ETV Bharat / city

ସୋନୁଙ୍କ ପାଇଁ ସ୍ୱତନ୍ତ୍ର ବିମାନରେ କେରଳରୁ ଓଡ଼ିଶା ଫେରିଲେ ୧୬୯ ଯୁବତୀ - ପ୍ରବାସୀ

ସ୍ୱତନ୍ତ୍ର ବିମାନ ଯୋଗେ କେରଳରୁ ଓଡ଼ିଶା ଫେରିଲେ ୧୬୯ ଓଡ଼ିଆ ଝିଅ। ବଲିଉଡ଼ ଅଭିନେତା ସୋନୁ ସୁଡ଼ଙ୍କ ପ୍ରୟାସରେ କେରଳରେ ଫସି ରହିଥିବା ଏହି ଝିଅ ମାନେ ଆଜି ସ୍ବରାଜ୍ୟ ଫେରି ପାରିଛନ୍ତି । ଅଧିକ ପଢନ୍ତୁ..

odisha-from-kerala-on-a-special-flight
odisha-from-kerala-on-a-special-flight
author img

By

Published : May 29, 2020, 2:32 PM IST

ଭୁବନେଶ୍ବର: ସ୍ୱତନ୍ତ୍ର ବିମାନ ଯୋଗେ କେରଳରୁ ଓଡ଼ିଶା ଫେରିଲେ ୧୬୯ ଓଡ଼ିଆ ଝିଅ। ଏମାନେ ସମସ୍ତେ କେରଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ଲକଡାଉନ୍ ଯୋଗୁଁ ସେଠାରେ ଫସି ରହିଥିଲେ। ଏହାପରେ ଆଜି ସେମାନଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଫେରାଇ ଅଣାଯାଇଛି।

ସୋନୁ ସୁଡ଼ଙ୍କ ବଦାନ୍ୟତା; ସ୍ୱତନ୍ତ୍ର ବିମାନରେ କେରଳରୁ ଓଡ଼ିଶା ଫେରିଲେ ୧୬୯ ଝିଅ

କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଏହି ଝିଅମାନେ କେରଳର ଏକ କମ୍ପାନୀରେ କାମ କରୁଥିଲେ। ହେଲେ ଲକଡାଉନ୍ କାରଣରୁ ଦୀର୍ଘ ଦିନ ଧରି କମ୍ପାନି ବନ୍ଦ ରହିବା ସହ ସେମାନେ ସେଠାରେ ଭୋକ ଉପାସରେ ଦିନ କାଟୁଥିଲେ। ଏନେଇ ପ୍ରଥମେ ସେମାନେ ଏକ ଭିଡିଓ ଜାରି କରି ଓଡ଼ିଶା ସରକାରଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଏହାପରେ ଓଡ଼ିଶା ସରକାରଙ୍କ ଜଣେ ଅଫିସର ଏନେଇ ବଲିଉଡ୍ ଅଭିନେତା ସୋନୁ ସୁଡ଼ଙ୍କୁ ଯୋଗଯୋଗ କରିଥିଲେ।

ଅଭିନେତା ସୋନୁ ସୁଡ଼ଙ୍କ ସହଯୋଗରେ ଏହି ଝିଅମାନଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଅଣାଯାଇଛି। ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ ଚାରୋଟି ବସ୍ ଯୋଗେ କେନ୍ଦ୍ରାପଡ଼ାକୁ ନିଆଯାଇଛି। ସେଠାରେ ସେମାନଙ୍କୁ ପ୍ରଥମେ କ୍ୱାରେଣ୍ଟିନରେ ରଖାଯିବ। କ୍ୱାରେଣ୍ଟିନ୍ ଅବଧି ଶେଷ ହେବା ପରେ ସେମାନେ ନିଜ ନିଜ ଘରକୁ ଯାଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.