ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି କୋରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଆଜି ଠାରୁ 21ଟି ସହରକୁ ସରକାରୀ ବସ ଚଳାଚଳ ବାତିଲ କରିଛି ପରିବହନ ବିଭାଗ ।
ଭୁବନେଶ୍ୱର ସମେତ କଟକ, କେନ୍ଦୁଝର, ବ୍ରହ୍ମପୁର, ଭବାନୀପାଟଣା, ନୂଆପଡା, ନବରଙ୍ଗପୁର, ବରଗଡ଼, ଜୟପୁର, ସୁନ୍ଦରଗଡ, ଦେବଗଡ଼, ସମ୍ବଲପୁର, ରାଉଲକେଲା, ଅନୁଗୋଳ, ମାଲକାନଗିରି, ମାଳତୀପାଟପୁର, ବଲାଙ୍ଗୀର, ପାରଳାଖେମୁଣ୍ଡି, ପଦ୍ମପୁର, ଫୁଲବାଣୀ ଓ ଭଞ୍ଜନଗରକୁ ସରକାରୀ ବସ ସେବା ବନ୍ଦ ହୋଇଛି । ଏନେଇ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ