ETV Bharat / city

୬୧ ଦିନରେ ଗାନ୍ଧୀ ମାର୍ଗରେ ପୁଣି ଗର୍ଜିଲା ଗାଁ ସାଥୀ

author img

By

Published : Dec 14, 2021, 1:04 PM IST

ରାଜ୍ୟ ସରକାର ଗାଁ ସାଥୀଙ୍କୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଦରମା ବୃଦ୍ଧି ଓ ଚାକିରୀର ସ୍ଥାୟିତ୍ବ ଦାବି କରି ୬୧ ଦିନରେ ଗାନ୍ଧୀ ମାର୍ଗରେ ପୁଣି ଗର୍ଜିଛନ୍ତି ଏହାର କର୍ମକର୍ତ୍ତା । ଅଧିକ ପଢନ୍ତୁ

୬୧ ଦିନରେ ଗାନ୍ଧୀ ମାର୍ଗରେ ପୁଣି ଗର୍ଜିଲା ଗାଁ ସାଥୀ
୬୧ ଦିନରେ ଗାନ୍ଧୀ ମାର୍ଗରେ ପୁଣି ଗର୍ଜିଲା ଗାଁ ସାଥୀ୬୧ ଦିନରେ ଗାନ୍ଧୀ ମାର୍ଗରେ ପୁଣି ଗର୍ଜିଲା ଗାଁ ସାଥୀ

ଭୁବନେଶ୍ବର: ପାଞ୍ଚ ଦଫା ଦାବି ନେଇ ପୁଣି ଥରେ ଧାରଣା ସ୍ଥଳରେ ଗର୍ଜିଲେ ଗାଁ ସାଥୀର କର୍ମକର୍ତ୍ତା । ଦରମା ବୃଦ୍ଧି ଓ ଚାକିରୀର ସ୍ଥାୟିତ୍ବକୁ ନେଇ 'ଗାଁ ସାଥୀ ମିଳିତ କ୍ରିୟାନୁଷ୍ଠାନ କମିଟି'ର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ବାଳଙ୍କ ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ଗାଁ ସାଥୀ କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

୬୧ ଦିନରେ ଗାନ୍ଧୀ ମାର୍ଗରେ ପୁଣି ଗର୍ଜିଲା ଗାଁ ସାଥୀ

ଏହା ବି ପଢନ୍ତୁ: ଗାଁ ସାଥିଙ୍କ ପ୍ରତିବାଦ; ଘେରାଉ କଲେ ଜିଲ୍ଲାପାଳ କାର୍ଯ୍ୟାଳୟ

ଦୀର୍ଘ ୬୧ ଦିନ ଧରି ଏମାନେ ଧାରଣାରେ ବସିଥିଲେ । ହେଲେ ସେମାନେ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହାକୁ ନେଇ ଆଜି ୩୦ ହଜାର କର୍ମୀ ଲିଙ୍ଗରାଜ ମନ୍ଦିରରୁ ଚାଲି ଚାଲି ଶୋଭାଯାତ୍ରା କରି ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଆସିଥିଲେ।

ଏହା ବି ପଢନ୍ତୁ: ଏସଏଚଜି ମହିଳାଙ୍କୁ ଗାଁ ସାଥି ଚୟନ ପ୍ରକ୍ରିୟାକୁ ବିରୋଧ

ଏହାପରେ ନିଜ ଅଧିକାର ପାଇଁ ରଣହୁଙ୍କାର ଦେଇଥିଲେ । ଅନ୍ୟପଟେ ଯଦି ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନହୁଏ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.