ଭୁବନେଶ୍ବର: ରାଜଧାନୀ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ! ଭୁବନେଶ୍ବରରେ ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଛାତ୍ରୀ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ ।
ଘଟଣାର ପ୍ରକାଶ, କମିଶନରେଟ ପୋଲିସ ଭୁବନେଶ୍ବରର ଆଚାର୍ଯ୍ୟ ବିହାର ଅଞ୍ଚଳରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ମୃତ ଛାତ୍ରୀ ଜଣକ ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ MCA ପଢୁଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏନେଇ ସାଇଣ୍ଟିଫିକ ଟିମ୍ ସହାୟତାରେ ପୋଲିସ ଛାନଭିନ ଆରମ୍ଭ କରିଛି ।
ସେପଟେ ଘର ମାଲିକ କହିଛନ୍ତି, ''ସକାଳେ ୧୦ଟାରେ ତାଙ୍କ ବାପା କଲ୍ କରିଥିଲେ । ଝିଅ ଫୋନ କାହିଁକି ଉଠାଉ ନାହିଁ ତାହା ଦେଖିବା ପାଇଁ କହିଥିଲେ । ପରେ ଝିଅର ରୁମରେ କବାଟ ବାଡେଇବା ପରେ ସେ ଖୋଲି ନଥିଲେ । ଏହାପରେ ପୂର୍ବାହ୍ନ ୧ଟା ସମୟରେ ପୋଲିସ ଓ ପରିବାଲ ଲୋକେ ରୁମ୍ ଭିତରୁ ଝିଅର ମୃତଦେହ ଉଦ୍ଧାର କରିଥିଲେ ।'' ତେବେ କାହିଁକି ସେ ଏପରି କଲେ ସେନେଇ କିଛି ଜାଣି ନଥିବା ଘର ମାଲିକ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର