗାଇ ଦିଆଯାଉଛି ବୋଲି ମଧ୍ୟ କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ସ୍ବାଧୀନତାର 75ତମ ବର୍ଷରେ ପାଳନ କରାଯାଉଥିବା ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ସ୍ବରୂପ ଭାରତ ସରକାର “ଉତ୍ତମ ପ୍ରଶାସନ ସପ୍ତାହ” ପାଳନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର 20ରୁ 26 ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଆୟୋଜନ କରାଯିବ ।

ଭର୍ଚୁଆଲ ମାଧ୍ୟମରେ ଏହି ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସାମର୍ଥ୍ୟ ବିକାଶ, ଉତ୍ତରଦାୟୀ ହେବା । ଉଚ୍ଚସ୍ତରୀୟ ନୈତିକତା ଓ ବିଶ୍ବସନୀୟତା ବଜାୟ ରଖିବା । ସମସ୍ତ ସରକାରୀ ପଦକ୍ଷେପରେ ଲୋକାଭିମୁଖୀ ଦୃଷ୍ଟିକୋଣ ଆପଣାଇବା ଆଦି ଉତ୍ତମ ପ୍ରଶାସନର ମେରୁଦଣ୍ଡ । ଆମ ସମସ୍ତଙ୍କର ଲୋକମାନଙ୍କ ପ୍ରତି ଏକ ଉତ୍ତରଦାୟିତ୍ବ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କେତେକ ଶ୍ରେଷ୍ଠ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରି, ଦେଶବ୍ୟାପୀ ଅଭିନବ ଉପାୟ ଏବଂ ଶ୍ରେଷ୍ଠ ବ୍ୟବସ୍ଥାର ବାଧାମୁକ୍ତ ବିନିମୟ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି । ଏହି ମଞ୍ଚରେ ବିଚାର ଆଲୋଚନା ମାଧ୍ୟମରେ ଡିଜିଟାଲ ସରକାର ପାଇଁ ଯେଉଁ ପରିକଳ୍ପନା କରାଯାଇଛି ତାହା ସାକାର ରୂପ ନେଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପ୍ରଶାସନିକ କ୍ଷେତ୍ରରେ ଅଧିକ ପେସାଦାର ଆଭିମୁଖ୍ୟ ଏବଂ ଦକ୍ଷତା ଆଣିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଛନ୍ତି ଓଡ଼ିଶା ସରକାରଙ୍କ ଯୋଜନା ଏବଂ ସଂଯୋଜନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା । ଏହା ପ୍ରଶାସନିକ କ୍ଷେତ୍ରରେ ପରସ୍ପରର ବିଚାର ବିନିମୟ ଲାଗି ଏକ ମଞ୍ଚ ଯୋଗାଇ ଦେବ ବୋଲି ସେ କହିବା ସହ ଏପରି ଏକ ସମ୍ମିଳନୀ ଆୟୋଜନ ପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ସଚିବ ସଞ୍ଜୟ ସିଂ କହିଛନ୍ତି ଯେ, ଏହି ଆଞ୍ଚଳିକ ସମ୍ମିଳନୀ ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନର ସର୍ବୋତ୍ତମ ଉପକରଣ । ଶ୍ରେଷ୍ଠ ବ୍ୟବସ୍ଥାର ଦୀର୍ଘସ୍ଥାୟୀ ପ୍ରଚଳନ ସୁନିଶ୍ଚିତ କରିବା କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇପାରିବ । ଏହି ସମ୍ମିଳନୀରେ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ସଚିବ ଭି. ଶ୍ରୀନିବାସ ଉପସ୍ଥିତ ଥିଲେ ।

ଏଥିପୂର୍ବରୁ ଆଜି, ସମ୍ମିଳନୀରେ ଦୁଇଟି ଆଲୋଚନା ଅଧିବେଶନ ଆୟୋଜନ କରାଯାଇଛି । ଓଡ଼ିଶାରେ ‘ଅଭିନବ ପ୍ରଶାସନିକ ପଦକ୍ଷେପ’ ଉପରେ ଗୁରୁତ୍ବାରୋପ କରାଯାଇଛି । ଦ୍ବିତୀୟ ଅଧିବେଶନ ଏବଂ ଉଦଯାପନୀ ଅଧିବେଶନରେ ‘ଆକାଂକ୍ଷା ଜିଲ୍ଲା’ ଉପରେ ଗୁରୁତ୍ବାରୋପ କରାଯାଇଛି । ପ୍ରଥମ ଅଧିବେଶନରେ ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ଅଧ୍ୟକ୍ଷତା କରିଥିବା ବେଳେ ଦ୍ବିତୀୟ ଅଧିବେଶନରେ ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସ୍ବତନ୍ତ୍ର ସଚିବ କେ. ରାଜେଶ୍ବର ରାଓ ଅଧ୍ୟକ୍ଷତା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.