ETV Bharat / city

ହାଇଟେକ ଜମାକାରୀଙ୍କ ପାଇଁ ଖୁସି ଖବର, 3 ମାସ ମଧ୍ୟରେ ଟଙ୍କା ଫେରସ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jan 10, 2021, 4:36 PM IST

Updated : Jan 10, 2021, 6:45 PM IST

ହାଇଟେକ୍ ଜମି ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ୨୧ହଜାର ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

ହାଇଟେକ୍ ଜମି ଦୁର୍ନୀତି ମାମଲା
ହାଇଟେକ୍ ଜମି ଦୁର୍ନୀତି ମାମଲା

ଭୁବନେଶ୍ବର: ବହୁଚର୍ଚ୍ଚିତ ହାଇଟେକ ଜମି ଓ ଫ୍ଲାଟ ଦୁର୍ନୀତି ମାମଲାରେ ବଡ ଖବର। ଏହାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଆସନ୍ତା ୩ ମାସ ମଧ୍ୟରେ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏହି ନିର୍ଦ୍ଦେଶ ପରେ ୨୧ ହଜାର ଜମାକାରୀ ନିଜ ଜମା ଟଙ୍କା ଫେରସ୍ତ ପାଇବେ ।

ଜମା ହୋଇଥିବା ୬୩ କୋଟି ଟଙ୍କା ଫେରେଇବା ପାଇଁ ହାଇକୋର୍ଟ ଗତ ୮ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଏପ୍ରିଲ ୨୦୧୬ ରେ ସୁପ୍ରିମକୋର୍ଟରେ ୬୩ କୋଟି ଜମା ହୋଇଥିଲା । ପରେ ସୁପ୍ରିମକୋର୍ଟ ଓପିଆଇଡି କୋର୍ଟକୁ ଅଗଷ୍ଟ 5, ୨୦୧୬ ରେ ସୁଧ ସହ ଲୋକଙ୍କୁ ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ହାଇଟେକ୍ ଜମି ଦୁର୍ନୀତି ମାମଲା

ପରେ ୨୦୧୬ କଷ୍ଟମର ଓପିଆଇଡି କୋର୍ଟକୁ ଗଲେ, ହେଲେ ଟଙ୍କା ଫେରେଇବାକୁ ଓପିଆଇଡି କୋର୍ଟ ଏଡିଏମକଙ୍କୁ ଜଣାଇଥିଲେ। ତେବେ ଜମାକାରି ଫେରି ନପାଇବା ପରେ ହାଇକର୍ଟରର ଦ୍ବାରସ୍ଥ ହୋଇଥିଲେ। ଜୁଲାଇ୧୫, ୨୦୧୯ରେ ରେ ହାଇକୋର୍ଟ ଓପିଆଇଡି କୋର୍ଟକୁ ଟଙ୍କା ଜିସପୋଜ ପାଇଁ ଅର୍ଡର କରିଥିଲେ, ମଧ୍ୟ ତଥାପି ଟଙ୍କା ଫେରି ନପାଇବା ପରେ ଜମାକାରି ପୁଣି ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ ।ଯାହାଫଳରେ ହାଇକୋର୍ଟ ଏଭଳି ନିଷ୍ପତି ନେଇଛନ୍ତି।

ଯାହାକୁ ନେଇ ଏବେ ଏଡିଏମ ନିଷ୍ପତି ନେବେ କିପରି ଜମାକାରି ଟଙ୍କା ଫେରିପାଇବେ ଓ କଣ କଣ ଏଥିପାଇଁ ଗାଇଡଲାଇନ ରହିବ କିପରି ଚିହ୍ନଟ କରି ଟଙ୍କା ଫେରାଇବେ, ତାହା ୩ ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତେବେ ଯାହାକୁ ନେଇ ସ୍ବାଗତ କରିଛନ୍ତି ହାଇଟେକ ଗ୍ରୁପ ଅଧ୍ୟକ୍ଷ । ଏନେଇ କ୍ରାଇମବ୍ରାଞ୍ଚ ଓ ସରକାର କଷ୍ଟମର ଓ ଜମାକାରୀଙ୍କ ମଧ୍ୟରେ ଏକ ଭ୍ରମ ସୃଷ୍ଟି କରାଇଥିବା କହିଛନ୍ତି ଗ୍ରୁପ ଅଧକ୍ଷ ତିରୁପତି ପାଣିଗ୍ରାହୀ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 10, 2021, 6:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.