ETV Bharat / city

ସରକାରୀ ହଷ୍ଟେଲ ଫି’ ଛାଡ ପ୍ରସଙ୍ଗ, ଉପକୃତ ହେବେ 17 ହଜାର ପିଲା

author img

By

Published : Mar 13, 2021, 10:04 AM IST

ସରକାର ବିଭିନ୍ନ ସରକାରୀ ବୈଷୟିକ କଲେଜ ଗୁଡିକର ହଷ୍ଟେଲ ଫି ଛାଡ କରିଛନ୍ତି । ଏଥିରେ 17 ହଜାର ପିଲା ଉପକୃତ ହେବେ ବୋଲି କୁହାଯାଇଛି । ଅଧିକ ପଢନ୍ତୁ...

ସରକାରୀ ହଷ୍ଟେଲ ଫି’ ଛାଡ ପ୍ରସଙ୍ଗ
ସରକାରୀ ହଷ୍ଟେଲ ଫି’ ଛାଡ ପ୍ରସଙ୍ଗ

ଭୁବନେଶ୍ବର: କୋରୋନା ସମୟରେ ସମସ୍ତ କଲେଜ ହଷ୍ଟେଲ ବନ୍ଦ ରହିଥିବା ବେଳେ ରାଜ୍ୟ ସରକାର ଏନେଇ ସରକାରୀ ବୈଷୟିକ କଲେଜ ଗୁଡିକର ହଷ୍ଟେଲ ଫି ଛାଡ଼ କରିଛନ୍ତି । ଅନ୍ୟପଟେ ବେସରକାରୀ କଲେଜ ନିଜେ ଫି ଛାଡକୁ ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ।

ସରକାରୀ ହଷ୍ଟେଲ ଫି’ ଛାଡ ପ୍ରସଙ୍ଗ

କୋରୋନା ମହାମାରୀ ଯୋଗୁ ଅନେକ ସାଧାରଣ ଜନତାଙ୍କ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଏହି କୋରୋନା ମହାମାରୀ ପାଇଁ ଲକଡାଉନ ସମୟରେ ରାଜ୍ୟର ସମସ୍ତ ସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ ଓ ପଲିଟେକନିକ୍‌ର ସମସ୍ତ କଲେଜ ବନ୍ଦ ରହିଥିଲା ।

ଛାତ୍ରଛାତ୍ରୀମାନେ ଏହି ସମୟରେ ହଷ୍ଟେଲର ସୁବିଧା ପାଇନଥିଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ 17012 ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଫି ଆନୁମାନିକ 5 କୋଟି 10 ଲକ୍ଷ ଟଙ୍କା ଛାଡ କରାଯାଇଛି । ଅନ୍ୟପଟେ ବେସରକାରୀ କଲେଜ ମାନଙ୍କ ପାଇଁ ନିଷ୍ପତ୍ତି ସେହି କେଲେଜ ନେବେ ବୋଲି କହିଛନ୍ତି ମନ୍ତ୍ରୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.