ETV Bharat / city

ପୋଲିସ ଦାଖଲ କରିପାରିଲାନି ଚାର୍ଜସିଟ; ଗ୍ଯାଙ୍ଗଷ୍ଟାର ରାଜା ଆଚାର୍ଯକୁ ଜାମିନ, ଲାଗିଲା NSA - nsa against raja

ଦାଦାବଟି ଆଦାୟ ମାମଲାରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ମିଳିଲା ଜାମିନ । ଜଣେ ଜାମିନଦାର ଓ 20 ହଜାର ଟଙ୍କା ବଦଳରେ ରାଜାକୁ ବେଲ ପ୍ରଦାନ କରିଛନ୍ତି ଏସଡିଜେଏମ୍ କୋର୍ଟ । ଅଧିକ ପଢ଼ନ୍ତୁ...

gangstar raja Acharya is granted bail by sdjm court bhubaneswar
ଜାମିନ ପରେ ଗ୍ୟାଙ୍ଗଷ୍ଟାର ରାଜା ଉପରେ ଲାଗିଲା NSA
author img

By

Published : Dec 18, 2020, 4:37 PM IST

Updated : Dec 18, 2020, 6:33 PM IST

ଭୁବନେଶ୍ବର: ଦାଦାବଟି ଆଦାୟ ମାମଲାରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ମିଳିଲା ଜାମିନ । ନିର୍ଦ୍ଧାରିତ ସମୟ ମଧ୍ୟରେ କମିଶନରେଟ ପୋଲିସ ଚାର୍ଜସିଟ ଦାଖଲ କରି ପାରିନଥିଲା । ଏହାପରେ ଭୁବନେଶ୍ବର ଏସଡିଜେଏମ କୋର୍ଟ ରାଜାକୁ ଜାମିନ ଦେଇଛନ୍ତି । ଗିରଫ ହେବାର ୬୦ ଦିନ ମଧ୍ୟରେ ପୋଲିସ ଚାର୍ଜସିଟ ଦାଖଲ କରିବାର ଥିଲା । କିନ୍ତୁ ଏଥିରେ ବିଫଳ ରହିଥିଲା କମିଶନରେଟ ପୋଲିସ।

ଜାମିନ ପରେ ଗ୍ୟାଙ୍ଗଷ୍ଟାର ରାଜା ଉପରେ ଲାଗିଲା NSA

ତେବେ ଜାମିନ ମିଳିବା ପରେ ରାଜା ଆଚାର୍ଯ୍ୟ ଉପରେ ଲାଗିଲା ଜାତୀୟ ସୁରକ୍ଷା ଅଧିନିୟମ(nsa)। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଦାଦାବଟି ଆଦାୟ ମାମଲାରେ ରାଜା ଆଚାର୍ଯ୍ୟକୁ ଭୁବନେଶ୍ବର ଏସଡିଜେଏମ କୋର୍ଟ ଜାମିନ ପ୍ରଦାନ କରିଥିଲେ । ଦାଦାବଟି ଆଦାୟ ପାଇଁ ଜନ ସାଧାରଣଙ୍କ ମଧ୍ୟରେ ଅସୋନ୍ତଷ ବଢିଇବା ଆଦି ଅଭିଯୋଗ ରହିଛି । ଏହାସହ ଅନ୍ୟାନ୍ୟ ଦୁର୍ଦ୍ଦାନ୍ତ ଅପରାଧରେ ମଧ୍ୟ ଅଭିଯୁକ୍ତ ରହିଛି ରାଜା।

gangstar raja Acharya is granted bail by sdjm court bhubaneswar
ଜାମିନ ପରେ ଗ୍ୟାଙ୍ଗଷ୍ଟାର ରାଜା ଉପରେ ଲାଗିଲା NSA

ଅକ୍ଟୋବର ୧୭ ତାରିଖରେ କ୍ୟାପିଟାଲ ଥାନା ପୋଲିସ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଗିରଫ କରିଥିଲା । ତେବେ 62 ଦିନ ପରେ ମଧ୍ୟ ରାଜା ବିରୋଧରେ କୌଣସି ଚାର୍ଜସିଟ ଫାଇଲ କରିପାନଥିଲା ପୋଲିସ । ଜଣେ ଜାମିନଦାର ଓ 20 ହଜାର ଟଙ୍କା ବେଲ ବଣ୍ଡ ବଦଳରେ ରାଜାକୁ ବେଲ ପ୍ରଦାନ କରିଛନ୍ତି କୋର୍ଟ । ତେବେ ଏହାପରେ କମିସନରେଟ ପୋଲିସର ପାରିବାପଣିଆ ନେଇ ପ୍ରଶ୍ନ ଉଠିଛି।

ରାଜା ଆଚାର୍ଯ୍ୟ ଗିରଫ ହେବାପରେ ତାଙ୍କ ଉପରେ ଏନଏସଏ ଲଗାଇବାକୁ ସୁପାରିଶ ପୋଲିସ କମିଶନର । ଏପରିକି ଗତ ନଭେମ୍ବର ୧୨ ତାରିଖରେ ମଧ୍ୟ ରାଜା ବେଲ୍ ଶୁଣାଣି ଖାରଜ କରିଥିଲେ ଏଡିଜେ କୋର୍ଟ । ସେତେବଳେ କୋର୍ଟକୁ ଏନେଇ ଅବଗତ କରାଯିବ ବୋଲି କହିଥିଲା କମିସନରେଟ ପୋଲିସ।କିନ୍ତୁ ଉପର କୋର୍ଟରେ ଜାମିନ ଆବେଦନ ପରେ ଏହି ଗ୍ରାଉଣ୍ଡରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି।ଯାହା କମିସନରେଟ ପୋଲିସର ପାରିବା ପଣିଆକୁ ପଦାରେ ପକାଇଛି ।

ତେବେ ରାଜା ଆଚାର୍ଯ୍ୟ ଜୁଡୋ କୋଚ ବିରଞ୍ଚି ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରହିଥିଲେ। କିଛି ଦିନ ଜେଲରେ ରହିବା ପରେ ବେଲରେ ମୁକୁଳି ଥିଲେ। ଏହାପରେ ସେ ପୁନଃର୍ବାର ଗିରଫ ହୋଇଥିଲେ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Dec 18, 2020, 6:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.