ଭୁବନେଶ୍ବର: ଖରାଦିନେ ସ୍ଵଛ ପାନୀୟ ଜଳ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାରଙ୍କ ପଦକ୍ଷେପ। ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି କରାଗଲା ଟୋଲ ଫ୍ରି ନମ୍ବର। ସହରାଞ୍ଚଳ ପାଇଁ 18003456783 ଓ ଗ୍ରାମାଞ୍ଚଳ ପାଇଁ 1916 ନମ୍ବର ଜାରି। ଯେଉଁ ଅଞ୍ଚଳରେ ପିଇବା ପାଣିର ସମସ୍ୟା ଥିବ ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଅସୁବିଧା ଜଣାଇପାରିବେ।
ଏହା ସହିତ ଯେଉଁ ଅଞ୍ଚଳରେ ପିଇବା ପାଣିର ସୁବିଧା ନାହିଁ ସେଠାରେ ଟ୍ୟାଙ୍କର ଓ ବଡ଼ ବଡ଼ ଟାଙ୍କି ମାଧମରେ ପାଣି ଯୋଗାଇ ଦେବେ ସରକାର । ଅଭିଯୋଗ ଆସିଲେ ପଦକ୍ଷେପ ନେବାପାଇଁ ଇଞ୍ଜିନିଅର ଅଫିସ, ଡିଭିଜନ ଅଫିସ, ସବଡିଭିଜନ ଅଫିସ ଓ ଜେଇ ଅଫିସରେ କଣ୍ଟ୍ରୋଲ ରୁମ ଖୋଲା ଯାଇଛି।
ଯଦି ଗ୍ରାମଞ୍ଚଳରେ କେଉଁଠି ଟ୍ୟୁବୱେଲର ନିହାତି ଆବଶ୍ୟକ ପଡ଼େ ଜିଲ୍ଲାପାଳଙ୍କ ଜରିଆରେ ପ୍ରସ୍ତାବ ଆସିଲେ ସେଠାରେ ଟିଉବଲ ବସାଯିବ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ତ ଟ୍ୟୁବୱେଲର ମରାମତି ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ