ETV Bharat / city

ବିଭିନ୍ନ ଦାବି ନେଇ ବିଧାନସଭା ସମ୍ମୁଖରେ ଗର୍ଜିଲା ଗାଁସାଥୀ ସଂଘ - ଓଡିଶା ପ୍ରଦେଶ ଗାଁସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି

ବିଧାନସଭା ଆଗରେ ପ୍ରତିବାଦ କରିବା ସହ୫ ଦଫା ଦାବି ରଖିଛି ଓଡିଶା ପ୍ରଦେଶ ଗାଁସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି । ଦାବି ପୂରଣ ନ ହେଲେ ବ୍ୟାପକ ଆନ୍ଦୋଳନ ଚେତାବନୀ ଦେଲା ସଂଘ । ଅଧିକ ପଢନ୍ତୁ...

ବିଭିନ୍ନ ଦାବି ନେଇ ବିଧାନସଭା ସମ୍ମୁଖରେ ଗର୍ଜିଲା ଗାଁସାଥୀ ସଂଘ

author img

By

Published : Sep 7, 2021, 6:26 PM IST

ଭୁବନେଶ୍ବର: ରାଜ୍ୟ ବିଧାନସଭା ଆଗରେ ପ୍ରତିବାଦ କରିବା ସହ କିଛି ଅଭିନବ ଉପାୟରେ ନିଜର ୫ ଦଫା ଦାବି ଉପସ୍ଥାପିତ କରିଛି ଓଡିଶା ପ୍ରଦେଶ ଗାଁସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି । ସଂଘର ରାଜ୍ୟ ସଂଗଠକ ଲକ୍ଷ୍ମୀଧର ବିଶ୍ବାଳ ଓ ସୌଭାଗ୍ୟ ମିଶ୍ରଙ୍କ ନେତୃତ୍ବରେ ସଂଘର ସହସ୍ରାଧିକ ସଦସ୍ୟ ବ୍ଲକ ଓ ଜିଲ୍ଲା ସଂଗଠକମାନେ କିଛି ଅଭିନବ ଉପାୟରେ ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆନ୍ଦୋଳନ କରିଛନ୍ତି ।

ବିଭିନ୍ନ ଦାବି ନେଇ ବିଧାନସଭା ସମ୍ମୁଖରେ ଗର୍ଜିଲା ଗାଁସାଥୀ ସଂଘ

ଚିରାଲୁଗା ଇତ୍ୟାଦି ବସ୍ତ୍ର ପରିଧାନ କରି ହାତରେ ଭିକ୍ଷା ଥାଳ ଧରି ଅଭନବ ଉପାୟରେ ରାଜ୍ୟ ସରକାରଙ୍କ ନିକଟରେ ନିଜର ହକ ମାଗିଛନ୍ତି ସଂଘର କର୍ମକର୍ତ୍ତା । ସଂଘର ପ୍ରମୁଖ ରାଜ୍ୟସ୍ତରୀୟ ଦାବିଗୁଡିକ ମଧ୍ୟରେ ଗ୍ରାମୀଣସ୍ତରରେ ବିଭିନ୍ନ ଯୋଜନାରେ ପର୍ଯ୍ୟାପ୍ତ କାର୍ଯ୍ୟ ଯୋଗାଣ ସହିତ ସର୍ବନିମ୍ନ ୮ ହଜାରରୁ ଊର୍ଦ୍ଧ୍ବ ଟଙ୍କା ମାସିକ ପ୍ରୋସାହନ ରାଶି ପ୍ରଦାନ, ଗାଁସାଥୀଙ୍କ ବିପକ୍ଷରେ ହୋଇଥିବା ୩ଟି ସରକାରୀ ଚିଠି (କ) ପଞ୍ଚାୟତିରାଜ ବିଭାଗର ଚିଠି ନଂ ୧୨ ୧୩୦ ତା ୨୯.୭.୨୧ ,(ଖ) ସେହି ବିଭାଗ ଚିଠି ନଂ- ୧୩୪ ୨୩ , ତା ୧୭.୮.୨୧ ଏବଂ (ଗ) ରାଜ୍ୟ ମିଶନଶକ୍ତି ବିଭାଗର ଚିଠି ନଂ - ୩୫ ୨ ତା ୧୯.୮.୨୧କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରିଛି ସଂଘ ।

ସେହିପରି ରାଜ୍ୟରେ ସମସ୍ତ ଗାଁସାଥୀଙ୍କୁ ୨୦ ହଜାରରୁ ଊର୍ଦ୍ଧ୍ବ କୋଭିଡ଼ ସହାୟତା ରାଶି ପ୍ରଦାନ, ୨୦୧୯ ମସିହା ଜାନୁୟାରୀ ୧୧ ତାରିଖରେ ରାଜ୍ୟ ପଞ୍ଚାୟତିରାଜ ବିଭାଗର ଚିଠି ନଂ-୯୪୦ ଓ ଏହାର ଏକାଧିକ ରିମାଇଣ୍ଡର ଅନୁଯାୟୀ ମାସିକ ସର୍ବନିମ୍ନ ୧୦ ଦିନ ଓ ବର୍ଷକୁ ଅତି କମ୍‌ରେ ୧୦୦ ଦିନର ନିଶ୍ଚିତ କର୍ମ ନିଯୁକ୍ତି ପ୍ରଦାନ,ଉଚିତ ସରକାରୀ ପ୍ରାପ୍ୟ ପ୍ରଦାନ, ରାଜ୍ୟରେ ମନରେଗାରେ କାର୍ଯ୍ୟରତ ସମସ୍ତ ଜବକାର୍ଡଧାରୀ ପରିବାରଙ୍କୁ ବର୍ଷକୁ ୧୦୦ ଦିନ କାର୍ଯ୍ୟ ପରିବର୍ତ୍ତେ ୨୦୦ ଦିନର ନିଶ୍ଚିତ କାର୍ଯ୍ୟ ଯୋଗାଣ ଓ ଦିନକୁ ୨ ୧୫ ଟଙ୍କା ପରିବର୍ତ୍ତେ ୩୦୦ ଟଙ୍କା ମଜୁରୀ ପ୍ରଦାନ ଆଦି ଦାବି ନେଇ ଦାବି ରଖିଛି ସଂଘ ।

ସୂଚନାଯୋଗ୍ୟ ଯେ, ଗାଁସାଥୀମାନେ ଚଳିତ ବିଧାନସଭା ଆରମ୍ଭରୁ ସେମାନଙ୍କ ନିଜ ନିଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଓ ଆନ୍ଦୋଳନ କରିବା ସହ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇ ସାରିଛନ୍ତି । କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ବାଧ୍ୟ ହୋଇ ସେମାନେ ବିଧାନସଭା ସମ୍ମୁଖରେ ଧାରଣା ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.