ETV Bharat / city

ଚାହିଦାକୁ ଦୃଷ୍ଟିରେ ରଖି ଅଧିକ ଚଳାଚଳ କରିବ OSRTC ବସ୍‌ - ବସ ଚଳାଚଳକୁ ନେଇ ଉଚ୍ଚସ୍ତରୀୟ ବୈଠକ

OSRTC ବସ ଚଳାଚଳ ଏବଂ ଆନ୍ତରାଜ୍ୟ ବସ୍ ଚଳାଚଳ ନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜନସାଧାରଣଙ୍କ ଚାହିଦା ଅନୁଯାୟୀ OSRTC ବସ ଚଳାଚଳ କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

ଚାହିଦାକୁ ଦୃଷ୍ଟିରେ ରଖି ଅଧିକ ଚଳାଚଳ କରିବ OSRTC ବସ, ବୈଠକରେ ନିଷ୍ପତ୍ତି

author img

By

Published : Aug 29, 2022, 9:05 PM IST

ଭୁବନେଶ୍ବର: ରାଜ୍ୟରେ ଜନସାଧାରଣଙ୍କ ଚାହିଦା ଅନୁଯାୟୀ ଚଳାଚଳ କରିବ ଅଧିକ OSRTC ବସ । OSRTC ବସ ଚଳାଚଳ ଏବଂ ଆନ୍ତରାଜ୍ୟ ବସ୍ ଚଳାଚଳ ନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଖାରବେଳ ଭବନ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଅଧ୍ୟକ୍ଷତା ଏହି ବୈଠକ ହୋଇଛି ।

ଆନ୍ତରାଜ୍ୟ ବସ ଚଳାଚଳ ପାଇଁ ଯେଉଁସବୁ ପ୍ରସ୍ତାବ ରହିଛି ସେସବୁକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ରାଜ୍ୟରେ ଲୋକଙ୍କ ଚାହିଦା ଅନୁଯାୟୀ ଗମନାଗମନ ପାଇଁ ପରିବହନ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ସେ ଗୁରୁତ୍ଵ ଦେଇଛନ୍ତି । ବିଶେଷ କରି ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳରେ ରାଜ୍ୟ ସଡ଼କ ପରିବହନ ପକ୍ଷରୁ ଅଧିକ ସଂଖ୍ୟକ ବସ ଚଳାଚଳ କରିବା ଉପରେ ସେ ପ୍ରାଧାନ୍ୟ ଦେଇଛନ୍ତି ।

OSRTC ବସ ଚଳାଚଳ ଏବଂ ଆନ୍ତରାଜ୍ୟ ବସ୍ ଚଳାଚଳ ନେଇ ବୈଠକ

ବିଭିନ୍ନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ ବ୍ୟତୀତ ରାଜ୍ୟର ଉତ୍ତରାଞ୍ଚଳ ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର ସମେତ ପୁରୀ ଜିଲ୍ଲାକୁ ମଧ୍ୟ ଦିନବେଳା ସରକାରୀ ବସ ଚଳାଚଳ ନେଇ ବୈଠକରେ ଆଲୋଚନା ହୋଇଛି । ଏହା ଦ୍ଵାରା ରାଜ୍ୟର ଜନସାଧାରଣ ଗମନାଗମନ କ୍ଷେତ୍ରରେ ଅଧିକ ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ବି ପଢନ୍ତୁ- Odisha Weather, ଆସନ୍ତା ୫ ଦିନ କାଁଭାଁ ବର୍ଷା, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ମନ୍ତ୍ରୀ କହିଛନ୍ତି, "OSRTC ବସ ସମ୍ପର୍କରେ ବିଧାନସଭା ଚାଲିଥିବା ସମୟରେ ଅନେକ ବିଧାୟକ ପ୍ରଶ୍ନ କରିଥିଲେ । OSRTC ବସ କିଣା ହୋଇଛି । କିଛି ବସ ଚାଲିଛି । କିଛି ଚାଲିନି । ଯେଉଁ ସବୁ ବସ ବାହାର ରାଜ୍ୟକୁ ଯିବ, ତା ଉପରେ ଆଜି ଆଲୋଚନା ହୋଇଛି । କେତେ ବାହାର ରାଜ୍ୟ OSRTC ବସ ଯାତାୟତ ପାଇଁ ଅନୁମତି ଦେଇଛନ୍ତି, ସେ ନେଇ 15 ଦିନ ଭିତରେ ରିପୋର୍ଟ ମାଗିଛି । OSRTC CMD ଗୋଟେ ଟିମ ନେଇ ଅନୁମତି ପାଇଁ ବିଭିନ୍ନ ରାଜ୍ୟ ଯିବେ । ଯଦି ଅନୁମତି ନ ମିଳେ, ଆମେ ଓଡ଼ିଶାର ଉପାନ୍ତ ଅଞ୍ଚଳ କୋରାପୁଟ, ମାଲକାନଗିରି, ବଲାଙ୍ଗୀର ପରି ଜିଲ୍ଲାକୁ ସେ ସବୁ ବସ ଚଳାଇବୁ ।"

ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପରିବହନ ଆୟୁକ୍ତ ଅରୁଣ ବୋଥ୍ରା, ଓଏସଆରଟିସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ ପଟ୍ଟନାୟକ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.