ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ସରଗରମ ରହିଛି ରାଜ୍ୟ ରାଜନୀତି । ତିନି ଦଳର ନଜର ଏବେ ବସ୍ତି ବାସିନ୍ଦାଙ୍କ ଉପରେ । ବିଜେପି କହିଛି ଭୁବନେଶ୍ଵର ମହାନଗର ନିଗମର ଯେତେ ବସ୍ତି ଅଛି ସରକାର କହିଥିଲେ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରିବା ପାଇଁ ହେଲେ ବର୍ତ୍ତମାନ ସୁଦ୍ଧା ଦିଆଯାଇ ନାହିଁ । ବିଜେଡି ଏବେ ସମସ୍ତ ବସ୍ତି ବାସିନ୍ଦାଙ୍କୁ ଧମକାଇ ଭୋଟ ହାତେଇବ ବୋଲି କୌଶଳ ଜାରି ରଖିଛି । ଯଦି ବସ୍ତି ଭୋଟ ସ୍ୱତଃପ୍ରବୃତ୍ତ ଭାବେ ଲୋକମାନେ ଚାହୁଁ ଥାନ୍ତେ ତାହେଲେ ସେମାନେ ଭୋଟ ଦିଅନ୍ତେ । ଏଭଳି ଧମକାଇ ବାକୁ ପଡ଼ିନଥାନ୍ତା ବୋଲି ବିଜେପି କହିଛି ।
ଜାଗା ମିଶନ ଫେଲ ମାରିଛି। କୌଣସି ଜାଗାରେ ଏପର୍ଯ୍ୟନ୍ତ ଜମି ପଟ୍ଟା ମିଳିଲା ନାହିଁ । ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ଭାରତ ସରକାର ଯେତିକି ଟାର୍ଗେଟ ଦେଇଥିଲେ ତାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ କରି ପାରୁନାହାନ୍ତି । ବସ୍ତି ବାସିନ୍ଦାଙ୍କୁ ବିଜେଡି ସରକାର ପ୍ରତାରଣା କରୁଛି । ତାଙ୍କୁ ସାମାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଇପାରି ନାହାନ୍ତି । ଏବେ ନିର୍ବାଚନ ଆସିଛି ବୋଲି ଧମକାଇ ଭୋଟ ନେବା ପାଇଁ ବାଧ୍ୟ କରିଛନ୍ତି ବୋଲି କହିଛି ବିଜେପି । ମିଥ୍ଯା ପ୍ରଲୋଭନ ଦେଖାଇ ଭୋଟ ନେବାକୁ ଶାସକ ଦଳ ଚେଷ୍ଠା କରୁଛି । ବିଜେପି ସାଧାରଣ ଭାବେ ପ୍ରଚାର କରୁଛି । ଆମେ ଆଶା କରୁଛୁ ବିଜେଡିର ପ୍ରତାରଣାରେ ଶିକାର ହେବେ ନାହିଁ ବସ୍ତି ବାସିନ୍ଦା ।
ବିଜେପିକୁ ଭୋଟ ଦେବେ । ଆଉ ମାତ୍ର ପ୍ରଚାର ପାଇଁ କିଛି ଘଣ୍ଟା ବାକି ଅଛି । ବିଜେପିର ନେତାମାନେ ସବୁ ଜାଗାରେ ଜୋରଦାର ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ରଖିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ