ETV Bharat / city

ଆଜି ଗଣେଶ ଚତୁର୍ଥୀ, 2 ବର୍ଷ ପରେ କଟକଣା ମୁକ୍ତ ପୂଜା ମଉଜ - ଗଣେଶ ପୂଜା 2022

ଆଜି ଗଣେଶ ଚତୁର୍ଥୀ । ବିଘ୍ନନାଶନ ଅଗ୍ରପୂଜ୍ୟ ପ୍ରଭୁ ଗଜାନାଥଙ୍କ ପୂଜା । "ଓମ୍ ନମଃ ଗଣେଶ ବିଘ୍ନେଶ ଗିରିଜାନନ୍ଦନଂ ପ୍ରଭୁ, ମମ ବିଘ୍ନ ନିହତ୍ୟାଷୁ ସର୍ବକାର୍ଯ୍ୟେଷୁ ସର୍ବଦା..." ମନ୍ତ୍ର ଧ୍ବନିରେ ଗୁଞ୍ଜରିତ ହେଉଛି ଗାଁ ଠୁ ସହର । ଅଧିକ ପଢନ୍ତୁ

ଆଜି ଗଣେଶ ଚତୁର୍ଥୀ
ଆଜି ଗଣେଶ ଚତୁର୍ଥୀ
author img

By

Published : Aug 31, 2022, 7:35 AM IST

ଭୁବନେଶ୍ବର: ଆଜି ଗଣେଶ ଚତୁର୍ଥୀ । ବିଘ୍ନ ବିନାଶକ, ଲମ୍ବୋଦର, ଗଣନାଥ, ଗଜନାନ ପ୍ରଭୁଙ୍କ ପୂଜା । ସେ ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର । ହିନ୍ଦୁ ଧର୍ମରେ କୌଣସି ବି ଶୁଭ କାର୍ଯ୍ୟ ହେଉ ନା କାହିଁକି ତା ପୂର୍ବରୁ ଅଗ୍ରପୂଜ୍ୟ ଗଣନାଥଙ୍କୁ ପୂଜା କରାଯାଏ। ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା ଦ୍ବାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ସେଇଥି ପାଇଁ ତ ସେ ବିଘ୍ନବିନାଶକ ଆଉ ବିଘ୍ନହର୍ତ୍ତା । ବିବାହ ହେଉ କି ବ୍ରତ ଘର କି ଘର ପ୍ରତିଷ୍ଠା ସବୁଥିରେ ତାଙ୍କୁ ପୂଜା କରାଯାଏ । ସେ ସର୍ବତ୍ର ବିଦ୍ୟମାନ । ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣନାଥଙ୍କ ପୂଜା ହୋଇଛି । "ଓମ୍ ନମଃ ଗଣେଶ ବିଘ୍ନେଶ ଗିରିଜାନନ୍ଦନଂ ପ୍ରଭୁ, ମମ ବିଘ୍ନ ନିହତ୍ୟାଷୁ ସର୍ବକାର୍ଯ୍ୟେଷୁ ସର୍ବଦା..." ମନ୍ତ୍ର ଧ୍ବନିରେ ଗୁଞ୍ଜରିତ ହେଉଛି ଗାଁ ଠୁ ସହର ।

ଏହା ବି ପଢନ୍ତୁ... ବଡଖା ତିହାର ନୂଆଁଖାଇ: ଜାଣନ୍ତୁ କ'ଣ ରହିଛି ଏହାର ପରମ୍ପରା ଏବଂ ଇତିହାସ

ସେ ବିଦ୍ୟା ବୁଦ୍ଧିଦାତା । ତେଣୁ ବିଶେଷ କରି ଶିକ୍ଷାନୁଷ୍ଠାନମାନଙ୍କରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡମ୍ବରରେ ଆୟୋଜିତ ହୋଇଛି । ଗଣେଶଙ୍କୁ ମୁଖ୍ୟତଃ ରାଶିଲଡୁ, ମୋଦକ, କଦଳୀ ଆଦି ଭୋଗ ଲାଗି ହୋଇଥାଏ । ରାଜ୍ୟ ସମେତ ଦେଶର କୋଣ ଅନୁକୋଣରେ ଗଣେଶ ପୂଜାର ଉତ୍ସବ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ଏହା ଏକ ଗଣପର୍ବ ହୋଇଥିବାବେଳେ ଓଡିଶାର ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଗଣେଶ ପୂଜା ପ୍ରସିଦ୍ଧ । ଜଟଣୀରେ ଚତୁର୍ଥୀରୁ ପୂର୍ଣ୍ଣିମା ଯାଏ 11 ଦିନ ଧରି ପୂଜା ଚାଲିବ। ତୋରଣ ଆଲୋକମାଳାରେ ସହର ସଜେଇ ହୋଇଛି । କୋରୋନା ମହାମାରୀ 2ବର୍ଷ ହେବ ମହାମାରୀ ପୂଜା ଫିକା କରିଥିଲା । ଏଥର କଟକଣା ମୁକ୍ତ ପୂଜା ହୋଇଥିବାରୁ ସବୁଠି ଉତ୍ସବ ।

କଣ କହେ ପୁରାଣ...

ପୁରାଣ ଅନୁଯାୟୀ, ଦେବୀ ପାର୍ବତୀ ଗାଧୋଇବା ସମୟରେ ତାଙ୍କ ଦେହର ମଳିରୁ ଏକ ମୂର୍ତ୍ତି ତିଆରି କରିଥିଲେ । ଭଗବାନ ବିଷ୍ଣୁଙ୍କ ସ୍ମରଣରେ ସେ ମୂର୍ତ୍ତିଟି ଜୀବନ ଦାନ ପାଇଥିଲେ । ପାର୍ବତୀ ତପସ୍ୟା କରୁଥିବା ସମୟରେ ଶ୍ରୀଗଣେଶଙ୍କୁ ଦ୍ବାର ଜଗିବା ସହିତ ଗୁମ୍ଫାକୁ କାହାକୁ ପ୍ରବେଶ କରେଇ ନଦେବାକୁ ଆଦେଶ ଦେଇଥିଲେ । ଆଦେଶ ପାଳନ କରିଥିଲେ ଗଣେଶ । ସେହି ସମୟରେ ମହାଦେବ ପାର୍ବତୀଙ୍କୁ ଦେଖା କରିବାକୁ ଆସିଥିଲେ ମାତ୍ର ଆଦେଶ ଅକ୍ଷରେ ଅକ୍ଷରେ ଗଣେଶ ମହାଦେବଙ୍କୁ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ । ଶିବ ଓ ଗଣେଶଙ୍କ ମଧ୍ୟରେ ବାକ ଯୁଦ୍ଧ ହୋଇଥିଲା । ମହାଦେବ କ୍ଷୁବ୍ଧ ହୋଇ ଗଣେଶଙ୍କ ମୁଣ୍ଡ କାଟି ଦେଇଥିଲେ । ଏହା ଦେଖି ମାତା ପାର୍ବତୀ ଅଧୀର ହୋଇ ପଡିଥିଲେ । ପାର୍ବତୀ ଉତ୍ତେଜିତ ହୋଇ ଉଗ୍ରରୂପ ଧାରଣ କରିଥିଲେ । ସୃଷ୍ଟିକୁ ଧ୍ବଂସ କରିଦେବାକୁ କହିଥିଲେ ।

ପାର୍ବତୀଙ୍କ ବୁଝାଇବା ପାଇଁ ସୃଷ୍ଟି କର୍ତ୍ତା ବ୍ରହ୍ମା ଚେଷ୍ଟା କରିଥିଲେ । ତାଙ୍କ ସମ୍ମୁଖରେ ପାର୍ବତୀ 2ଟି ସର୍ତ୍ତ ରଖିଥିଲେ। ପ୍ରଥମ ଗଣେଶଙ୍କୁ ଜୀବନ ଦାନ ଦିଆଯିବ ଅନ୍ୟଟି ଗଣେଶ ଅଗ୍ରପୂଜ୍ୟ ହେବ । ଏଥିରେ ବ୍ରହ୍ମା ରାଜି ହେଲେ । ଶିବ ତାଙ୍କ ଅନୁଚରଣଙ୍କୁ ପ୍ରେରଣ କରି ଯେଉଁ ପ୍ରାଣୀକୁ ପ୍ରଥମେ ଦେଖିବେ ଯିଏକି ଉତ୍ତର ଦିଗକୁ ମୁଣ୍ଡ ଦେଇ ଶୋଇଥିବ ତାର ଶିର ଛେଦନ କରି ନେଇ ଆସିବେ । ଶିବଦୂତ ଏକ ହାତୀ ମୁଣ୍ଡ ଆଣି ଆସିଲେ । ଗଣେଶଙ୍କ ମୁଣ୍ଡରେ ହାତୀ ମୁଣ୍ଡଟିକୁ ଲଗାଇ ତାଙ୍କୁ ଜୀବନ୍ୟାସ ପ୍ରଦାନ କରାଯାଇଥିଲା । ଏହା ସହ ଶ୍ରୀଗଣେଶ ଅଗ୍ରପୂଜ୍ୟ ହେଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.