ETV Bharat / city

ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ, ତମାଣ୍ଡୋରେ ମାଡି ବସିଲା STF - ଗଞ୍ଜେଇ ଚାଲାଣ

ଫିଲ୍ମ ପୁଷ୍ପା ଷ୍ଟାଇଲରେ ଅନ୍ତଃରାଜ୍ୟକୁ ହେଉଥିଲା ଗଞ୍ଜେଇ ଚାଲାଣ । ଏକ ପିଚୁ ଭର୍ତ୍ତି ହାଇୱା ଟ୍ରକ କହି ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ ହେଉଥିଲା । ଭୁବନେଶ୍ବର ୧୬ନଂ ଜାତୀୟ ରାଜପଥ ତମାଣ୍ଡୋ ଥାନା ଅଞ୍ଚଳରେ ମାଡି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ । ଅଧିକ ପଢ଼ନ୍ତୁ

ganja seized in bhubaneswar
ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ, ତମାଣ୍ଡୋରେ ମାଡି ବସିଲା STF
author img

By

Published : Jun 4, 2022, 1:29 PM IST

Updated : Jun 4, 2022, 1:52 PM IST

ଭୁବନେଶ୍ବର: ଫିଲ୍ମ ପୁଷ୍ପା ଷ୍ଟାଇଲରେ ଅନ୍ତଃରାଜ୍ୟକୁ ହେଉଥିଲା ଗଞ୍ଜେଇ ଚାଲାଣ । ଏକ ପିଚୁ ଭର୍ତ୍ତି ହାଇୱା ଟ୍ରକ କହି ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ ହେଉଥିଲା । ଭୁବନେଶ୍ବର ୧୬ନଂ ଜାତୀୟ ରାଜପଥ ତମାଣ୍ଡୋ ଥାନା ଅଞ୍ଚଳରେ ମାଡି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ । ଚଢ଼ାଉ ବେଳେ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଘଟଣାରେ ଟ୍ରକ ଡ୍ରାଇଭରକୁ ଗିରଫ କରି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି ।

ପୁଷ୍ପାରାଜ ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚାଲାଣ, ଜଣେ ଗିରଫ

ଗଞ୍ଜେଇ ଭର୍ତ୍ତି ହାଇୱା ଟ୍ରକଟି ଝାଡ଼ଖଣ୍ଡକୁ ଚାଲାଣ ହେଉଥିଲା । ଏକ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ ଟ୍ରକଟିର ପିଛା କରିଥିଲା । ଟ୍ରକକୁ ଧରିବା ପରେ ବିପୁଳ ୧୦ କ୍ବିଣ୍ଟାଲର ଗଞ୍ଜେଇ ଜବତ କରିବା ସହ ଡ୍ରାଇଭର ରାଜେଶ ସିକୁ ଗିରଫ କରାଯାଇଛି । ତେବେ ପୂର୍ବରୁ ଅନେକ ସମୟରେ ବିଭିନ୍ନ ପରିବା ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏଭଳି ସିକ୍ରେଟ ଚାମ୍ବରରେ ଚାଲାଣ ଖବର ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ଏସଟିଏଫ ଟିମର ସୂଚନା ଅନୁସାରେ ୨୦୨୦ରୁ ଏଯାଏ ମୋଟ ୨୦୩ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇସାରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 4, 2022, 1:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.