ହାଇଦ୍ରାବାଦ: ଏଣିକି ଗୁଗୁଲରେ ହୋଇପାରିବ ଓଡିଆ ଅନୁବାଦ । ଅନ୍ୟ ଭାଷା ଭଳି ଗୁଗୁଲ ଅନୁବାଦରେ ଓଡିଆ ଭାଷାକୁ ସ୍ଥାନ ମିଳିଛି । ଗୁଗୁଲର ଅନୁବାଦ ସେବା ସବୁଠୁ ଲୋକପ୍ରିୟ ସ୍ବୟଂଚାଳିତ ଅନୁବାଦ ସେବା ମଧ୍ୟରୁ ଗୋଟିଏ । ଲୋକେ ଅନେକ ସମୟରେ ଏହାର ବ୍ୟବହାର କରିଥାନ୍ତି । ସାରା ବିଶ୍ବରେ ଅଧିକାଂଶ ଭାଷା ପୂର୍ବରୁ ଗୁଗୁଲ ଅନୁବାଦରେ ସାମିଲ ରହିଛି ।
ଓଡିଆ ଭାଷା ସମେତ ଅନ୍ୟ 5ଟି ଭାଷା ମଧ୍ୟ ଗୁଗୁଲ ଅନୁବାଦରେ ଯୋଡିହୋଇଛି । ଦୀର୍ଘ 4 ବର୍ଷ ପରେ 5ଟି ଭାଷାକୁ ଯୋଡି ଗୁଗୁଲ ନିଜ ଅନୁବାଦ ସେବାକୁ ଅଧିକ ବିସ୍ତାର କରିଛି । ଗୁଗୁଲ ଅନୁବାଦରେ ଯୋଡା ହୋଇଥିବା ନୂଆ ଭାଷା ଗୁଡିକ ହେଲା ଓଡିଆ, କିନ୍ୟାରଓ୍ବାଣ୍ଡା, ତୁର୍କମେନ, ତାତାର ଓ ୟୁଘୁର । ଗୁଗୁଲ ଅନୁସାରେ ବିଶ୍ବର ବିଭିନ୍ନ କ୍ଷେତ୍ରରେ ପାଖାପାଖି 75 ମିଲିୟନ ଲୋକ ଏହି ସବୁ ଭାଷା ବ୍ୟବହାର କରିଥାନ୍ତି ।