ETV Bharat / city

ଓଡିଶା ପାଇଁ ଆଶ୍ବସ୍ତିକର ଖବର, 72 ଘଣ୍ଟାରେ ନାହିଁ ପଜିଟିଭ କେସ୍‌ - କୋରୋନାକୁ ନେଇ ଖୁସି ଖବର

କୋରୋନାକୁ ନେଇ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । 3ଦିନ ଭିତରେ କରାଯାଇଥିବା ସମସ୍ତ ନମୁନା ନେଗେଟିଭ ବାହାରିଛି। ଶୁକ୍ରବାର ରାଜ୍ୟରେ 2ଜଣ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହି 2ଜଣ ଭୁବନେଶ୍ବରର ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।

good-news-for-the-people-of-the-state-about-corona-no-positive-cases-in-72-hours
ରାଜ୍ୟବାସୀଙ୍କ ପାଇଁ ଆସ୍ୱସ୍ତିକର ଖବର, 72 ଘଣ୍ଟାରେ ନାହିଁ ପଜିଟିଭ କେସ୍‌
author img

By

Published : Apr 18, 2020, 11:23 AM IST

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର । କ୍ରମାଗତ ଭାବରେ ଦୀର୍ଘ 72 ଘଣ୍ଟାରେ ଓଡିଶାରେ କୌଣସି ପଜିଟିଭ କେସ ନାହିଁ । 72 ଘଣ୍ଟାରେ ସମସ୍ତ ନମୁନା ନେଗେଟିଭ ଆସିଛି।

କୋରୋନାକୁ ନେଇ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ମିଳିଛି । 3ଦିନ ଭିତରେ କରାଯାଇଥିବା ସମସ୍ତ ନମୁନା ନେଗେଟିଭ ବାହାରିଛି। ଯାହା ଭୟର ବାତାବରଣକୁ କମ୍‌ କରିଛି। ଶୁକ୍ରବାର ପରୀକ୍ଷା ହୋଇଥିବା ସମସ୍ତ କୋରନା ନମୁନା ଗୁଡିକ ନେଗେଟିଭ ଆସିଛି। ଶୁକ୍ରବାର ପରୀକ୍ଷା ପାଇଁ ଯାଇଥିଲା 1042ଟି ନମୁନା । ଅନ୍ୟପଟେ ରାଜ୍ୟରେ 2ଜଣ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହି 2ଜଣ ଭୁବନେଶ୍ବରର ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ବର୍ତ୍ତମାନ ରାଜ୍ୟରେ 21ରେ ପହଁଚିଛି ସୁସ୍ଥଙ୍କ ସଂଖ୍ୟା।

ଏବେ 38 ଜଣ ଆକ୍ଟିଭ କୋରୋନା ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ରହିଛନ୍ତି । ତେବେ ଶୁକ୍ରବାର ସୁଦ୍ଧା ପାଖପାଖି 8619 ଜଣଙ୍କର ନମୁନା ପରୀକ୍ଷା ହୋଇଛି। ସେଥିମଧ୍ୟରୁ 8559 ଜଣଙ୍କ ନେଗେଟିଭ ଆସିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.