ETV Bharat / city

ଗ୍ଯାଙ୍ଗଷ୍ଟାର ଟିଟୋର ସରକାରୀ ଲିଙ୍କ, ଜବତ ହେଲା ସରକାରୀ ଗୁଳି

ସାମ୍ନାକୁ ଆସିଲା ଗ୍ଯାଙ୍ଗଷ୍ଟାର ଟିଟୋର ସରକାରୀ ଲିଙ୍କ । ଗ୍ଯାଙ୍ଗଷ୍ଟାର ହୋଇ କିପରି ବ୍ଯବହାର କରୁଥିଲା ସରକାରୀ ଗୁଳି ? ଯାହାକୁ ନେଇ ଏବେ କ୍ରାଇମବ୍ରାଞ୍ଚ ଏସଟିଏଫର ସ୍କାନରରେ ସରକାରୀ ଅଫିସର ।

author img

By

Published : Jun 24, 2019, 9:00 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସାମ୍ନାକୁ ଆସିଲା ଗ୍ଯାଙ୍ଗଷ୍ଟାର ଟିଟୋର ସରକାରୀ ଲିଙ୍କ । ଗ୍ଯାଙ୍ଗଷ୍ଟାର ହୋଇ କିପରି ବ୍ଯବହାର କରୁଥିଲା ସରକାରୀ ଗୁଳି ? ଅର୍ଥାତ ଦେଶୀ ବନ୍ଧୁକରେ ବ୍ଯବହାର କରୁଥିଲା ସରକାରୀ ଗୁଳି । ଗତ ୨୦ ତାରିଖରେ ଟିଟୋର ଦୁଇ ଭାଇ ସୟଦ ଅସଫାକ ଅଲ୍ଲୀ, ସୟଦ ଇଫତାର ଅଲ୍ଲୀ ଓ ସଢୁ ଅମଜାଦ ଖାନ ଗିରଫ ପରେ ସେମାନଙ୍କ ଠାରୁ ଜବତ ହୋଇଥିଲା ଦେଶୀ ବନ୍ଧୁକ ସହ ୨ ରାଉଣ୍ଡ ଅଫୁଟା ଗୁଳି । ତେବେ ସେହି ଗୁଳି ଥିଲା ସରକାରୀ ଗୁଳି ଅର୍ଥାତ ସରକାରୀ ଅଫିସର ମାନେ ବ୍ଯବହାର କରିଥାନ୍ତି ଏହି ଗୁଳି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ତେବେ ପ୍ରଶ୍ନ ଉଠୁଛି ଏସବୁ ଗୁଳି କେଉଁଠୁ ଆସିଲା ସେମାନଙ୍କ ପାଖକୁ ? କିଏ ସପ୍ଲାଏ କରୁଥିଲା ଏହି ସରକାରୀ ଗୁଳି? ଏହା ପଛରେ କୌଣସି ସରକାରୀ ଅଧିକାରୀଙ୍କ ହାତ ନାହିଁ ତ ? ସେହି ଅଧିକାରୀ ଜଣକ ପୋଲିସ ବିଭାଗରେ ନାହାଁନ୍ତି ତ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି କ୍ରାଇମବ୍ରାଞ୍ଚ । ଯାହାକୁ ନେଇ ଦୁଇ ଭାଇଙ୍କୁ ରିମାଣ୍ଡରେ ନେବାକୁ ଯୋଜନା ଚଳାଇଛି ଏସଟିଏଫ ଟିମ ।

ତେବେ ରିମାଣ୍ଡରେ ଆସିବା ପରେ ଖୋଲିବ ଗ୍ଯାଙ୍ଗଷ୍ଟାର ଟିଟୋର ସରକାରୀ ଲିଙ୍କ। କେବଳ ସେତିକି ନୁହେଁ ପୂର୍ବରୁ ମଧ୍ଯ ଟିଟୋ ସହ ସରକାରୀ ଲିଙ୍କର ସୁରାକ ଲାଗିଥିଲା ଭିଜିଲାନ୍ସ ହାତରେ । ବର୍ଷେ ପୂର୍ବେ ଟିଟୋ ଗିରଫ ପରେ ଟିଟୋ ଲିଙ୍କରେ କେନ୍ଦ୍ରାପଡାର ଅନେକ ସରକାରୀ ଅଫିସରେ ସେତେବେଳେ ରେଡ୍ କରିଥିଲା ଭିଜିଲାନ୍ସ। ହେଲେ ରେଡ ପରେ ଏଯାଏ ଜଣାପଡିନାହିଁ କେଉଁ ଅଧିକାରୀଙ୍କ କ'ଣ ଲିଙ୍କ ରହିଛି ଟିଟୋ ସହ । ତେବେ କ୍ରାଇମବ୍ରାଞ୍ଚ ହାତରେ ସରକାରୀ ଲିଙ୍କର ସୁରାକ ଲାଗିଥିବା ବେଳେ ରିମାଣ୍ଡ ପରେ ଖୋଲିପାରେ ଏହି ରାଜ୍।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.