ଭୁବନେଶ୍ବର: ବିଧାନସଭାରେ ଗାନ୍ଧୀ ଜୟନ୍ତୀ ପାଳିତ । ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଧାୟକ ଯୋଗଦେଇ ଗାନ୍ଧୀଜୀଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି ।
ଏହି ଅବସରରେ ବାପୁଙ୍କ କଥାକୁ ମନେ ପକାଇଛନ୍ତି ରାଜ୍ଯପାଳ ଓ ମୁଖ୍ୟମନ୍ତ୍ରୀ । ରାଜ୍ୟପାଳ ଗଣେଣୀ ଲାଲ କହିଛନ୍ତି, ‘ବାପୁ ହିନ୍ଦୁସ୍ତାନରେ ଲୋକଙ୍କ ମନରୁ ଡର, ନକରାତ୍ମକ ଚିନ୍ତାଧାରାକୁ ଛଡାଇଥିଲେ ।’ ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀଙ୍କୁ ମନେ ପକାଇବା ସହ ତାଙ୍କ ଅହିଂସା ଧର୍ମକୁ ପାଳନ କରିବାକୁ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ