ETV Bharat / city

ଆଜି ଗଜଲକ୍ଷ୍ମୀ ପୂଜା, ପଦ୍ମାଳୟାଙ୍କ ଆଗମନ ପାଇଁ ଜୋରଦାର ପ୍ରସ୍ତୁତି

ଆଜି ଧରାପୃଷ୍ଠକୁ ଅବତରଣ କରିବେ ଧନଦାତ୍ରୀ ମା' ଲକ୍ଷ୍ମୀ । ଗଜଲକ୍ଷ୍ମୀ ପୂଜା ନେଇ ଚଳଚଞ୍ଚଳ ଗାଁଠୁ ସହର । ଅଧିକ ପଢନ୍ତୁ

author img

By

Published : Oct 9, 2022, 8:14 AM IST

gajalaxmi puja
ଆଜି ଗଜଲକ୍ଷ୍ମୀ ପୂଜା

ଭୁବନେଶ୍ବର: ପଦ୍ମାଳୟା ପଦ୍ମକରାଂ ପଦ୍ମପତ୍ର ନିଭେକ୍ଷଣାମ୍ ବନ୍ଦେ ପଦ୍ମମୁଖୀଂ ପ୍ରିୟାମ୍ୟହମ୍.... ଚାଲିଛି ପାର୍ବଣ ଋତୁ । ଜଗତଜନନୀଙ୍କ ମା' ଦୁର୍ଗାଙ୍କ ମେଲାଣି ପରେ ଧରାପୃଷ୍ଠକୁ ଧରାବତଣ କରିବେ ଧନଦାତ୍ରୀ ମା' ଲକ୍ଷ୍ମୀ । ଆଜି ଗଜଲକ୍ଷ୍ମୀ ପୂଜା । ଓଡିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ହେଉଛି ଗଜଲକ୍ଷ୍ମୀ ପୂଜା । ପଦ୍ମହସ୍ତା କମଳାଙ୍କୁ ସ୍ବାଗତ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର । ସୁଖ, ସମୃଦ୍ଧି, ସୌଭାଗ୍ୟ, ସୁଖ୍ୟାତି ଓ ଐଶ୍ବର୍ଯ୍ୟର ଭଣ୍ଡାର ନେଇ ବିରାଜିବ ମାଆ, ଲକ୍ଷ୍ମୀ । ଘଣ୍ଟ ଘଣ୍ଟା, ଶଙ୍ଖନାଦରେ କମ୍ପିବ ଗଗନ ପବନ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ କୋରୋନା କଟକଣା ମୁକ୍ତ ପୂଜା ପାଇଁ ଅନୁମତି ମିଳିବା ପରେ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଭରି ରହିଛି । କେଉଁଠି 10 ଦିନ ତ କେଉଁଠି 7 ଦିନ ଧରି ପୂଜା ପାଇବେ ମା' ଲକ୍ଷ୍ମୀ । ରାଜଧାନୀ ଭୁବନେଶ୍ବରଠୁ ନେଇ ଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳରେ ଜୋରଦାର ପ୍ରସ୍ତୁତି ହୋଇଛି ।

ସାଧାରଣତଃ ଓଡିଆ ପରମ୍ପରାରାରେ ମା' ଲକ୍ଷ୍ମୀଙ୍କୁ ପୂଜା କଲେ ଧନପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ମା'ଲକ୍ଷ୍ମୀଙ୍କୁ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ମଧ୍ୟ କୁହାଯାଏ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରାମାୟଣ ମତେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ଏଥିପାଇଁ ତାଙ୍କୁ ସମୁଦ୍ର କନ୍ୟା ମଧ୍ୟ କୁହାଯାଏ । ଓଡିଶାର ବିଭିନ୍ନ ସ୍ଥାନରେ ଏହି ପୂଜା ବେଶ ଧୂମଧାମରେ କରାଯାଏ । ବିଶେଷ କରି ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ପୂଜା ପ୍ରସିଦ୍ଧ । ଲକ୍ଷ୍ମୀପୂଜା ଆସିଲେ ଢେଙ୍କାନାଳ ସହରକୁ ଲୋକଙ୍କ ସୁଅ ଛୁଟେ । ଚିକିମିକି ଆଲୁଅରେ ସହର ଝଲସି ଉଠୁଥିବା ବେଳେ ପୂଜାମଣ୍ଡପ ଗୁଡିକରେ ଲୋକଙ୍କ ଭିଡ ଜମିଥାଏ ।

ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା...

ମହାଲକ୍ଷ୍ମୀଙ୍କ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଛି ଢେଙ୍କାନାଳ । ଏହା ପଛରେ ଐତିହାସିକ କାରଣ ରହିଛି । ଢେଙ୍କାନାଳ ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ ବୈଷ୍ଣବ ମଠ ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ବୃନ୍ଦାବନ ମନ୍ଦିର, ବୃନ୍ଦାବନଚନ୍ଦ୍ର ମନ୍ଦିର, କପିଳାସର ନାରାୟଣ ମନ୍ଦିର, ନୃସିଂହ ଓ ଲକ୍ଷ୍ମୀମୂର୍ତ୍ତି ପ୍ରତିଷ୍ଠା, ଚୈତନ୍ୟଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କ ଦ୍ଵାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୂଜାର ପରମ୍ପରା ଏଠାରେ ଗଢିଉଠିଥିଲା । ପ୍ରଥମ ଥର ପାଇଁ ଢେଙ୍କାନାଳରେ ୧୯୨୩ ମସିହାରେ କୁଞ୍ଜସାହୁ ଛକ (ବର୍ତ୍ତମାନର ଗଣେଶ ବଜାର) ଠାରେ ପୂଜା ଆରମ୍ଭ ହୋଇଥିଲା ।

ଆଜି ସନ୍ଧ୍ୟାରୁ ପୂଜା ଆରମ୍ଭ ହେବ। ପ୍ରଥମେ ମା'ଙ୍କ ମୁଖ ଖୋଲାଯାଇ ଚକ୍ଷୁଦାନ କରାଯିବ । ସକାଳୁ କଳସ ଯାତ୍ରା କରାଯାଇ କଳସକୁ ମଣ୍ଡପରେ ସ୍ଥାପନ କରାଯିବ । ଏହାପରେ ମା'ଙ୍କୁ ଆବାହନ କରାଯାଇ ମୁଖ ଖୋଲାଯାଇ ଚକ୍ଷୁ ଦାନ କରାଯିବ । ପରେ ଆଳତୀ ଓ ପୁଷ୍ପାଞ୍ଜଳି ଦିଆଯିବ। ଏହାପରେ ମା' ଅନ୍ନପୂର୍ଣ୍ଣାଙ୍କ ପାଖରେ ବ୍ୟଞ୍ଜନ ଭୋଗ ଲାଗି ହୋଇଥାଏ । ଚଳିତ ବର୍ଷ କୋରୋନା କଟକଣା ମୁକ୍ତ ପୂଜା ହେଉଥିବାରୁ ପ୍ରବଳ ଜନସମାଗମ ହେବ । ଏନେଇ ପ୍ରଶାସନ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଏହା ବି ପଢନ୍ତୁ...ରାତି ପାହିଲେ ଗଜଲକ୍ଷ୍ମୀ ପୂଜା, ସଜେଇ ହେଉଛି ଶିଳ୍ପ ନଗରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.