ଭୁବନେଶ୍ବର: ଗ୍ୟାଙ୍ଗଷ୍ଟାର ଟିଟୋର ଆଉ ଜଣେ ସହଯୋଗୀ ଗିରଫ । ତାକୁ ଗିରଫ କରିଛି ଏସଟିଏଫ ଟିମ୍ । ଗିରଫ ସହଯୋଗୀ ଏସ୍ କେ ଜାବିଦ୍ ଓରଫ ଡାଙ୍ଗ । ସେ ଟିଟୋ ପାଇଁ ଅପହରଣ କରୁଥିଲା । ଆଉ ବଦଳରେ ମୁଣ୍ଡ ଜାମିନ ପାଇଁ ଟଙ୍କା କଲେକ୍ସନ କରୁଥିଲା ।
2017 ସେପ୍ଟେମ୍ବର ୯ ତାରିଖରେ କେନ୍ଦ୍ରାପଡାର ଜଣେ ବ୍ୟବସାୟୀ ଶିବପ୍ରସାଦ ପରିଡାଙ୍କୁ ନିଜ ଅଫିସରୁ ଅପହରଣ କରାଯାଇଥିଲା । ବଦଳରେ ଟଙ୍କା ମାଗିବା ସହ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏ ମାମଲାରେ ସମ୍ପୃକ୍ତ ଥିବା ଜାବିଦ ଓରଫ ଡାଙ୍ଗ ଦୀର୍ଘ ଦିନ ଧରି ଫେରାର ଥିଲା । ତେବେ ଶୁକ୍ରବାର କେନ୍ଦ୍ରାପଡାରେ ଜାବିଦ ନେଇ ଖବର ମିଳିବା ପାଇଁ ତାକୁ ଧରିବା ପାଇଁ ଡେରା ପକାଇଥିଲା ଏସଟିଏଫ୍ ଟିମ୍।
କେନ୍ଦ୍ରାପଡାର ଏକ ହୋଟେଲରୁ ଡାଙ୍ଗକୁ ଗିରଫ କରାଯାଇଛି । ତା’ ଘର କେନ୍ଦ୍ରାପଡା ଟାଉନର ଇମାବାଦ ମସଜିଦ ଗଳିରେ ବୋଲି ଜଣାପଡିଛି । ଗିରଫ ପରେ ତାକୁ ଆଇପିସିର ଧାରା 364A, 323, 324,294, 506, 307, 386, 387/34, ଆଇପିସି R/w Sec. 25/27 ଆର୍ମସ ଆକ୍ଟରେ କୋର୍ଟ ଚାଲାଣ କରାଯିବ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ