ଭୁବନେଶ୍ବର: ଗଞ୍ଜେଇ ଚାଲାଣର ନୂଆ ଟ୍ରେଣ୍ଡ । ଦାମି କାରରରେ ଗଞ୍ଜେଇ ଚାଲାଣ । ପୋଲିସ ସ୍କାନରରୁ ବର୍ତ୍ତିବାକୁ ଚାଲାଣକାରିଙ୍କ ନୂଆ ଉପାୟ । କାର ସର୍ଭିସିଂ ବାହାନାରେ କରୁଛନ୍ତି ଗଞ୍ଜେଇ ଚାଲାଣ । ତମାଣ୍ଡୋ ସ୍ଥିତ ଏକ କାର ସୋରୁମ କଡରେ ଗାଡି ସର୍ଭିସିଂ ପାଇଁ ପାର୍କ କରି ଡିଲ ବେଳେ ସୂଚନା ପାଇ ମାଡି ବସିଥିଲା ସ୍ପେଶାଲ ସ୍କ୍ବାଡ ଟିମ ।
ଏନେଇ ଏକ ହ୍ଯୁଣ୍ଡାଇ ଏକ୍ସେଣ୍ଟ OD02AS4385 କାରରୁ ୨୫ ଗଞ୍ଜେଇ ଜବତ କରିଥିବା ବେଳେ ଡିଲ କରୁଥିବା ଦୁଇ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ସେମାନେ ହେଲେ ନୟାଗଡ ରଣପୁରର ରବିନ୍ଦ୍ର ପ୍ରଧାନ ଓ ପୋଲସରା ଗଂଜାମର ସୋମୁ ଡାକୁଆ । ଦୁହିଁଙ୍କ ଠାରୁ ୩ଟି ମୋବାଇଲ ଫୋନ ଓ ୪୭୦୦ ଟଙ୍କା ମଧ୍ୟ ଜବତ କରାଯାଇଛି ।
ତେବେ ଏଭଳି ଟେକନିକ ପରେ ଏବେ ଗଞ୍ଜେଇ ଚାଲାଣକାରୀଙ୍କ ଉପରେ ନଜର ରଖିବାକୁ ବିଭିନ୍ନ ସୋରୁମ କଡରେ ଓ ମଲ କଡରେ ରହୁଥିବା ପାର୍କି ଉପରେ ନଜର ରଖୁଛି କମିସନରେଟ ପଲିସ । ତେବେ ଜବତ ଗଞ୍ଜେଇର ପରିମାଣ ଅଢେଇ ଲକ୍ଷ ହୋଇଥିବା ବେଳେ କାରଟିକୁ ମଧ୍ୟ ପୋଲିସ ସିଜ କରି ଏନଡିପିଏସ ଆକ୍ଟରେ ଅଭିଯୁକ୍ତଙ୍କୁ କୋର୍ଟ ଫରୱାର୍ଡ କରାଯିବ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ