ETV Bharat / city

Ganesh Chaturthi: ଆଜି ଗଣେଶ ଚତୁର୍ଥୀ, କଟକଣାରେ କଟିବ ଗଜାନନଙ୍କ ଦିନ - ଗଣେଶ ପୂଜା ସ୍ପେଶାଲ ଷ୍ଟୋରୀ

ଆଜି ବିଘ୍ନନାଶନ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା । "ଓମ୍ ନମଃ ଗଣେଶ ବିଘ୍ନେଶ ଗିରିଜାନନ୍ଦନଂ ପ୍ରଭୁ, ମମ ବିଘ୍ନ ନିହତ୍ୟାଷୁ ସର୍ବକାର୍ଯ୍ୟେଷୁ ସର୍ବଦା..." ମନ୍ତ୍ର ଧ୍ବନିରେ ଗୁଞ୍ଜରିତ ହେଉଛି ଗାଁ ଠୁ ସହର । ଅଧିକ ପଢନ୍ତୁ...

Ganesh Chaturthi: ଧରାପୃଷ୍ଠରେ ବିରାଜିତ ବିଘ୍ନନାଶନ

author img

By

Published : Sep 10, 2021, 7:31 AM IST

ହାଇଦ୍ରାବାଦ: "ଓମ୍ ନମଃ ଗଣେଶ ବିଘ୍ନେଶ ଗିରିଜାନନ୍ଦନଂ ପ୍ରଭୁ, ମମ ବିଘ୍ନ ନିହତ୍ୟାଷୁ ସର୍ବକାର୍ଯ୍ୟେଷୁ ସର୍ବଦା..." ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ହିନ୍ଦୁ ପରମ୍ପରା ରୀତିନୀତି ଅନୁସାରେ ପ୍ରତିଟି ଶୁଭ କାମ ପୂର୍ବରୁ ଅଗ୍ର ପୂଜ୍ୟ ଗଣପତିଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ସେ ଦୃଷ୍ଟିରୁ ପାର୍ବଣ ଋତୁର ଆରମ୍ଭରେ ଗଜାନନଙ୍କ ପୂଜା ଆରମ୍ଭ ହୋଇଛି ।

ଆଜି ବିଘ୍ନନାଶନ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା । ପ୍ରତିବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନରେ ବିଦ୍ୟାଦେବ । ଆଜି ଏହି ତିଥି ପଡୁଥିବାରୁ ଧରାପୃଷ୍ଟରେ ଅବତରଣ କରିବେ ଗିରିଜାନନ୍ଦନ । ଏଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର, ଉତ୍ସବ ମୁଖର ହୋଇ ଉଠିଛି ପୁର ପଲ୍ଲୀ ।

ସବୁଠି "ଗଣପତି ବାପ୍ପା ମୌର୍ଯ୍ୟା" ମନ୍ତ୍ରଧ୍ବନି ଗୁଞ୍ଜରିତ ହେବ । ହେଲେ ଗତ 2 ବର୍ଷ ଧରି ଗଣେଶ ପୂଜାକୁ ଫିକା ପକାଉଛି କୋରୋନା ମହାମାରୀ । ପୂର୍ବ ପରି ଆଉ ସ୍କୁଲ, କଲେଜରେ ଗଣେଶଙ୍କ ପୂଜାକୁ ନେଇ ଚଳଚଞ୍ଚଳ ଦେଖିବାକୁ ମିଳୁନି । ଘରେ ରହି ଜ୍ଞାନଦାତା ପ୍ରଭୁ ଗଜାନନଙ୍କ ପୂଜାର୍ଚ୍ଚନା କରୁଛନ୍ତି ଛାତ୍ରଛାତ୍ରୀ ।

ସେହିପରି ବିଧି ବଜାୟ ରଖିବା ପାଇଁ ମଧ୍ୟ କଟକଣା ମଧ୍ୟରେ ବିଭିନ୍ନ କ୍ଲବ ଓ ମଣ୍ଡପରେ ପୂଜା ପାଇଁ ଅନୁମତି ମିଳିଛି । ଆଗ ପରି ଚାକଚକ୍ୟ କିମ୍ବା ରଙ୍ଗୀନ ଆଲୋକମାଳା, ମନଲୋଭା ତୋରଣ ଲଗାଯିବ ନାହିଁ । ଭସାଣ ପର୍ବ ଉପରେ ମଧ୍ୟ ରୋକ୍ ଲାଗିଛି । ବିନା, ବାଣ ଓ ରୋଷଣୀରେ ଗଜାନନଙ୍କୁ ମେଲାଣୀ ଦିଆଯିବ । ମୂର୍ତ୍ତିର ଉଚ୍ଚତା ଉପରେ ବି କଟକଣା ଲଗାଯାଇଛି । ଏଥର ରାଜଧାନୀର ସମସ୍ତ ପୂଜା ମଣ୍ଡପରେ 4 ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ପୂଜା ପାଉଛି । ମାତ୍ରାଧିକ ଜନ ସମାଗମ ନକରିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ଗଣେଶ ଚତୁର୍ଥୀ ତିଥିରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଥିବା ସିଦ୍ଧି ବିନାୟକଙ୍କ ପୂଜା ପାଇଁ ପୁରୀରୁ ଗଜପତି ମହାରାଜ ରାଜଗୁରୁ ଆସିଥାନ୍ତି । ହେଲେ ଚଳିତ ବର୍ଷ ରାଜଗୁରୁଙ୍କ ଅଶୁଦ୍ଧି କାରଣରୁ ସେ ଆସିପାରିବେ ନାହିଁ । ତେଣୁ କ୍ଷେତ୍ରବାସୀ ବ୍ରାହ୍ମଣ ଏହି ପୂଜା କାର୍ଯ୍ୟ ସମ୍ପନ୍ନ କରିବେ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.