ଭୁବନେଶ୍ବର: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ନେତାଙ୍କ 'ଦଳ ଡିଆଁ' ତା ସହିତ ତାଳ ଦେଇ ଜୋରସୋରରେ ବଢି ଚାଲିଛି । ପ୍ରମୁଖ 3 ଦଳ ଯେପରି ନେତାଙ୍କ 'ଦଳ ଡିଆଁ'କୁ ବର୍ତ୍ତମାନ ଏକ ପର୍ବ ପାଳନ କରୁଛି । ବିଜେପି, କଂଗ୍ରେସ ଏବଂ ବିଜେଡି 'ଦଳ ଡିଆଁ' ଉତ୍ସବ ମନାଉଥିବା ବେଳେ ବିଜେଡି ଟିକେ ଅଧିକା ମନାଉଛି । ବିଜେପି କ୍ୟାମ୍ପ ଯେଉଁ ନେତା ଛାଡୁଛନ୍ତି, ସେ ବିଜେପି କିମ୍ବା କଂଗ୍ରେସ ଶିବିରରେ ଯୋଗ ଦେଉଛନ୍ତି । ଅନୁରୂପ ଭେବେ ବର୍ତ୍ତମାନ 3 ଦଳ ମଧ୍ୟରେ ନେତା ଆମଦାନୀ ଜୋର ସୋରରେ ଚାଲିଛି । ଏହି କ୍ରମରେ ବିଜେଡି ସୋମବାର ଏକାଧିକ ନେତାଙ୍କୁ ଆମଦାନୀ କରିଛି ।
ପ୍ରକାଶ ଯେ, ଗଜପତି ପାରଳାଖେମୁଣ୍ଡିର ପୂର୍ବତନ ବିଜେପି ବିଧାୟକ ଭରତ ପାଇକ ସୋମବାର ବିଜେଡିରେ ଯୋଗ ଦେଇଛନ୍ତି । ଦଳୀୟ ସୁପ୍ରିମୋଙ୍କ ବାସଭବନରେ ପହଞ୍ଚି ଶଙ୍ଖ ଫୁଙ୍କିଛନ୍ତି ଭରତ ପାଇକ । ସେହିଭଳି ବରୀର ବ୍ଲକ ଚେୟାର ମ୍ୟାନ ସୁନନ୍ଦା ଦାସ ମଧ୍ୟ ବିଜେପି ଛାଡି ବିଜେପି କ୍ୟାମ୍ପରେ ଯୋଗଦାନ କରିଛନ୍ତି । ପାଲଲହଡା ଚେୟାରମ୍ୟାନ ମୁକେଶ ପାଲ ବିଜେପି ଛାଡି ବିଜେଡିରେ ଯୋଗଦାନ କରିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ଉପରୋକ୍ତ ସମସ୍ତ ନେତାଏ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।
ନୂଆ ସଦସ୍ୟଙ୍କୁ ଦଳରେ ସ୍ବାଗତ କରିବା ସହ ଏମାନଙ୍କ ଯୋଗଦାନ ଦ୍ବାରା ବିଜେଡି ମଜବୁତ ହେବ ବୋଲି କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ