ETV Bharat / city

ସଟଡାଉନରେ ଅଘଟଣ, ବୟଫ୍ରେଣ୍ଡ ଆଗରେ ଜୀବନ ହାରିଲେ ଗର୍ଲଫ୍ରେଣ୍ଡ - ବୟଫ୍ରେଣ୍ଡ ଆଗରେ ଜୀବନ ହାରିଲେ ଗର୍ଲଫ୍ରେଣ୍ଡ

ବୟଫ୍ରେଣ୍ଡ ଆଗରେ ଜୀବନ ହାରିଲେ ଗର୍ଲଫ୍ରେଣ୍ଡ। ମୃତ ଯୁବତୀ ଜଣଙ୍କ ପଶ୍ଚିମବଙ୍ଗର ସବନମ୍ ବର୍ମା ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ବୟଫ୍ରେଣ୍ଡ ଆଗରେ ଜୀବନ ହାରିଲେ ଗର୍ଲଫ୍ରେଣ୍ଡ
ବୟଫ୍ରେଣ୍ଡ ଆଗରେ ଜୀବନ ହାରିଲେ ଗର୍ଲଫ୍ରେଣ୍ଡ
author img

By

Published : Apr 25, 2021, 4:10 PM IST

Updated : Apr 25, 2021, 6:15 PM IST

ଭୁବନେଶ୍ବର: ରାଜଧାନୀରେ ସପ୍ତାହାନ୍ତ ସଟଡାଉନ ବେଳେ ଅଭାବନୀୟ ଘଟଣା। ବୟଫ୍ରେଣ୍ଡ ଆଗରେ ଜୀବନ ହାରିଲେ ଗର୍ଲଫ୍ରେଣ୍ଡ। ମୃତ ଯୁବତୀ ଜଣଙ୍କ ବିହାରର ସବନମ୍ ବର୍ମା ବୋଲି ପୋଲିସ ସୁତ୍ରରୁ ସୂଚନା ମିଳିଛି।

ବୟଫ୍ରେଣ୍ଡ ଆଗରେ ଜୀବନ ହାରିଲେ ଗର୍ଲଫ୍ରେଣ୍ଡ

ସୂଚନା ଅନୁଯାୟୀ, ସବନମ୍ ଗତ କିଛି ଦିନ ହେବ ଖଣ୍ଡଗିରି ଥାନା ଜାଗମରା ସିଧେଶ୍ବର ନଗରରେ ଥିବା ଏକ ବିଲ୍ଡିଂରେ ବୟଫ୍ରେଣ୍ଡ ସହ ଲିଭ୍-ଇନ୍ ରିଲେସନସିପରେ ରହୁଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ ନେଇ ରବିବାର ସବନମ୍ ବେକରେ ଫାଶି ଲଗାଇ ବୟଫ୍ରେଣ୍ଡ୍ ସାମ୍ନାରେ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ବୟଫ୍ରେଣ୍ଡ ଆଗରେ ଜୀବନ ହାରିଲେ ଗର୍ଲଫ୍ରେଣ୍ଡ

ତେବେ ସବନମଙ୍କ ସାଙ୍ଗ କାଞ୍ଚନ ପରିଡାଙ୍କ କହିବା ଅନୁସାରେ, ସେ ଦୀର୍ଘ ୨ ବର୍ଷ ହେବ ରଙ୍ଗବଜାର ବାଲିଅନ୍ତା ସ୍ଥିତ ବିଜେଇଏମ ସ୍କୁଲର ଇଂରାଜୀ ଅଧ୍ଯାପକ ଭାବେ କାମ କରୁଥିଲେ। ସେହିପରି ଘର ମାଲିଙ୍କଠୁ ମିଳିଥିବା ସୁଚନା ଅନୁସାରେ, ସମ୍ପୃକ୍ତ ଯୁବକ ନିଜକୁ ଭାଇ ଭଉଣୀ କହି ସେଠାରେ ରହୁଥିଲେ। ଏପଟେ ବୟଫ୍ରେଣ୍ଡକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ବେଳେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 25, 2021, 6:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.