ETV Bharat / city

ସରିଲା ମତଦାନ ମହୋତ୍ସବ, ଭୋଟରଙ୍କୁ ଧନ୍ୟବାଦ ଦେଲେ ସିଇଓ - bhubaneswar

ସରିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ଗଣତନ୍ତ୍ରର ଏହି ମହାପର୍ବ । ଶେଷ ସମରରେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ୬୬ ପ୍ରତିଶତ ମତଦାନ ହୋଇଥିବା ବେଳେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ୬୪ ପ୍ରତିଶତ ମତଦାନ ହୋଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 29, 2019, 7:47 PM IST

ଭୁବନେଶ୍ବର: ସରିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ଗଣତନ୍ତ୍ରର ଏହି ମହାପର୍ବ । ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ୬୬ ପ୍ରତିଶତ ମତଦାନ ହୋଇଥିବା ବେଳେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ୬୪ ପ୍ରତିଶତ ମତଦାନ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ତେବେ ଓଡିଶାର ଭୋଟରଙ୍କୁ ବହୁତ ବହୁତ ଧନ୍ୟବାଦ । ଓଡିଶା ବହୁତ ଶାନ୍ତିପ୍ରିୟ ରାଜ୍ୟ । ପ୍ରଚଣ୍ଡ ଖରାରେ ଆସି ନିଜ ମତ ସାବ୍ୟସ୍ତ କରିଥିବାରୁ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଯଦି ଭୁଲ କେଉଁଠି ଥାଏ ତେବେ କ୍ଷମା କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ।

ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୬ ପ୍ରତିଶତ ମତଦାନ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ୬୫ ପ୍ରତିଶତ, ଭଦ୍ରକରେ 68 ପ୍ରତିଶତ, ମୟୂରଭଞ୍ଜ ରେ 66 ପ୍ରତିଶତ, ବାଲେଶ୍ଵରରେ 64 ପ୍ରତିଶତ ଓ ଯାଜପୁରରେ 65 ପ୍ରତିଶତ ଭୋଟିଂ ହୋଇଛି।

ତେବେ ମତଦାନ ସମୟରେ ହୋଇଥିବା ବିଚ୍ୟୁତିରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ୱେବ କାଷ୍ଟିଂରେ 3 ଜଣଙ୍କୁ ନିଲମ୍ବନ କରାଯାଇଛି । ସେମାନେ ହେଲେ ବିଞ୍ଝାରପୁରର ବୁଥ ନଂ 191ର ପୋଲିଂ କର୍ମଚାରୀ ବୈକୁଣ୍ଠ ନାଥ ମଲିକ, ବିଞ୍ଝାରପୁର ବୁଥ ନଂ 135ର ଅଧିକାରୀ ଧୀରେନ୍ଦ୍ର ତ୍ରିପାଠୀ ଓ ସୁକିନ୍ଦା 196 ବୁଥର ଜନାର୍ଦ୍ଦନ ପୃଷ୍ଟି ନିଲମ୍ବନ ହୋଇଛନ୍ତି ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ପାଇଁ ମଧ୍ୟ ସିଇଓ ପ୍ରସ୍ତୁତି କରିଛନ୍ତି । ଷ୍ଟ୍ରଙ୍ଗ ରୁମରେ ମେସିନରେ ଜରି ଘୋଡାଇ ରଖିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ମେସିନର ସୁରକ୍ଷା ପ୍ରାଥମିକତା ବୋଲି କହିଛନ୍ତି । ଏନେଇ ଜିଲ୍ଲାପାଳ ଓ ଇସିଙ୍କ ସହ ଆଲୋଚନା କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ ରିପୋଲିଂ କରାଯାଇନାହିଁ । ଏ ନେଇ ଅନେକ ସ୍ତରରେ ତର୍ଜମା ହୁଏ । ନିୟମ ଅନୁସାରେ ଗାଇଡ ଲାଇନ୍ ଫଲୋ ହୋଇ ନିଷ୍ପତ୍ତି ନିଆଯାଏ । ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା 5 କିମ୍ବା 6 ପରେ ସାନି ମତଦାନ କରିବାକୁ ଅନୁରୋଧ କରାଯାଇଛି ।

ସେହିଭଳି ବରିରେ ବୁଥ ରିଗିଂ ଅଭିଯୋଗରେ ଏନେଇ ରିଟର୍ଣ୍ଣିଂ ଅଫିସର, ସେକ୍ଟର ଅଫିସର, ପ୍ରିଜାଇଡିଂ ଅଫିସର, ମାଇକ୍ରୋ ଅଫିସରଙ୍କୁ ରିପୋର୍ଟ ମଗାଯାଇଛି । ମଙ୍ଗଳବାର ଯାଞ୍ଚ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

ସରିଲା ଗଣତନ୍ତ୍ରର ମହାପର୍ବ,  ଓଡ଼ିଶା ଭୋଟରଙ୍କୁ ଧନ୍ୟବାଦ ଦେଲେ ସିଇଓ

ଭୁବନେଶ୍ବର: ସରିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ଗଣତନ୍ତ୍ରର ଏହି ମହାପର୍ବ । ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ୬୬ ପ୍ରତିଶତ ମତଦାନ ହୋଇଥିବା ବେଳେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ୬୪ ପ୍ରତିଶତ ମତଦାନ ହୋଇଛି । 

ତେବେ ଓଡିଶାର ଭୋଟରଙ୍କୁ ବହୁତ ବହୁତ ଧନ୍ୟବାଦ । ଓଡିଶା ବହୁତ ଶାନ୍ତିପ୍ରିୟ ରାଜ୍ୟ । ପ୍ରଚଣ ଖରାରେ ଆସି ନିଜ ମତ ସାବ୍ୟସ୍ତ କରିଥିବାରୁ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ମୁଖ୍ଯ ନିର୍ବାଚନ ଅଧିକାରୀ । ଯଦି ଭୁଲ କେଉଁଠି ଥାଏ  ତେବେ କ୍ଷମା କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୬ ପ୍ରତିଶତ ମତଦାନ ହୋଇଥିବା ବେଳେ କେନ୍ଦ୍ରାପଡ଼ା ରେ ୬୫ ପ୍ରତିଶତ , ଭଦ୍ରକରେ 68 ପ୍ରତିଶତ , ମୟୂରଭଞ୍ଜ ରେ 66 ପ୍ରତିଶତ , ବାଲେଶ୍ଵରରେ 64 ପ୍ରତିଶତ ଓ ଯାଜପୁରରେ 65 ପ୍ରତିଶତ ଭୋଟିଂ ହୋଇଛି। 

ତେବେ ମତଦାନ ସମୟରେ ହୋଇଥିବି ବିଚ୍ୟୁତିରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ୱେବ କାଷ୍ଟିଂ ରେ 3 ଜଣ ଙ୍କୁ ନିଲମ୍ବନ କରାଯାଇଛି । ସେମାନେ ହେଲେ ବିଞ୍ଝାରପୁରର ବୁଥ ନଂ 191ର ପୋଲିଂ କର୍ମଚାରୀ ବୈକୁଣ୍ଠ ନାଥ ମଲିକ।  ଧୀରେନ୍ଦ୍ର ତ୍ରିପାଠୀ, 135ବୁଥ ବିଞ୍ଝାରପୁର ଓ ଜନାର୍ଦ୍ଦନ ପୃଷ୍ଟି ବୁଥ ନଂ 196 ସୁକିନ୍ଦା ବୁଥର ନିଲମ୍ବନ ହୋଇଛନ୍ତି। 

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ପାଇଁ ମଧ୍ୟ ସିଇଓ ପ୍ରସ୍ତୁତି କରିଛନ୍ତି । ଷ୍ଟ୍ରଙ୍ଗ ରୁମ୍ ରେ ମେସିନରେ ଜରି ଘୋଡାଇ ରଖିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ମେସିନର ସୁରକ୍ଷା ପ୍ରାଥମିକତା । ଏନେଇ ଜିଲ୍ଲାପାଳ ଓ ଇସିଙ୍କ ସହ ଆଲୋଚନା କରାଯାଇଛି। ମିଡିଆ ରିପୋର୍ଟ ଅନୁସାରେ ରିପୋଲିଂ କରାଯାଇନାହିଁ। ଏ ନେଇ ଅନେକ ସ୍ତରରେ ତର୍ଜମା ହୁଏ । ନିୟମ ଅନୁସାରେ ଗାଇଡ ଲାଇନ୍ ଫଲୋ ହୋଇ ନିଷ୍ପତି ନିଆଯାଏ । ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା 5 କିମ୍ବା 6 ପରେ ସାନି ମତଦାନ କରିବାକୁ ଅନୁରୋଧ କରାଯାଇଛି।

ସେହିଭଳି ବରିରେ ବୁଥ ରିଗିଂ ଅଭିଯୋଗରେ ଏନେଇ ରିଟର୍ଣ୍ଣିଂ ଅଫିସର, ସେକ୍ଟର ଅଫିସର, ପ୍ରିଜାଇଡିଂ ଅଫିସର, ମାଇକ୍ରୋ ଅଫିସରଙ୍କୁ ରିପୋର୍ଟ ମଗାଯାଇଛି । ଆସନ୍ତା କାଲି ଯାଞ୍ଚ ପରେ ନିଷ୍ପତ୍ତି ନିଆଯିବା ନେଇ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.